ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ
ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍ଲେଟ ଶହୀଦନଗରଠାରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ ଏବଂ ବିଏ ମାଣିକ ହଂସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍ସବର ଆଭିମୁଖ୍ୟ ଓ ଚାନ୍ଦି ଭଣ୍ଡାରର ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ କହିଥିଲେ। ଏପରିକି ଅକ୍ଷୟ ତୃତୀୟାରେ ରୁପା କିଣି ଉକ୍ତ ପର୍ବକୁ ପାଳନ […] The post ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ appeared first on Dharitri Odia News.
ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍ଲେଟ ଶହୀଦନଗରଠାରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ ଏବଂ ବିଏ ମାଣିକ ହଂସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍ସବର ଆଭିମୁଖ୍ୟ ଓ ଚାନ୍ଦି ଭଣ୍ଡାରର ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ କହିଥିଲେ। ଏପରିକି ଅକ୍ଷୟ ତୃତୀୟାରେ ରୁପା କିଣି ଉକ୍ତ ପର୍ବକୁ ପାଳନ କରିବାର ପରମ୍ପରା ରହିଛି। ଅକ୍ଷୟ ତୃତୀୟାରେ ରୁପା କିଣିବା ଦ୍ୱାରା ଜୀବନରେ ସମୃଦ୍ଧି ଆସିବା ସହ ସମ୍ପତ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି। ସେହିଭଳି ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାର ପକ୍ଷରୁ ସ୍ବତନ୍ତ୍ର ଅଫର ଘୋଷଣା କରାଯାଇଛି। ଉକ୍ତ ଅଫର ଅନୁଯାୟୀ ଗ୍ରାହକମାନେ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଗଢ଼ା ମଜୁରିରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ଅଫର ୨୦୨୪ ମେ ୧୦ପର୍ଯ୍ୟନ୍ତ ସମସ୍ତ ଚାନ୍ଦି ଭଣ୍ଡାର ଶୋ’ରୁମ୍ରେ ଉପଲବ୍ଧ। ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ଆମେ ପାରିବାରିକ ମୂଲ୍ୟବୋଧକୁ ସମ୍ମାନ ଦେଇଥାଉ। ଆମର କଲେକ୍ସନଗୁଡ଼ିକ ଆଧୁନିକ ଟ୍ରେଣ୍ଡର ପ୍ରତିରୂପ ହେବା ସହିତ ସମୃଦ୍ଧ ପରମ୍ପରା ସହ ଗଭୀର ଭାବେ ଜଡ଼ିତ, ଯାହା ଆମର ଐତିହ୍ୟ ଏବଂ ସଂସ୍କୃତିକୁ ପ୍ରତିଫଳିତ କରୁଛି। ସମାନ ଜିନିଷକୁ ଆମେ ଆମର ଟିଭି କମର୍ସିଆଲ (ଟିଭିସି)ରେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରୁଛୁ, ଏହି ଟିଭିସିରେ ଆମର ବ୍ରାଣ୍ଡ୍ ଆମ୍ବାସାଡର ଶୈଳେନ୍ଦ୍ର ଏବଂ ଶିବାନୀ ଦେଖିବାକୁ ମିଳିବେ। ନୂଆ ଆରମ୍ଭ ସହ ଚାନ୍ଦି ଭଣ୍ଡାର ଚଳିତ ବର୍ଷ ମେ ମାସରେ ଢେଙ୍କାନାଳଠାରେ ଏକ ନୂଆ ଷ୍ଟୋର ଖୋଲିବାକୁ ଯାଉଛି।
The post ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ appeared first on Dharitri Odia News.