କେଜରିଓ୍ବାଲଙ୍କୁ ନେଇ ବଡ଼ ରାୟ ଦେଲେ କୋର୍ଟ
ନୂଆଦିଲ୍ଲୀ,୪।୪: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଦରୁ ହଟେଇବା ପାଇଁ କରାଯାଇଥିବା ଆବେଦନ ଖାରଜ। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲ ଗିରଫ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଆବେଦନ କରାଯାଇଥିଲା। ଗୁରୁବାର ଏହି ମାମଲା ଉପରେ ଶୁଶାଣି କରି ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଆବେଦନକୁ ଖାରଜ କରି ଦେଇଛନ୍ତି। ସେ କହିଛନ୍ତି, ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ […] The post କେଜରିଓ୍ବାଲଙ୍କୁ ନେଇ ବଡ଼ ରାୟ ଦେଲେ କୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୪।୪: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଦରୁ ହଟେଇବା ପାଇଁ କରାଯାଇଥିବା ଆବେଦନ ଖାରଜ। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲ ଗିରଫ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଆବେଦନ କରାଯାଇଥିଲା।
ଗୁରୁବାର ଏହି ମାମଲା ଉପରେ ଶୁଶାଣି କରି ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଆବେଦନକୁ ଖାରଜ କରି ଦେଇଛନ୍ତି। ସେ କହିଛନ୍ତି, ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ କି ନାହିଁ, ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଆମେ ଆଇନଗତ ଅଦାଲତ। କେବେ କେଉଁଠି ରାଷ୍ଟ୍ରପତି ଶାସନ କିମ୍ବା ରାଜ୍ୟପାଳଙ୍କ ନିୟମ କୋର୍ଟ ଦ୍ୱାରା ଲାଗୁ ହେବାର ଦେଖିଛନ୍ତି କି?
ଜଣେ ମୁଖ୍ୟମନ୍ତ୍ରୀ କେଉଁଠୁ କେମିତି ଶାସନ କରିବେ, ତାହା ତାଙ୍କର ବ୍ୟକ୍ତିଗତ ବିଷୟ। ଏହା ମଧ୍ୟ କେଜରିୱାଲଙ୍କ ନିଷ୍ପତ୍ତି। ବେଳେବେଳେ ବ୍ୟକ୍ତିଗତ ସ୍ବାର୍ଥକୁ ରାଷ୍ଟ୍ରୀୟ ସ୍ବାର୍ଥ ଅଧୀନରେ ରଖିବାକୁ ପଡିବ। ଗଣତନ୍ତ୍ରକୁ ତା’ ବାଟରେ ଚାଲିବାକୁ ଦିଅନ୍ତୁ ବୋଲି କୋର୍ଟ କହିଛନ୍ତି।
The post କେଜରିଓ୍ବାଲଙ୍କୁ ନେଇ ବଡ଼ ରାୟ ଦେଲେ କୋର୍ଟ appeared first on Dharitri Odia News.