ସିଙ୍ଗାରି ଘାଟିରେ ଓଲଟିଲା ଟ୍ରାକ୍ଟର

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର-କଳମପୁର ମୁଖ୍ୟ ରାସ୍ତା ସିଙ୍ଗାରି ଘାଟିରେ ରବିବାର ଏକ ଟ୍ରାକ୍ଟର ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କଲମପୁର ଥାନା ଅଧୀନ ପଣ୍ଡିଗାଁ ଜୋର୍‌ପଡ଼ାର ସଞ୍ଜୀବ ମାଝୀ(୪୫)। ମିଳିଥିବା ସୂଚନା ମୁତାବକ, ଏକ ଟ୍ରାକ୍ଟର(ଓଡ଼ି୦୮ଇ-୩୩୬୩) ବାଲି ବୋଝେଇ କରି ଅନ୍‌ଲୋଡ କରିବାକୁ ଯାଇଥିଲା। ଅନ୍‌ଲୋଡ ସାରି ଟ୍ରାକ୍ଟରଟି ଫେରୁଥିବା ବେଳେ ସିଙ୍ଗାରି ଘାଟିରେ ଭାରସାମ୍ୟ ହରାଇ […] The post ସିଙ୍ଗାରି ଘାଟିରେ ଓଲଟିଲା ଟ୍ରାକ୍ଟର appeared first on Dharitri Odia News.

ସିଙ୍ଗାରି ଘାଟିରେ ଓଲଟିଲା ଟ୍ରାକ୍ଟର

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର-କଳମପୁର ମୁଖ୍ୟ ରାସ୍ତା ସିଙ୍ଗାରି ଘାଟିରେ ରବିବାର ଏକ ଟ୍ରାକ୍ଟର ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କଲମପୁର ଥାନା ଅଧୀନ ପଣ୍ଡିଗାଁ ଜୋର୍‌ପଡ଼ାର ସଞ୍ଜୀବ ମାଝୀ(୪୫)।

ମିଳିଥିବା ସୂଚନା ମୁତାବକ, ଏକ ଟ୍ରାକ୍ଟର(ଓଡ଼ି୦୮ଇ-୩୩୬୩) ବାଲି ବୋଝେଇ କରି ଅନ୍‌ଲୋଡ କରିବାକୁ ଯାଇଥିଲା। ଅନ୍‌ଲୋଡ ସାରି ଟ୍ରାକ୍ଟରଟି ଫେରୁଥିବା ବେଳେ ସିଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଗାଡ଼ି ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ।

ଘାଟିରେ ଯାତାୟାତ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରି ଥୁଆମୂଳ ରାମପୁର ପୋଲିସକୁ ଖବର ଦେଇଥିଲେ। ଖବର ପାଇଁ ପୋଲିସ ଏଏସ୍‌ଆଇ ପ୍ରହଲ୍ଲାଦ ପାଣିଗ୍ରାହୀଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ଡ୍ରାଇଭର ସଞ୍ଜୀବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀସ୍ବ୍ୟ କେନ୍ଦ୍ରକୁ ପଠାଇ ଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତ କରାଯାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଦୁର୍ଘଟଣା ପରେ ସମ୍ପୃକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବଧାପ୍ରାପ୍ତା ହୋଇଥିଲା।

The post ସିଙ୍ଗାରି ଘାଟିରେ ଓଲଟିଲା ଟ୍ରାକ୍ଟର appeared first on Dharitri Odia News.