କୁଳଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ, ବନ୍ଧୁକ ଜବତ କଲା ବନ ବିଭାଗ

ନୀଳଗିରି : ଶିକାରୀ ଓ ବନକର୍ମଚାରୀ ମଧ୍ୟରେ ହାତାହାତି ପରିସ୍ଥିତି ଦେଖାଦେଇଛି । ଫଳରେ ଜଣେ ଶିକାରୀ ଗିରଫ ହେବା ସହ ଗୋଟିଏ ବନ୍ଧୁକ ଜବତ ହୋଇଛି । କୁଳଡିହା ଅଭୟାରଣ୍ୟ ସନ୍ତରାଗଡିଆ ବିଟ୍ ଜାମପଦା ଗୁଡିଖାଣିଆ ଅଞ୍ଚଳରୁ ଶିକାରୀକୁ ଗିରଫ କରାଯାଇଛି । ଶିକାରୀଙ୍କ ମଧ୍ୟରୁ ପୁତୁରା ଧରାପଡିଥିବା ବେଳେ ଦାଦା ଫେରାର ମାରିଥିବା ଜଣାପଡିଛି । ଶିକାରୀ ଠାରୁ ଗୋଟିଏ ବନ୍ଧୁକ ସହ ,ଟର୍ଚ୍ଚ,କଟୁରୀ,ବାରୁଦ ଓ ଶିକାରୀ ସାମଗ୍ରୀ ଥିବା ଦୁଇଟି ବ୍ୟାଗ ଜବତ […] The post କୁଳଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ, ବନ୍ଧୁକ ଜବତ କଲା ବନ ବିଭାଗ appeared first on KNews Odisha.

କୁଳଡିହା ଅଭୟାରଣ୍ୟରୁ  ଶିକାରୀ ଗିରଫ, ବନ୍ଧୁକ ଜବତ କଲା ବନ ବିଭାଗ

ନୀଳଗିରି : ଶିକାରୀ ଓ ବନକର୍ମଚାରୀ ମଧ୍ୟରେ ହାତାହାତି ପରିସ୍ଥିତି ଦେଖାଦେଇଛି । ଫଳରେ ଜଣେ ଶିକାରୀ ଗିରଫ ହେବା ସହ ଗୋଟିଏ ବନ୍ଧୁକ ଜବତ ହୋଇଛି । କୁଳଡିହା ଅଭୟାରଣ୍ୟ ସନ୍ତରାଗଡିଆ ବିଟ୍ ଜାମପଦା ଗୁଡିଖାଣିଆ ଅଞ୍ଚଳରୁ ଶିକାରୀକୁ ଗିରଫ କରାଯାଇଛି । ଶିକାରୀଙ୍କ ମଧ୍ୟରୁ ପୁତୁରା ଧରାପଡିଥିବା ବେଳେ ଦାଦା ଫେରାର ମାରିଥିବା ଜଣାପଡିଛି । ଶିକାରୀ ଠାରୁ ଗୋଟିଏ ବନ୍ଧୁକ ସହ ,ଟର୍ଚ୍ଚ,କଟୁରୀ,ବାରୁଦ ଓ ଶିକାରୀ ସାମଗ୍ରୀ ଥିବା ଦୁଇଟି ବ୍ୟାଗ ଜବତ ହୋଇଛି ।  ଶିକାରୀ ଜଣକ ଜାମପଦା ଅଞ୍ଚଳର ମାଧ ସିଂ ବୋଲି ଜଣାପଡିଛି । ଅନ୍ୟ ଶିକାରୀ ଜଣକ ଫେରାର ମାରିଥିବା ବେଳେ ତଦନ୍ତ ଜାରି ରହିଛି ।

ସୂଚନା ମୁତାବକ ଗତକାଲି ଦିନ ତିନିଟା ସମୟରୁ ଗୁପ୍ତ ଖବର ପାଇ ଫରେଷ୍ଟ ଗାର୍ଡ ଓ ସବୁଜ ବାହିନୀଙ୍କ ଏକ ଚାରି ଜଣିଆ ଟିମ୍ ଶିକାରୀ ମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ । ବିଳମ୍ବିତ ରାତିରେ ଶିକାରୀ ମାନଙ୍କ ସହ ମୁହାଁମୁହିଁ ହେବା ପରେ ଶିକାରୀମାନେ ବନ୍ଧୁକରେ ଅତର୍କିତ ଆକ୍ରମଣ କରିଥିଲେ । ଯେଉଁଥିରେ ସବୁଜ ବାହିନୀ କର୍ମୀ ମହେଶ୍ବର ଗୁରୁତର ହୋଇଥିଲେ । ପରେ ବନବିଭାଗ ଶିକାରୀକୁ କାବୁ କରିବାରେ ସଫଳ ହୋଇଥିଲା ।

 

Also read : ଛେଳି ମାରିଦେବାରୁ ବାଘ ଶିକାର, ୩ ଶିକାରୀ ଗିରଫ

The post କୁଳଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ, ବନ୍ଧୁକ ଜବତ କଲା ବନ ବିଭାଗ appeared first on KNews Odisha.