କେକେଆର୍‌ ନୁହେଁ, ଆଇପିଏଲ୍‌ରେ ଏହି ଟିମ୍‌ର ହେଡ୍‌ କୋଚ୍‌ ହେବେ ଦ୍ରାବିଡ

ନୂଆଦିଲ୍ଲୀ,୨୩।୭: ଟିମ୍‌ ଇଣ୍ଡିଆ କୋଚ୍‌ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ଆଇପିଏଲ୍‌ ସହ ଯୋଡ଼ି ହେବେ ରାହୁଲ ଦ୍ରାବିଡ଼। ଏବେ ତାଙ୍କ ନୂଆ ଦାୟିତ୍ୱକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରଥମେ ସେ କେକେଆର୍‌ର କୋଚ୍‌ ହେବେ ବୋଲି କୁହାଯାଉଥିଲା। ହେଲେ ତାଜା ରିପୋର୍ଟ ଅନୁଯାୟୀ ସେ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସର ହେଡ୍‌ କୋଚ୍‌ ହୋଇପାରନ୍ତି। ଦ୍ରାବିଡ ଆଇପିଏଲ୍‌ ୨୦୨୫ରେ ରାଜସ୍ଥାନର ନୂଆ କୋଚ୍‌ ହେବେ। ଏହାକୁ ନେଇ ଆଧିକାରୀକ ଭାବେ ଖୁବ୍‌ଶୀଘ୍ର ଘୋଷଣା […] The post କେକେଆର୍‌ ନୁହେଁ, ଆଇପିଏଲ୍‌ରେ ଏହି ଟିମ୍‌ର ହେଡ୍‌ କୋଚ୍‌ ହେବେ ଦ୍ରାବିଡ appeared first on Dharitri Odia News.

କେକେଆର୍‌ ନୁହେଁ, ଆଇପିଏଲ୍‌ରେ ଏହି ଟିମ୍‌ର ହେଡ୍‌ କୋଚ୍‌ ହେବେ ଦ୍ରାବିଡ

ନୂଆଦିଲ୍ଲୀ,୨୩।୭: ଟିମ୍‌ ଇଣ୍ଡିଆ କୋଚ୍‌ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ଆଇପିଏଲ୍‌ ସହ ଯୋଡ଼ି ହେବେ ରାହୁଲ ଦ୍ରାବିଡ଼। ଏବେ ତାଙ୍କ ନୂଆ ଦାୟିତ୍ୱକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରଥମେ ସେ କେକେଆର୍‌ର କୋଚ୍‌ ହେବେ ବୋଲି କୁହାଯାଉଥିଲା। ହେଲେ ତାଜା ରିପୋର୍ଟ ଅନୁଯାୟୀ ସେ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସର ହେଡ୍‌ କୋଚ୍‌ ହୋଇପାରନ୍ତି।
ଦ୍ରାବିଡ ଆଇପିଏଲ୍‌ ୨୦୨୫ରେ ରାଜସ୍ଥାନର ନୂଆ କୋଚ୍‌ ହେବେ। ଏହାକୁ ନେଇ ଆଧିକାରୀକ ଭାବେ ଖୁବ୍‌ଶୀଘ୍ର ଘୋଷଣା କରାଯାଇପାରେ। ଏନେଇ ଉଭୟ ଦ୍ରାବିଡ ଏବଂ ଟିମ୍‌ ମଧ୍ୟରେ ଆଲୋଚନା ଜାରି ରହିଥିବା ରିପୋର୍ଟରେ କୁହାଯାଇଛି।

ତେବେ ପୂର୍ବରୁ ଦ୍ରାବିଡ ରାଜସ୍ଥାନ ଟିମ୍‌ର ଅଧିନାୟକ ରହିଥିଲେ। ୩୯ ବର୍ଷୀୟ ଏହି କ୍ରିକେଟରଙ୍କୁ ୨୦୧୨ରେ ରାଜସ୍ଥାନ ଅଧିନାୟକ କରିଥିଲା। ସେ ୪୦ ମ୍ୟାଚ୍‌ରେ ଟିମ୍‌ର ନେତୃତ୍ୱ ନେଇଥିଲେ,ଯେଉଁଥିରୁ ୨୩ରେ ସେ ବିଜେତା ହୋଇଥିଲେ। ଅଧିନାୟକତ୍ୱ ଛାଡ଼ିବା ପରେ ଦ୍ରାବିଡ ୨୦୧୪ ଏବଂ ୨୦୧୫ରେ ଦଳର କୋଚ୍‌ ହୋଇଥିଲେ। ଏହା ପରେ ସେ ଭାରତର ଅଣ୍ଡର ୧୯ ଏବଂ ଏ ଟିମ୍‌ର କୋଚ୍‌ ହୋଇଥିଲେ।

The post କେକେଆର୍‌ ନୁହେଁ, ଆଇପିଏଲ୍‌ରେ ଏହି ଟିମ୍‌ର ହେଡ୍‌ କୋଚ୍‌ ହେବେ ଦ୍ରାବିଡ appeared first on Dharitri Odia News.