କୁହାଯାଏ ପୂଣ୍ୟତୋୟା ବୈତରଣୀ ଗଙ୍ଗା ଠାରୁ ୧୨ ବର୍ଷ ବଡ଼, ଏଥିପାଇଁ ଅତି ପବିତ୍ର ଏହି ନଦୀ

ବିଶ୍ୱାସ ରହିଛି ପୂଣ୍ୟତୋୟା ବୈତରଣୀ ଗଙ୍ଗା ନଦୀଠାରୁ ୧୨ ବର୍ଷ ବଡ଼ । ବାରୁଣୀ ସ୍ନାନ ଯୋଗ ପଡ଼ିଲେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ତେଣୁ ଆଜି ଏଠାରେ ସ୍ନାନ କରିବା ସହିତ ବୁଡ଼ ପକାଇଛନ୍ତି ୫୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଏହି ଦିନରେ ବୁଡ଼ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଚଳିତ ବର୍ଷ ବାରୁଣୀ ସ୍ନାନ କରିବାକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର […] The post କୁହାଯାଏ ପୂଣ୍ୟତୋୟା ବୈତରଣୀ ଗଙ୍ଗା ଠାରୁ ୧୨ ବର୍ଷ ବଡ଼, ଏଥିପାଇଁ ଅତି ପବିତ୍ର ଏହି ନଦୀ appeared first on KNews Odisha.

କୁହାଯାଏ ପୂଣ୍ୟତୋୟା ବୈତରଣୀ ଗଙ୍ଗା ଠାରୁ ୧୨ ବର୍ଷ ବଡ଼, ଏଥିପାଇଁ ଅତି ପବିତ୍ର ଏହି ନଦୀ

ବିଶ୍ୱାସ ରହିଛି ପୂଣ୍ୟତୋୟା ବୈତରଣୀ ଗଙ୍ଗା ନଦୀଠାରୁ ୧୨ ବର୍ଷ ବଡ଼ । ବାରୁଣୀ ସ୍ନାନ ଯୋଗ ପଡ଼ିଲେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ତେଣୁ ଆଜି ଏଠାରେ ସ୍ନାନ କରିବା ସହିତ ବୁଡ଼ ପକାଇଛନ୍ତି ୫୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଏହି ଦିନରେ ବୁଡ଼ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଚଳିତ ବର୍ଷ ବାରୁଣୀ ସ୍ନାନ କରିବାକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ପବିତ୍ର ସ୍ନାନ କରି ବୁଡ଼ ପକାଇବା ପରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ।

ଶାସ୍ତ୍ରୀୟ ମତ ଅନୁସାରେ ବୈତରଣୀରେ ଯୋଗସ୍ନାନ, ପିଣ୍ଡଦାନ ଓ ଗୋଦାନ ପ୍ରଭୃତି କରାଯାଇଥାଏ । ଗଙ୍ଗାନଦୀ ପରି ଏହି ନଦୀରେ ପ୍ରତିବର୍ଷ ଚୈତ୍ର ମାସ ତ୍ରୟୋଦଶୀ ତିଥି ଶତଭିସା ନକ୍ଷତ୍ର ତିଥିରେ ପବିତ୍ର ଯୋଗସ୍ନାନ କରାଯାଏ । ଏହି ଅବସରରେ ଧର୍ମ ଜାଗରଣ ସମନ୍ଵୟ ବିଭାଗ ଓ ଭାଗବତ ପ୍ରଚାର ସମିତି ପକ୍ଷରୁ ସଂକୀର୍ତ୍ତନ ସହ ବୈତରଣୀ ଆଳତି କରାଯାଇଥିଲା । ସେଥିପାଇଁ ନଦୀର ଉଭୟ ପାର୍ଶ୍ଵରେ ବିଶେଷ ଭିଡ ଜମିଥିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ ଗତକାଲି ରାତ୍ର ୧୧ଟା ୪୮ମିନିଟରୁ ଆଜି ୮ଟା ୧୨ମିନିଟ ପର୍ଯ୍ୟନ୍ତ ଏହି ସ୍ନାନଯୋଗ ଓ ବୁଡ଼ଯୋଗ ରହିଥିଲା ।

ଏଥିପାଇଁ ଶ୍ରଦ୍ଧାଳୁଙ୍କ ସମେତ ଭିଭିନ୍ନ ସାଧୁ ସନ୍ଥ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏଥିସକାଶେ ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନ ଏବଂ ପୌରପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ନଦୀରେ ଅଘଟଣକୁ ଏଡ଼ାଇବା ପାଇଁ ଓଡରାଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବା ସହ ଟ୍ରାଫିକ ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ଗାଡି ମଟର ଯାଞ୍ଚ କରାଯିବା ସହିତ ପକେଟ ମାର ଓ ମଦ୍ୟପଙ୍କୁ ଧରିବା ପାଇଁ ସାଧା ପୋଷାକରେ ପୋଲିସ ମୁତୟନ ହୋଇଛନ୍ତି ।

ପ୍ରଚଣ୍ଡ ରୌଦ୍ରତାପ ପାଇଁ ବିଭିନ୍ନ ସ୍ଥାନରେ ପୌରପାଳିକା ପକ୍ଷରୁ ଜଳଛତ୍ର ମାନ ଖୋଲାଯାଇଛି। ସ୍କାଉଟ ଗାଇଡ, ସତ୍ୟ ସାଇ ସେବା ସମେତ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ଖାଦ୍ୟ ଓ ଦହି ପାଣି ବଣ୍ଟନ ଠାରୁ ଆରମ୍ଭ କରି ବିଭିନ୍ନ ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି । ବାରୁଣୀ ସ୍ନାନ ପାଇଁ ଆସିଥିବା ଅଗଣିତ ଶ୍ରଦ୍ଦାଳୁ ସ୍ନାନ ସାରିବା ପରେ ମା ବିରଜା, ଜଗନ୍ନାଥ ମନ୍ଦିର, ବରାହ, ଯମ ମା ସାତ ଭଉଣୀ, ଶନି ମନ୍ଦିରରେ ଦର୍ଶନ କରି ପ୍ରଭୁଙ୍କ କୃପା ଭିକ୍ଷା କରିଛନ୍ତି ।

Also read: “ବିଶ୍ବ ନାଟ୍ୟ ଦିବସ”; ନୂଆ ନୂଆ ମଞ୍ଚ କଳାକାର ସୃଷ୍ଟି କରିବାରେ ମାଧ୍ୟମ ପାଲଟିଛି ଦଣ୍ଡ ପରମ୍ପରା

The post କୁହାଯାଏ ପୂଣ୍ୟତୋୟା ବୈତରଣୀ ଗଙ୍ଗା ଠାରୁ ୧୨ ବର୍ଷ ବଡ଼, ଏଥିପାଇଁ ଅତି ପବିତ୍ର ଏହି ନଦୀ appeared first on KNews Odisha.