କେଜରିଓ୍ବାଲଙ୍କ ଯାଚିକା ଉପରେ ଶୁଣାଣି, କୋର୍ଟ କହିଲେ ‘ହାଜର ନହେଲେ ଜାଣିବେ କିପରି ?’...
ନୂଆଦିଲ୍ଲୀ: ଅବକାରୀ ଘୋଟାଲା ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପଚରାଉଚରା କରିବା ପାଇଁ ଚାହୁଛି। ଯାଞ୍ଚ ଏଜେନ୍ସୀ କେଜରିଓ୍ବାଲଙ୍କ ଏପର୍ଯ୍ୟନ୍ତ ୯ ଥର ସମନ ମଧ୍ୟ ପଠାଇସାରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଇଡିରେ ହାଜର ହୋଇନାହାଁନ୍ତି। ଆଉ ଇଡି ସମନକୁ ଅବୈଧ କହି ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି।ତେବେ ଏହି ଯାଚିକାର ବୁଧବାର ଶୁଣାଣି ହୋଇଛି। ଅବଶ୍ୟ କୋର୍ଟ ଶୁଣାଣି ସମୟରେ ଅରବିନ୍ଦ କେଜରିଓ୍ବାଲଙ୍କୁ କୌଣସି ଆଶ୍ବସ୍ତି ଦେଇନାହାଁନ୍ତି। ଅଦାଲତ କେଜରିଓ୍ବାଲଙ୍କୁ କହିଛନ୍ତି ‘‘ଆପଣ ଇଡି ସାମ୍ନାରେ ହାଜର ନହେଲେ ଜାଣିବେ କିପରି ଯେ, ଆପଣଙ୍କୁ ସାକ୍ଷୀ ଭାବରେ ଡକାଯାଇଛି କିମ୍ବା ଅଭିଯୁକ୍ତ ଭାବରେ । ସେପଟେ କୋର୍ଟ ଇଡିକୁ ମଧ୍ୟ ଏହି ପ୍ରସଙ୍ଗରେ ଜବାବ ମାଗିଛନ୍ତି। ତେବେ ଏହି ମାମଲାରେ ଶୁଣାଣି ଏପ୍ରିଲ ୨୨ରେ ହେବ।ସୂଚନାଥାଉକି, କେଜରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ପଚରାଉଚରା ପାଇଁ ଡାକିଛି ଇଡି। ଏହା ଇଡିର ୯ମ ସମନ। ଯାଞ୍ଚ ଏଜେନ୍ସୀ ପିଏମଏଲଏ ନିୟମ ଅନୁଯାୟୀ କେଜରିଓ୍ବାଲଙ୍କୁ ପଚରାଉଚରା ପାଇଁ ଡାକିଛି। ମୁଖ୍ୟମନ୍ତ୍ରୀ ବାରମ୍ବାର ଏହି ସମନକୁ ଅବୈଧ କହିବା ସହ ଏଜେନ୍ସୀ ସାମ୍ନାରେ ହାଜର ହେବାକୁ ମନା କରୁଛନ୍ତି। ଏହି ମାମଲା ୨୦୨୧-୨୨ରେ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଘୋଟାଲ ସହ ଜଡ଼ିତ। ଏହି ନୀତିକୁ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରାଯାଇଥିଲା। ଉପରାଜ୍ୟପାଳ ଭ
ନୂଆଦିଲ୍ଲୀ: ଅବକାରୀ ଘୋଟାଲା ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପଚରାଉଚରା କରିବା ପାଇଁ ଚାହୁଛି। ଯାଞ୍ଚ ଏଜେନ୍ସୀ କେଜରିଓ୍ବାଲଙ୍କ ଏପର୍ଯ୍ୟନ୍ତ ୯ ଥର ସମନ ମଧ୍ୟ ପଠାଇସାରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଇଡିରେ ହାଜର ହୋଇନାହାଁନ୍ତି। ଆଉ ଇଡି ସମନକୁ ଅବୈଧ କହି ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି।
ତେବେ ଏହି ଯାଚିକାର ବୁଧବାର ଶୁଣାଣି ହୋଇଛି। ଅବଶ୍ୟ କୋର୍ଟ ଶୁଣାଣି ସମୟରେ ଅରବିନ୍ଦ କେଜରିଓ୍ବାଲଙ୍କୁ କୌଣସି ଆଶ୍ବସ୍ତି ଦେଇନାହାଁନ୍ତି। ଅଦାଲତ କେଜରିଓ୍ବାଲଙ୍କୁ କହିଛନ୍ତି ‘‘ଆପଣ ଇଡି ସାମ୍ନାରେ ହାଜର ନହେଲେ ଜାଣିବେ କିପରି ଯେ, ଆପଣଙ୍କୁ ସାକ୍ଷୀ ଭାବରେ ଡକାଯାଇଛି କିମ୍ବା ଅଭିଯୁକ୍ତ ଭାବରେ । ସେପଟେ କୋର୍ଟ ଇଡିକୁ ମଧ୍ୟ ଏହି ପ୍ରସଙ୍ଗରେ ଜବାବ ମାଗିଛନ୍ତି। ତେବେ ଏହି ମାମଲାରେ ଶୁଣାଣି ଏପ୍ରିଲ ୨୨ରେ ହେବ।
ସୂଚନାଥାଉକି, କେଜରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ପଚରାଉଚରା ପାଇଁ ଡାକିଛି ଇଡି। ଏହା ଇଡିର ୯ମ ସମନ। ଯାଞ୍ଚ ଏଜେନ୍ସୀ ପିଏମଏଲଏ ନିୟମ ଅନୁଯାୟୀ କେଜରିଓ୍ବାଲଙ୍କୁ ପଚରାଉଚରା ପାଇଁ ଡାକିଛି। ମୁଖ୍ୟମନ୍ତ୍ରୀ ବାରମ୍ବାର ଏହି ସମନକୁ ଅବୈଧ କହିବା ସହ ଏଜେନ୍ସୀ ସାମ୍ନାରେ ହାଜର ହେବାକୁ ମନା କରୁଛନ୍ତି।
ଏହି ମାମଲା ୨୦୨୧-୨୨ରେ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଘୋଟାଲ ସହ ଜଡ଼ିତ। ଏହି ନୀତିକୁ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରାଯାଇଥିଲା। ଉପରାଜ୍ୟପାଳ ଭି.କେ.ସକ୍ସେନାଙ୍କ ସୁପାରିଶ ପରେ ସିବିଆଇ ଏହି ଘୋଟାଲ ମାମଲାରେ ପ୍ରାଥମିକ ମାମଲା ରୁଜୁ କରିଥିଲା ଏବଂ ଏହା ଆଧାରରେ ଇଡି ମନିଲଣ୍ଡ୍ରିଂ ଅଭିଯୋଗର ଯାଞ୍ଚ ଆରମ୍ଭ କରିଥିଲା।