କୁମ୍ଭ ସ୍ନାନବେଳେ NCP ନେତା ମହେଶ ଶରଦ କୋଠେଙ୍କ ହୃଦଘାତରେ ମୃତ୍ୟୁ

ପ୍ରୟାଗରାଜ ୧୪।୧:  ମହାକୁମ୍ଭରେ ମଙ୍ଗଳବାର ପବିତ୍ର ସ୍ନାନ କାଳରେ ଏନସିପି (ଶରଦ) ନେତା ମହେଶ କୋଠେଙ୍କ ପରଲୋକ ହୋଇଛି। ସୂଚନା ଅନୁସାରେ ସେ ତ୍ରିବେଣୀ ସଙ୍ଗମରେ ସ୍ନାନ କରୁଥିବା କାଳରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ପାଣିରୁ ଉଠାଇ ନିକଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ପ୍ରାଥମିକ ଯାଞ୍ଚରୁ ତାଙ୍କୁ ହୃଦଘାତ ହୋଇଥିବା କୁହାଯାଇଛି। ସୂଚନା ଅନୁସାରେ ମକର ସଂକ୍ରାନ୍ତିରେ କୁମ୍ଭ ଶାହି ସ୍ନାନ ଥିଲା। ଏହି ସ୍ନାନ ପାଇଁ ମହେଶ କୋଠେ ମୁମ୍ବାଇରୁ ସାଙ୍ଗସାଥୀଙ୍କ ସହ ତ୍ରିବେଣୀ ସଙ୍ଗମକୁ ଆସିଥିଲେ। କୋଠେ ପୋଷାକ କାଢି ଗାଧୋଇବାକୁ ପାଣିକୁ ଓହ୍ଲାଇଥିଲେ। ଗାଧଉଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ ଓ ବେହୋସ ହୋଇଯାଇଥିଲେ। ତାଙ୍କ ସହ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସା ଶିବିରକୁ ନେଇ ଯାଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। सोलापूरचे माजी महापौर आणि ज्येष्ठ नेते महेश कोठे यांचं प्रयागराज इथं हृदयविकाराच्या झटक्याने निधन झाल्याचं वृत्त अत्यंत दुःखद आणि धक्कादायक आहे. या दुःखद प्रसंगी आम्ही सर्वजण त्यांच्या कुटुंबियांच्या दुःखात सहभागी आहोत.भावपूर्ण श्रद्धांजली! pic.twitter.com/GD8NFOdGrq— Rohit Pawar (@RRPSpeaks) January

କୁମ୍ଭ ସ୍ନାନବେଳେ NCP ନେତା ମହେଶ ଶରଦ କୋଠେଙ୍କ ହୃଦଘାତରେ ମୃତ୍ୟୁ

ପ୍ରୟାଗରାଜ ୧୪।୧:  ମହାକୁମ୍ଭରେ ମଙ୍ଗଳବାର ପବିତ୍ର ସ୍ନାନ କାଳରେ ଏନସିପି (ଶରଦ) ନେତା ମହେଶ କୋଠେଙ୍କ ପରଲୋକ ହୋଇଛି। ସୂଚନା ଅନୁସାରେ ସେ ତ୍ରିବେଣୀ ସଙ୍ଗମରେ ସ୍ନାନ କରୁଥିବା କାଳରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ପାଣିରୁ ଉଠାଇ ନିକଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ପ୍ରାଥମିକ ଯାଞ୍ଚରୁ ତାଙ୍କୁ ହୃଦଘାତ ହୋଇଥିବା କୁହାଯାଇଛି। 

ସୂଚନା ଅନୁସାରେ ମକର ସଂକ୍ରାନ୍ତିରେ କୁମ୍ଭ ଶାହି ସ୍ନାନ ଥିଲା। ଏହି ସ୍ନାନ ପାଇଁ ମହେଶ କୋଠେ ମୁମ୍ବାଇରୁ ସାଙ୍ଗସାଥୀଙ୍କ ସହ ତ୍ରିବେଣୀ ସଙ୍ଗମକୁ ଆସିଥିଲେ। କୋଠେ ପୋଷାକ କାଢି ଗାଧୋଇବାକୁ ପାଣିକୁ ଓହ୍ଲାଇଥିଲେ। ଗାଧଉଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ ଓ ବେହୋସ ହୋଇଯାଇଥିଲେ। ତାଙ୍କ ସହ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସା ଶିବିରକୁ ନେଇ ଯାଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। 


ଉଲ୍ଲେଖଯୋଗ୍ୟ ଯେ କୋଠେ ସୋଲାପୁରର ପୂର୍ବତନ ମେୟର ଥିଲେ ଓ ଏନସିପି ଶରଦ ପାୱାରର ସେ ବରିଷ୍ଠ ନେତାଙ୍କ ମଧ୍ୟରେ ଅନ୍ୟତମ ଥିଲେ। ତାଙ୍କ ପରଲୋକରେ ଏନସିପି ନେତାମାନେ ଶୋକ ପ୍ରକାଶ କରିଛନ୍ତି। କୁହାଯାଉଛି ତାଙ୍କ ଅଞ୍ଚଳର ସେ ଜଣେ ଲୋକପ୍ରିୟ ନେତା ଥିଲେ। ପାର୍ଟିରେ ଗ୍ରାସରୁଟ ନେତା ରୂପେ ତାଙ୍କର ଅଲଗା ପରିଚୟ ଥିଲା। ପୋଲିସ ସୂଚନା ଅନୁସାରେ କୋଠେଙ୍କ ବୟସ ପାଖାପାଖି ୬୦ ବର୍ଷ ହୋଇଥିଲା। ପରିଜନ ତାଙ୍କୁ ଚିକିତ୍ସା ଶିବିରକୁ ନେଇଯାଇଥିଲେ। 


ଡାକ୍ତରଙ୍କୁ ପଚରା ଉଚରା କରି ମାମଲାର ତଦନ୍ତ କରାଯାଉଛି। କୋଠେଙ୍କ ପ୍ରାର୍ଥୀବ ଶରୀର ଅନ୍ତିମ ସଂସ୍କାର ନିମନ୍ତେ ବୁଧବାର ସୋଲାପୁର ପହଞ୍ଚିବ। ଏଣୁ କୁମ୍ଭରେ ଏହା ଏଭଳି ପ୍ରଥମ ଘଟଣା ହୋଇଥିବା ବେଳେ ଡାକ୍ତରମାନେ ଭିଡରେ ନିଶ୍ୱାସପ୍ରଶ୍ୱାସ ନେବାକୁ କଷ୍ଟ ହେଉଥିଲେ ଅଥବା ମନ ବିଚଳିତ  ଲାଗୁଥିଲେ ଭିଡରୁ ଖୋଲା ସ୍ଥାନକୁ ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି।