ଭଗ୍ନ ଜାହାଜ ଖଣ୍ଡରୁ ମିଳିଲା କଳାସୁନା
ରୋମ୍: ଇଟାଲିର ସମୁଦ୍ର ତଳେ ୪ ହଜାର ବର୍ଷ ପୁରୁଣା ଏକ ଜାହାଜର ଭଗ୍ନଅଂଶରୁ ଏକ ମୂଲ୍ୟବାନ ପଥରଖଣ୍ଡ ମିଳିଛି, ଯାହାକୁ କଳାସୁନା ବୋଲି କୁହାଯାଉଛି। ଏହା ଅବ୍ସିଡିଆନର ଏକ ଖଣ୍ଡ । ଯାହା ବାଇଗଣି-କଳାରଙ୍ଗର ଜ୍ୱାଳାମୁଖୀର ଏକ କାଚ। ଜାହାଜର ଭଗ୍ନଅଂଶରୁ ଅବ୍ସିଡିଆନର ଏକ ଖଣ୍ଡ ଦେଖି ଅନୁସନ୍ଧାନକାରୀ ଆଶ୍ଚର୍ଯ୍ୟ ହୋଇଗଲେ। ରିପୋର୍ଟ ମୁତାବକ, ଅବ୍ସିଡିଆନର ଏହି ଖଣ୍ଡକୁ ନେପଲ୍ସ ପୋଲିସର ଏକ ୟୁନିଟ୍ ଖୋଜିଛି। ସମୁଦ୍ରର ୧୩୦ ଫୁଟ ତଳେ ଇଟାଲିର କେପ୍ରିରେ ଗ୍ରୋଟା […] The post ଭଗ୍ନ ଜାହାଜ ଖଣ୍ଡରୁ ମିଳିଲା କଳାସୁନା appeared first on Dharitri Odia News.
ରୋମ୍: ଇଟାଲିର ସମୁଦ୍ର ତଳେ ୪ ହଜାର ବର୍ଷ ପୁରୁଣା ଏକ ଜାହାଜର ଭଗ୍ନଅଂଶରୁ ଏକ ମୂଲ୍ୟବାନ ପଥରଖଣ୍ଡ ମିଳିଛି, ଯାହାକୁ କଳାସୁନା ବୋଲି କୁହାଯାଉଛି। ଏହା ଅବ୍ସିଡିଆନର ଏକ ଖଣ୍ଡ । ଯାହା ବାଇଗଣି-କଳାରଙ୍ଗର ଜ୍ୱାଳାମୁଖୀର ଏକ କାଚ। ଜାହାଜର ଭଗ୍ନଅଂଶରୁ ଅବ୍ସିଡିଆନର ଏକ ଖଣ୍ଡ ଦେଖି ଅନୁସନ୍ଧାନକାରୀ ଆଶ୍ଚର୍ଯ୍ୟ ହୋଇଗଲେ। ରିପୋର୍ଟ ମୁତାବକ, ଅବ୍ସିଡିଆନର ଏହି ଖଣ୍ଡକୁ ନେପଲ୍ସ ପୋଲିସର ଏକ ୟୁନିଟ୍ ଖୋଜିଛି। ସମୁଦ୍ରର ୧୩୦ ଫୁଟ ତଳେ ଇଟାଲିର କେପ୍ରିରେ ଗ୍ରୋଟା ବିୟାଙ୍କାର ସମୁଦ୍ର ଗୁମ୍ଫାରେ ନେପଲ୍ସ ପୋଲିସକୁ ଏହି ଖଣ୍ଡ ମିଳିଥିଲା। ପ୍ରକୃତରେ ଏକ ଜାହାଜର ଖଣ୍ଡକୁ ଖୋଜିବାକୁ ନଭେମ୍ବର ୨୦ରୁ ମିଶନ ଆରମ୍ଭ ହୋଇଥିଲା। ସେହି ମିଶନରେ ଅବ୍ସିଡିଆନର ଏକ ଖଣ୍ଡ ମିଳିଥିଲା, ଯାହାର ଓଜନ ପ୍ରାୟ ୮ କି.ଗ୍ରା.। ସୂଚନାଯୋଗ୍ୟ, ୧୭୦୮ରେ ବ୍ରିଟିଶ ନୌସେନା ସହ ଯୁଦ୍ଧ ସମୟରେ ଏକ ସ୍ପାନିସ ଜାହାଜ କ୍ୟାରିବିୟନ ସମୁଦ୍ରରେ ବୁଡ଼ିଯାଇଥିଲା। ସେହି ଜାହାଜର ନାମ ସାନ ଜୋସ୍ ଗାଲିଅନ ଥିଲା। ସେହି ଜାହାଜରେ ୧୬ ବିଲିୟନ ଡଲାରର ମୂଲ୍ୟବାନ ପଦାର୍ଥ ରହିଥିଲା। ଏବେ ଏହି ଜାହାଜକୁ ବାହାର କରିବାକୁ ପ୍ରସ୍ତୁତି କରାଯାଉଛି। ସେହି ସମୟରେ ଏପରି ଏକ ମୂଲ୍ୟବାନ ପଥର ମିଳିବା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅବ୍ସିଡିଆନକୁ କଳାସୁନା ମଧ୍ୟ କୁହାଯାଏ। କଟିଙ୍ଗ ଟୁଲ୍ସ ପ୍ରସ୍ତୁତିରେ ଏହି ପଥରକୁ ବ୍ୟବହାର କରାଯାଇଥାଏ। ଲାଭା ଶୀଘ୍ର ଥଣ୍ଡା ହୋଇ ବସିଗଲେ ଏହି କଳାସୁନା ହୋଇଥାଏ। ଏହାକୁ ସୁରକ୍ଷାତ୍ମକ ରତ୍ନ ମଧ୍ୟ କୁହାଯାଏ। ନକାରାତ୍ମକ ଊର୍ଜାରୁ ରକ୍ଷା କରିବାର କ୍ଷମତା ଏହି ପଥରର ରହିଛି, ଯାହା ଅତ୍ୟନ୍ତ ମହଙ୍ଗା।
The post ଭଗ୍ନ ଜାହାଜ ଖଣ୍ଡରୁ ମିଳିଲା କଳାସୁନା appeared first on Dharitri Odia News.