ହୃଦୟ ଜିତିଲେ ଅମ୍ବାନୀ ପରିବାରର ଭାବି ବୋହୂ

ଜାମନଗର,୨୮।୨: ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁଜରାଟର ଜାମନଗରରେ ଅନ୍ନ ସେବା କାର୍ଯ୍ୟକ୍ରମରେ ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅଂଶଗ୍ରହଣ କରିଥିଲେ। ଉଭୟ ଖାଦ୍ୟ ପରିବେଷଣ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖାଦ୍ୟ ପରିବେଷଣ ସମୟରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବହୁତ ଖୁସି ଦେଖାଯାଉଥିଲେ। ଖାଦ୍ୟ ପରିବେଷଣ କରିବା ସମୟରେ ରାଧିକା ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ […] The post ହୃଦୟ ଜିତିଲେ ଅମ୍ବାନୀ ପରିବାରର ଭାବି ବୋହୂ appeared first on Dharitri Odia News.

ହୃଦୟ ଜିତିଲେ ଅମ୍ବାନୀ ପରିବାରର ଭାବି ବୋହୂ

ଜାମନଗର,୨୮।୨: ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁଜରାଟର ଜାମନଗରରେ ଅନ୍ନ ସେବା କାର୍ଯ୍ୟକ୍ରମରେ ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅଂଶଗ୍ରହଣ କରିଥିଲେ। ଉଭୟ ଖାଦ୍ୟ ପରିବେଷଣ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଖାଦ୍ୟ ପରିବେଷଣ ସମୟରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବହୁତ ଖୁସି ଦେଖାଯାଉଥିଲେ। ଖାଦ୍ୟ ପରିବେଷଣ କରିବା ସମୟରେ ରାଧିକା ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା। ରାଧିକାଙ୍କ ସରଳତା ଦେଖି ତାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି। ଅନନ୍ତ ମେରୁନ ରଙ୍ଗର କୁର୍ତ୍ତାରେ ବହୁତ ସୁନ୍ଦର ଦେଖାଯାଉଥିଲେ।
ଜାମନଗରର ରିଲାଏନ୍ସ ଟାଉନସିପ ନିକଟରେ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅନ୍ନସେବା କାର୍ଯ୍ୟକ୍ରମ ଆଗାମୀ କିଛି ଦିନ ପାଇଁ ଜାରି ରହିବ ଏବଂ ପ୍ରାୟ ୫୧ ହଜାର ସ୍ଥାନୀୟ ବାସିନ୍ଦାଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ।

The post ହୃଦୟ ଜିତିଲେ ଅମ୍ବାନୀ ପରିବାରର ଭାବି ବୋହୂ appeared first on Dharitri Odia News.