କୁଳାଧିପତିଙ୍କ କ୍ଷମତା କମ୍ କରିବାକୁ ସରକାରଙ୍କ ଷଡ଼ଯନ୍ତ୍ର ଅଭିଯୋଗ
ଭୁବନେଶ୍ବର: ବିଧାନସଭାରେ ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ ଉପସ୍ଥାପନ ହେଲା, ହେଲେ ଆଲୋଚନା ହେଲାନି। କୁହାଯାଉଛି ଏହି ବିଲକୁ ନେଇ... The post କୁଳାଧିପତିଙ୍କ କ୍ଷମତା କମ୍ କରିବାକୁ ସରକାରଙ୍କ ଷଡ଼ଯନ୍ତ୍ର ଅଭିଯୋଗ appeared first on .
ଭୁବନେଶ୍ବର: ବିଧାନସଭାରେ ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ ଉପସ୍ଥାପନ ହେଲା, ହେଲେ ଆଲୋଚନା ହେଲାନି। କୁହାଯାଉଛି ଏହି ବିଲକୁ ନେଇ କୁଳାଧିପତି ତଥା ରାଜ୍ୟପାଳ କ୍ଷୁବ୍ଧ ଅଛନ୍ତି। ଏପରିକି ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ବିଜେଡି ଅଭିଯୋଗ କରିଛି, ଏହି ବିଲ୍ ଜରିଆରେ ରାଜ୍ୟପାଳଙ୍କ କ୍ଷମତାକୁ ସଂକୁଚିତ କରି ସବୁ କ୍ଷମତା ରାଜ୍ୟ ସରକାର ନିଜ ପାଖରେ ରଖିବାକୁ ଷଡ଼ଯନ୍ତ୍ର କରିଛନ୍ତି। ନବୀନ ପଟ୍ଟନାୟକ ସରକାରଙ୍କ ସମୟରେ ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ ଆସିଥିଲା। ଏହା ବିରୋଧରେ ବିଜେପି ପ୍ରଥମେ ହାଇକୋର୍ଟ, ପରେ ସୁପ୍ରିମକୋର୍ଟ ଯାଇଥିଲା। ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ତା ସତ୍ତ୍ଵେ ସରକାର ବିଲ୍ ଆଣିଛନ୍ତି। ଘରୋଇ ବିଶ୍ଵବିଦ୍ୟାଳୟର ଫାଇଦା ପାଇଁ ବିଜେପି ସରକାର ଏହି ବିଲ୍ ଆଣିଥିବା ବିଜେଡି ଅଭିଯୋଗ କରିବା ସହିତ ରାଜ୍ୟ ସରକାର ଅଧ୍ୟାଦେଶ ଜାରି କରିପାରନ୍ତି ବୋଲି ଆଶଙ୍କା କରିଛି।
ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ କୁଳପତି ନିଯୁକ୍ତି ପାଇଁ ୟୁଜିସି, କୁଳାଧିପତିଙ୍କ ସର୍ଚ୍ଚ କମିଟି ଓ ରାଜ୍ୟ ସରକାର ପ୍ରାର୍ଥୀଙ୍କ ନାଁ ଦିଅନ୍ତି । ଚୂଡ଼ାନ୍ତ ତିନି ପ୍ରାର୍ଥୀଙ୍କ ସାକ୍ଷାତକାର କରି କୁଳପତି ନିଯୁକ୍ତ କରନ୍ତି କୁଳାଧିପତି। କିନ୍ତୁ ନୂଆ ବିଲ୍ ଅନୁସାରେ କେବଳ ରାଜ୍ୟ ସରକାର ୩ ଜଣଙ୍କ ନାଁ ପଠାଇବେ। କୁଳାଧିପତି କେବଳ ଇଣ୍ଟରଭ୍ୟୁ କରି ଜଣକୁ ବାଛିବେ। ସେହିପରି ଆସିଷ୍ଟାଣ୍ଟି ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ନିଯୁକ୍ତି ପାଇଁ ୟୁଜିସି ନିୟମ ଅନୁସାରେ ୩ଟି ଭିନ୍ନ କମିଟି ରହିଥାଏ । କିନ୍ତୁ ନୂଆ ବିଲ ଅନୁସାରେ ରହିବ ଗୋଟିଏ କମିଟି। ଯାହାର କ୍ଷମତା ରହିବ କୁଳପତିଙ୍କ ପାଖରେ। ଏ ସବୁ ଦ୍ଵାରା ବିଶ୍ଵବିଦ୍ୟାଳୟର ସ୍ଵତନ୍ତ୍ରତା କମିଯିବ ବୋଲି କୁହାଯାଉଛି।
ଆଉ ଏକ କଥା ହେଲା ରାଜ୍ୟ ସରକାର କହୁଛନ୍ତି, ଓଡ଼ିଶା ବିଦ୍ୟାଳୟ ସଂଶୋଧନ ବିଲ୍ ୧୯୮୯ ରେ ସଂଶୋଧନ କରିବାକୁ ନୂଆ ବିଲ୍ ଅଣାଯାଉଛି। କିନ୍ତୁ ଦେଖିବାକୁ ଗଲେ ୧୯୮୯ ବିଲ୍ କୁ ୨୦୨୦ ରେ ସଂଶୋଧନ କରି ସିନେଟ ଉଚ୍ଛେଦ କରାଯାଇଥିଲା। ଏବେ ବିଜେପି ସରକାର ପୁଣି ସିନେଟ ଆଣିବାକୁ ଯାଉଥିବାରୁ ୨୦୨୦ ର ବିଲକୁ ସଂଶୋଧନ କରିବାକୁ ପଡ଼ିବ। ଅର୍ଥାତ ରାଜ୍ୟ ସରକାରଙ୍କ କଥାରେ ବି ଏକ ଟେକ୍ନିକାଲ ତ୍ରୁଟି ରହୁଛି।
The post କୁଳାଧିପତିଙ୍କ କ୍ଷମତା କମ୍ କରିବାକୁ ସରକାରଙ୍କ ଷଡ଼ଯନ୍ତ୍ର ଅଭିଯୋଗ appeared first on .