କୁହାକୁଣ୍ଡା ୟୁପି ସ୍କୁଲର ସହକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଝାରସୁଗୁଡା ୩୦/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କନକତୋରା ପଞ୍ଚାୟତ ଅନ୍ତର୍ଗତ କୁହାକୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିମ୍ବାଧର ଭୋଇଙ୍କୁ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଉକ୍ତ କୁହାକୁଣ୍ଡା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାଧି ପଧାନ ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିକ୍ଷକ ବିନୋଦ ବିଶ୍ଵାଳ ମଞ୍ଚ ସଞ୍ଚାଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ […] The post କୁହାକୁଣ୍ଡା ୟୁପି ସ୍କୁଲର ସହକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା appeared first on Odisha.News.

କୁହାକୁଣ୍ଡା ୟୁପି ସ୍କୁଲର ସହକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଝାରସୁଗୁଡା ୩୦/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କନକତୋରା ପଞ୍ଚାୟତ ଅନ୍ତର୍ଗତ କୁହାକୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିମ୍ବାଧର ଭୋଇଙ୍କୁ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଉକ୍ତ କୁହାକୁଣ୍ଡା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାଧି ପଧାନ ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିକ୍ଷକ ବିନୋଦ ବିଶ୍ଵାଳ ମଞ୍ଚ ସଞ୍ଚାଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ମୀନକେତନ ସା ମୁଖ୍ୟ ଅତିଥି,କଣ୍ଡେଇକେଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁରୁଦେବ ଭୋଇ ମୁଖ୍ୟବକ୍ତା ଏବଂ ସ୍ଥାନୀୟ ସରପଞ୍ଚ ସୁଶାନ୍ତ ଚଇନି, କନକତୋରା କ୍ଲଷ୍ଟର ସିଆରସିସି ସୀତାରାମ ସା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରାଟ ରାଜା ପଧାନ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୟା ସାଗର ସିଂହ, ଲଲାଟ ବାରିକ, ଦାମୋଦର କିଷାନ, ଶ୍ୟାମ ସୁନ୍ଦର ପଧାନ, ଡିଗ୍ରୀ ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ନିମନ୍ତ୍ରୀତ ଅତିଥି ବୃନ୍ଦ,ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଅବସର ଗ୍ରହଣ କରିଥିବା ସହକାରୀ ଶିକ୍ଷକ ବିମ୍ବାଧର ଭୋଇଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ଏଥିସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରା ଯାଇଥିଲା । କାର୍ଯ୍ୟକ୍ରମ ସମାପ୍ତି ପରେ ବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଭୋଇଙ୍କ ବଡ଼ଧରା ସ୍ଥିତ ବାସଗୃହ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

The post କୁହାକୁଣ୍ଡା ୟୁପି ସ୍କୁଲର ସହକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା appeared first on Odisha.News.