କୁମ୍ଭୀର ସହ ଧସ୍ତାଧସ୍ତି ହୋଇ ଜୀବନ ବଞ୍ଚାଇଲେ ଯୁବକ

ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବକ ନଦୀରେ ଗାଧୋଇବାକୁ ଯିବାବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ସେ କୁମ୍ଭୀର ସହ ଧସ୍ତାଧସ୍ତି ହୋଇ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ସେ ହେଲେ ବ୍ଲକର ଜଙ୍ଗଲଘେରା ଶବରପଡ଼ାର ଦୀପୁ ଅହାଡ଼ି (୩୦)। ବୁଧବାର ଅପରାହ୍ନରେ ଦୀପୁ ଗାଧୋଇବାକୁ ଶବରପଡ଼ା ନଦୀକୁ ଯାଇଥିଲେ। ସେଠାରେ ସେ ଅଣ୍ଟାଏ ପାଣିରେ ପଶିଛନ୍ତି କି ନାହିଁ, ବୁଦାମୂଳେ ଛପି ରହିଥିବା କୁମ୍ଭୀର ତାଙ୍କ ବାମ ଗୋଡ଼ […] The post କୁମ୍ଭୀର ସହ ଧସ୍ତାଧସ୍ତି ହୋଇ ଜୀବନ ବଞ୍ଚାଇଲେ ଯୁବକ appeared first on Dharitri Odia News.

କୁମ୍ଭୀର ସହ ଧସ୍ତାଧସ୍ତି ହୋଇ ଜୀବନ ବଞ୍ଚାଇଲେ ଯୁବକ

ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବକ ନଦୀରେ ଗାଧୋଇବାକୁ ଯିବାବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ସେ କୁମ୍ଭୀର ସହ ଧସ୍ତାଧସ୍ତି ହୋଇ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ସେ ହେଲେ ବ୍ଲକର ଜଙ୍ଗଲଘେରା ଶବରପଡ଼ାର ଦୀପୁ ଅହାଡ଼ି (୩୦)। ବୁଧବାର ଅପରାହ୍ନରେ ଦୀପୁ ଗାଧୋଇବାକୁ ଶବରପଡ଼ା ନଦୀକୁ ଯାଇଥିଲେ। ସେଠାରେ ସେ ଅଣ୍ଟାଏ ପାଣିରେ ପଶିଛନ୍ତି କି ନାହିଁ, ବୁଦାମୂଳେ ଛପି ରହିଥିବା କୁମ୍ଭୀର ତାଙ୍କ ବାମ ଗୋଡ଼ ଜଙ୍ଘକୁ କାମୁଡ଼ି ଧରି ୧୦ ହାତ ନଦୀ ଗଭୀରକୁ ଟାଣି ଟାଣି ନେଉଥିଲା। ଦୀପୁ କିଛି ଉପାୟ ନ ପାଇ କୁମ୍ଭୀର ସହ ଧସ୍ତାଧସ୍ତି ହେବାବେଳେ ତାଙ୍କ ଚିତ୍କାର ଶୁଣି ପାଖରେ ଥିବା କେତେଜଣ ଲୋକ ପହଞ୍ଚତ୍ ପାଟି କରିବାରୁ କୁମ୍ଭୀର ଛାଡ଼ି ପଳାଇଥିଲା। ସ୍ଥାନୀୟ ଲୋକେ ଦୀପୁଙ୍କୁ ଉଦ୍ଧାର କରି ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କୁମ୍ଭୀର ଆକ୍ରମଣର ଶିକାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

The post କୁମ୍ଭୀର ସହ ଧସ୍ତାଧସ୍ତି ହୋଇ ଜୀବନ ବଞ୍ଚାଇଲେ ଯୁବକ appeared first on Dharitri Odia News.