କେକେଆର ଟିମ୍ ରେ ଯୋଗଦେଲେ ଦିଲ୍ଲୀ କ୍ୟାପିଟାଲ୍ସର ଦୁର୍ଦଶ ବ୍ୟାଟର

ନୂଆଦିଲ୍ଲୀ,୧୦।୩: ବ୍ୟକ୍ତିଗତ କାରଣ ପାଇଁ ଆସନ୍ତା ଆଇପିଏଲ୍ ୨୦୨୪ ରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବ୍ୟାଟର ଜାସନ ରୟ ଓହରିଯିବା ପରେ ତାଙ୍କର ବଦଳ ଖେଳାଳି ଘୋଷଣା କରିଛି ଟିମ୍। ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରତିନିଧିତ୍ୱ କରିବା ପରେ ନିଲାମରେ ବିକ୍ରି ହୋଇ ନ ଥିଲେ ଫିଲ୍ ସଲ୍ଟ। ଏବେ ତାଙ୍କୁ ବଦଳ ଖେଳାଳି ଭାବେ କେକେଆର ଦଳରେ ସାମିଲ କରିଛି। ଆଇପିଏଲରେ ଏହା ଫିଲ୍ ସଲ୍ଟଙ୍କର ଦ୍ୱିତୀୟ ସିଜିନ୍ ହେବ। ସଲ୍ଟଙ୍କୁ କେକେଆର […] The post କେକେଆର ଟିମ୍ ରେ ଯୋଗଦେଲେ ଦିଲ୍ଲୀ କ୍ୟାପିଟାଲ୍ସର ଦୁର୍ଦଶ ବ୍ୟାଟର appeared first on Dharitri Odia News.

କେକେଆର ଟିମ୍ ରେ ଯୋଗଦେଲେ ଦିଲ୍ଲୀ କ୍ୟାପିଟାଲ୍ସର ଦୁର୍ଦଶ ବ୍ୟାଟର

ନୂଆଦିଲ୍ଲୀ,୧୦।୩: ବ୍ୟକ୍ତିଗତ କାରଣ ପାଇଁ ଆସନ୍ତା ଆଇପିଏଲ୍ ୨୦୨୪ ରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବ୍ୟାଟର ଜାସନ ରୟ ଓହରିଯିବା ପରେ ତାଙ୍କର ବଦଳ ଖେଳାଳି ଘୋଷଣା କରିଛି ଟିମ୍। ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରତିନିଧିତ୍ୱ କରିବା ପରେ ନିଲାମରେ ବିକ୍ରି ହୋଇ ନ ଥିଲେ ଫିଲ୍ ସଲ୍ଟ। ଏବେ ତାଙ୍କୁ ବଦଳ ଖେଳାଳି ଭାବେ କେକେଆର ଦଳରେ ସାମିଲ କରିଛି। ଆଇପିଏଲରେ ଏହା ଫିଲ୍ ସଲ୍ଟଙ୍କର ଦ୍ୱିତୀୟ ସିଜିନ୍ ହେବ।

ସଲ୍ଟଙ୍କୁ କେକେଆର ତାଙ୍କର ରିଜର୍ଭ ମୂଲ୍ୟରେ ୧.୫ କୋଟି ଟଙ୍କାରେ ଦଳରେ ସାମିଲ କରିଛି। ଇଂଲଣ୍ଡର ଏହି ଆକ୍ରମଣାତ୍ମକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ଦୁଇଟି ଟି-୨୦ ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ତାଙ୍କୁ କିଣିବାକୁ କୌଣସି ଆଇପିଏଲ ଟିମ୍ ଆଗ୍ରହ ଦେଖାଇ ନଥିଲେ। ଗତ ବର୍ଷ ଡିସେମ୍ବରରେ ତ୍ରିନିଦାଦରେ ଚତୁର୍ଥ ଟି୨୦ରେ ସେ ମାତ୍ର ୪୮ ବଲରୁ ଦ୍ରୁତ ଶତକ ହାସଲ କରିଥିଲେ।

The post କେକେଆର ଟିମ୍ ରେ ଯୋଗଦେଲେ ଦିଲ୍ଲୀ କ୍ୟାପିଟାଲ୍ସର ଦୁର୍ଦଶ ବ୍ୟାଟର appeared first on Dharitri Odia News.