ମୁଖ୍ୟମନ୍ତ୍ରୀଙ୍କୁ ଜଳସେଚନ ପାଇଁ ଦାବି ଜଣାଇଲେ କୋକସରା ବ୍ଲକ ଉପାଧ୍ୟକ୍ଷ
କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଗସ୍ତରେ ଆସି ରବିବାର ଭବାନୀପାଟଣା ଶ୍ରୀକୃଷ୍ଣ ନଗର ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ମେଗାଲିଫ୍ଟ କେନାଲରୁ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକର ପାଖାପାଖି ୨୬ ହଜାର ହେକ୍ଟରକୁ ଖରିଫ ଓ ରବି ଚାଷ ପାଇଁ ଜଳସେଚନ ଯୋଗାଇ […] The post ମୁଖ୍ୟମନ୍ତ୍ରୀଙ୍କୁ ଜଳସେଚନ ପାଇଁ ଦାବି ଜଣାଇଲେ କୋକସରା ବ୍ଲକ ଉପାଧ୍ୟକ୍ଷ appeared first on Dharitri Odia News.
କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଗସ୍ତରେ ଆସି ରବିବାର ଭବାନୀପାଟଣା ଶ୍ରୀକୃଷ୍ଣ ନଗର ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ମେଗାଲିଫ୍ଟ କେନାଲରୁ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକର ପାଖାପାଖି ୨୬ ହଜାର ହେକ୍ଟରକୁ ଖରିଫ ଓ ରବି ଚାଷ ପାଇଁ ଜଳସେଚନ ଯୋଗାଇ ଦେବାକୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ମତେ ୨୦୨୧ ଜାନୁଆରୀରେ ତତ୍କାଳୀନ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗାଲିଫ୍ଟ କେନାଲକୁ ୩ ବ୍ଲକରେ ଥିବା ଅଣ ଜଳସେଚିତ ଅଞ୍ଚଳକୁ ଜଳସେଚନ ପାଇଁ ଲୋକାର୍ପଣ କରିଥିଲେ। ତେବେ ମେଗାଲିଫ୍ଟ କେନାଲରୁ ଖରିଫ ଋତୁରେ ସ୍ୱାଭାବିକ ଭାବରେ ଜଳସେଚନ ଜାରି ରହିଥିବା ବେଳେ ଚଳିତ ବର୍ଷ ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ଥିବା ଦର୍ଶାଇ ଉଠା ଜଳସେଚନ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଜଳସେଚନ ବନ୍ଦ କରିଛି।
ପୂର୍ବରୁ ଜଳସେଚନ ଦାବିରେ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇଛି ତେବେ ଜଳସେଚନ ନେଇ କୌଣସି କାର୍ଯ୍ୟକାରୀ ହେଲାନାହିଁ। ଫଳରେ ୩ ବ୍ଲକର ଚାଷି ସମୂହ ନିରାଶ ହୋଇଛନ୍ତି। ଆଗକୁ ଖରିଫ ଓ ରବି ଚାଷ ପାଇଁ ମେଗାଲିଫ୍ଟ କେନାଲରେ ନିରନ୍ତର ଜଳସେଚନ କରିବା ପାଇଁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀଙ୍କ ଉପସ୍ଥିତିରେ କୋକସରା ବ୍ଲକର ୨୨ ପଞ୍ଚାୟତ ଗ୍ରାମସଭା ପ୍ରସ୍ତାବିତ ଓ ବ୍ଲକ ସମିତି ବୈଠକରେ ରେଜୁଲେସନ ପ୍ରସ୍ତାବ ଦସ୍ତାବିଜ ସହ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମୟରେ ପ୍ରଦାନ କରାଯାଇଛି।
The post ମୁଖ୍ୟମନ୍ତ୍ରୀଙ୍କୁ ଜଳସେଚନ ପାଇଁ ଦାବି ଜଣାଇଲେ କୋକସରା ବ୍ଲକ ଉପାଧ୍ୟକ୍ଷ appeared first on Dharitri Odia News.