କୃତି ସାନନ୍ ଏହି ଷ୍ଟାଇଲିସ୍ ବୟଙ୍କୁ କରୁଛନ୍ତି ଡେଟ୍; ଜାଣନ୍ତୁ ସେ କିଏ ଆଉ କେତେ ସମ୍ପତ୍ତିର ମାଲିକ

କୃତି ସାନନ ଲଣ୍ଡନ ରାସ୍ତାରେ ଜଣେ ହ୍ୟାଣ୍ଡସମ୍ ଯୁବକ ହାତ ଧରି ବୁଲୁଥିବାର ନଜର ଆସିଲା ପରେ ସେମାନଙ୍କ ସମ୍ପର୍କକୁ ଗୁଜବ ପ୍ରଚାର ଉଠିଛି। ଏହା ପରେ ସମସ୍ତଙ୍କ ନଜର ଏହି ବ୍ୟକ୍ତି ଜଣଙ୍କ କିଏ? ତାଙ୍କ ସମ୍ପତି କ’ଣ? ସେ କେମିତି କୃତିଙ୍କୁ ଭେଟିଲେ ଆଉ କେମିତି ହେଲା ପ୍ରେମ। ଆସନ୍ତୁ ଏ ସବୁ ବିଷୟରେ ଜାଣିବା।

କୃତି ସାନନ୍ ଏହି ଷ୍ଟାଇଲିସ୍ ବୟଙ୍କୁ କରୁଛନ୍ତି ଡେଟ୍; ଜାଣନ୍ତୁ ସେ କିଏ ଆଉ କେତେ ସମ୍ପତ୍ତିର ମାଲିକ

ବଲିଉଡ୍ ଅଭିନେତ୍ରୀ କୃତି ସାନନ୍ ଆଜିକାଲି ପ୍ରେମ ସମ୍ପର୍କ ଆଉ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଏହାକୁ ନେଇ ଅଭିନେତ୍ରୀ କୌଣସି ଉତ୍ତର ଦେଇ ନାହାନ୍ତି। କିନ୍ତୁ କିଛି ଦିନ ହେବ ତଙ୍କ ସଂପର୍କକୁ ନେଇ ଖବର ପୂରା ହଟ୍ ଟପିକ୍ ହୋଇ ରହିଛି। ନିକଟରେ ତାଙ୍କ ୩୪ତମ ଜନ୍ମ ଦିନକୁ ସେ ଲଣ୍ଡନରେ ପାଳିଛନ୍ତି। ଏହି ଅବସରରେ ତାଙ୍କ ସହ ନିଜ ପରିବାର ଆଉ ସାଙ୍ଗସାଥି ଥିଲେ।

 
 
 
 
 
 
 
 
 
 
 
 
 
 
 

A post shared by Kriti (@kritisanon)

ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ଏହା ଯେ ଏହି ସମୟରେ ଜଣେ ବ୍ୟକ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ହେଲେ କବୀର୍ ବହିଆ। କୁହାଯାଉଛି ଯେ ଉଭୟ ପରସ୍ପରଙ୍କୁ ଡେଟ୍ କରୁଛନ୍ତି। ଆଉ ଏହା ମଧ୍ୟ କୁହାଯାଉଛି ଯେ ସେମାନେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

କୃତି ସାନନ ଲଣ୍ଡନ ରାସ୍ତାରେ କବୀର୍ ବହିଆଙ୍କ ହାତ ଧରି ବୁଲୁଥିବାର ନଜର ଆସିଲା ପରେ ସେମାନଙ୍କ ସମ୍ପର୍କକୁ ଗୁଜବ ପ୍ରଚାର ଉଠିଛି। ଏହା ପରେ ସମସ୍ତଙ୍କ ନଜର ଏହି ବ୍ୟକ୍ତି ଜଣଙ୍କ କିଏ? ତାଙ୍କ ସମ୍ପତି କ’ଣ? ସେ କେମିତି କୃତିଙ୍କୁ ଭେଟିଲେ ଆଉ କେମିତି ହେଲା ପ୍ରେମ। ଆସନ୍ତୁ ଏ ସବୁ ବିଷୟରେ ଜାଣିବା।

କବୀର ବହିଆ ଏମ୍‌ଏସ୍‌ ଧୋନିଙ୍କ ଶଳା:

କୁହାଯାଉଛି ଯେ କବୀର ବହିଆ କ୍ରିକେଟର୍‌ ଏମ୍‌ଏସ୍‌ ଧୋନି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସେମାନଙ୍କ ପରିବାରର ଘନିଷ୍ଠ ବନ୍ଧୁ। ସେ ଏମ୍‌ଏସ୍‌ ଧୋନିଙ୍କ ଶଳା ହୋଇଥିବା ବେଳେ ତାଙ୍କ ପତ୍ନୀ ସାକ୍ଷୀଙ୍କ ସଂପର୍କୀୟ ଭାଇ ବୋଲି କୁହାଯାଉଛି। ସେ ଅନେକ ଇଭେଣ୍ଟରୁ ଧୋନି ଓ ସାକ୍ଷୀଙ୍କ ସହ ଫଟୋ ଶେୟାର କରିଛନ୍ତି। ସେ ୨୦୨୩ ମସିହାରେ ଉଦୟପୁରରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ଏକ ପାର୍ଟିରେ ମଧ୍ୟ ମଧ୍ୟ ଯୋଗ ଦେଇଥିଲେ।

 
 
 
 
 
 
 
 
 
 
 
 
 
 
 

A post shared by Kabir Bahia (@k.a.b.b.s)

କିଏ ଏହି କବୀର ବହିଆ, କେତେ ତାଙ୍କର ସମ୍ପତ୍ତି:

୧୯୯୯ରେ ଲଣ୍ଡନର ଏକ ଧନୀ ପରିବାରରେ ଜନ୍ମ ହୋଇଥିବା ୨୪ ବର୍ଷୀୟ କବୀର ୨୦୧୮ରେ ଇଂଲଣ୍ଡର ସମର୍‌ସେଟ୍‌ର ଏକ ବୋର୍ଡିଂ ସ୍କୁଲ୍‌ ମିଲ୍‌ଫିଲ୍ଡରେ ତାଙ୍କର ପାଠପଢା ସମାପ୍ତ କରିଥିଲେ। ତାଙ୍କ ବାପା କୁଲଜିନ୍ଦର ବହିୟା ବ୍ରିଟେନ୍‌ର ଟ୍ରାଭେଲ୍‌ ଏଜେନ୍ସି ସାଉଥହଲ୍‌ ଟ୍ରାଭେଲ ଚଳାନ୍ତି। ୨୦୧୯ରେ ପ୍ରକାଶିତ 'ସଣ୍ଡେ ଟାଇମ୍ସ ରିଚ୍ ଲିଷ୍ଟ୍' ଅନୁଯାୟୀ, ବହିୟା ପରିବାରର ମୋଟ ସମ୍ପତ୍ତି ମୂଲ୍ୟ ୪୨୭ ମିଲିୟନ ଅର୍ଥାତ୍ ପ୍ରାୟ ୪୨.୭ କୋଟି ଟଙ୍କା ଥିଲା। ସେହିପରି କୃତିଙ୍କ ନେଟ୍ ମୂଲ୍ୟ ପ୍ରାୟ ୭୪ କୋଟି ଟଙ୍କା।

 
 
 
 
 
 
 
 
 
 
 
 
 
 
 

A post shared by Kabir Bahia (@k.a.b.b.s)

 
 
 
 
 
 
 
 
 
 
 
 
 
 
 

A post shared by Kabir Bahia (@k.a.b.b.s)

କିପରି ହେଲା ମିଳନ:

କୁହାଯାଉଛି ଯେ କୃତିଙ୍କ ଭଉଣୀ ନୁପୂର ସାନନ ଅକ୍ଷୟ କୁମାରଙ୍କ ସହ ତାଙ୍କ ଫିଲ୍ମ 'ଫିଲ୍‌ହାଲ୍‌' ଏବଂ ' ଫିଲ୍‌ହାଲ୍‌ ୨: ମୋହବତ୍'ର ମ୍ୟୁଜିକ୍ ଭିଡିଓରେ କବୀରଙ୍କ ସହ ପରିଚିତ ହୋଇଥିଲେ। ଯଦିଓ ବର୍ତ୍ତମାନ ସୁଦ୍ଧା କୃତି ସାନନ୍ ଆଉ କବୀର ବହିୟା ସେମାନଙ୍କ ଡେଟିଂ ଗୁଜବକୁ ନିଶ୍ଚିତ କରିନାହାଁନ୍ତି, ଇଣ୍ଟରନେଟ୍ ବିଶ୍ୱାସ କରେ ଯେ ନିଆଁ ବିନା ଧୂଆଁ ନାହିଁ। ତେଣୁ ସେମାନେ ନିଶ୍ଚିତ ପ୍ରେମ ଉବୁଟୁବୁ ହେଉଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Kabir Bahia (@k.a.b.b.s)