କୁଲଗାମ୍‌ ଏନ୍‌କାଉଣ୍ଟରରେ ୨ ଯବାନ ସହିଦ; ୬ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ହୋଇଥିବା ଦୁଇଟି ଏନକାଉଣ୍ଟରରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର କୁଲଗାମର ମୋଡରଗାମ ଏବଂ ଚିନିଗାମ ଗାଁରେ ଘଟିଛି। ଏହି ୬ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ମୋଡରଗାମ୍‌ ଏବଂ ବାକି ୪ ଜଣ ଚିନିଗାମରେ ନିହତ ହୋଇଛନ୍ତି। ପ୍ରଥମ ଏନକାଉଣ୍ଟର ମୋଡରଗାମ ଗ୍ରାମରେ ହୋଇଥିଲା, ଯେଉଁଠାରେ ପାରା କମାଣ୍ଡୋ ଲାନ୍ସ ନାୟକ ପ୍ରଦୀପ ନୈନ […]

କୁଲଗାମ୍‌ ଏନ୍‌କାଉଣ୍ଟରରେ ୨ ଯବାନ ସହିଦ; ୬ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ହୋଇଥିବା ଦୁଇଟି ଏନକାଉଣ୍ଟରରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର କୁଲଗାମର ମୋଡରଗାମ ଏବଂ ଚିନିଗାମ ଗାଁରେ ଘଟିଛି। ଏହି ୬ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ମୋଡରଗାମ୍‌ ଏବଂ ବାକି ୪ ଜଣ ଚିନିଗାମରେ ନିହତ ହୋଇଛନ୍ତି। ପ୍ରଥମ ଏନକାଉଣ୍ଟର ମୋଡରଗାମ ଗ୍ରାମରେ ହୋଇଥିଲା, ଯେଉଁଠାରେ ପାରା କମାଣ୍ଡୋ ଲାନ୍ସ ନାୟକ ପ୍ରଦୀପ ନୈନ ସହିଦ ହୋଇଥିଲେ। ଚିନିଗାମ ଗ୍ରାମରେ ଲସ୍କର-ଏ-ତୋଏବାର ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ମିଳିବା ପରେ ସେଠାରେ ଦ୍ୱିତୀୟ ଗୁଳିବିନିମୟ ହୋଇଥିଲା। ଏହି ଅପରେସନ ସମୟରେ ପ୍ରଥମ ରାଷ୍ଟ୍ରୀୟ ରାଇଫଲ୍ସର ହାବିଲଦାର ରାଜ କୁମାର ପ୍ରାଣ ହରାଇଥିଲେ। କାଶ୍ମୀର ଆଇଜି ଆଜି ଏନକାଉଣ୍ଟର ସ୍ଥଳ ପରିଦର୍ଶନ କରିବା ସହ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ।