କେଜରିଓ୍ୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ୨୪ ଘଣ୍ଟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଦ୍ୱିତୀୟ ଝଟ୍କା
ନୂଆଦିଲ୍ଲୀ ୧୦/୦୪: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ୨୪ ଘଣ୍ଟା ମଧ୍ୟରେ କୋର୍ଟରୁ ଦ୍ୱିତୀୟ ଝଟକା ଲାଗିଛି । ଏହାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ଗିରଫଦାରୀକୁ ଯଥାର୍ଥ ଦର୍ଶାଇ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମଧ୍ୟ ତାଙ୍କର ଦ୍ୱିତୀୟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ଆବେଦନରେ ସିଏମ କେଜ୍ରିୱାଲ ସପ୍ତାହରେ ୫ ଥର ଓକିଲଙ୍କୁ ଭେଟିବାକୁ ଦାବି କରିଥିଲେ । ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ସପ୍ତାହରେ ଦୁଇଥର ତାଙ୍କ ଓକିଲଙ୍କୁ ଭେଟି ପାରିବେ । ସୂଚନା ଥାଉକି, କେଜରିଓ୍ୱାଲଙ୍କ ଓକିଲ ବିବେକ ଜୈନ ଯୁକ୍ତି ଦର୍ଶାଇଥିଲେ ଯେ କେଜ୍ରିୱାଲ କୌଣସି ଆଶ୍ୱସ୍ତି ଦାବି କରୁନାହାଁନ୍ତି । ଅନେକ ଅଦାଲତରେ ତାଙ୍କ ବିରୋଧରେ ବିଚାରାଧୀନ ମାମଲା ସଂପର୍କରେ ସିଏମ୍ କେବଳ ଓକିଲଙ୍କ ସହିତ ଅତିରିକ୍ତ ବୈଠକ କରିବାକୁ ଚାହୁଁଛନ୍ତି । କେଜ୍ରିୱାଲଙ୍କ ବିରୋଧରେ ୩୫ ରୁ ୪୦ ମାମଲା ବିଚାରାଧୀନ ଅଛି ବୋଲି ଆଡଭୋକେଟ୍ ବିବେକ ଜୈନ କହିଛନ୍ତି । ଜଣେ ବ୍ୟକ୍ତିଙ୍କୁ ବୁଝିବା ଏବଂ ନିର୍ଦ୍ଦେଶ ଦେବା ପାଇଁ ସପ୍ତାହରେ ଗୋଟିଏ ଘଣ୍ଟା ଯଥେଷ୍ଟ ନୁହେଁ । ଏହା ହେଉଛି ସବୁଠାରୁ ମୌଳିକ ଆଇନଗତ ଅଧିକାର, ଯାହା ଅଧୀନରେ କେଜ୍ରିୱାଲ ତାଙ୍କ ଓକିଲଙ୍କୁ ଭେଟିବାକୁ ଦାବି କରୁଛନ୍ତି ।
ନୂଆଦିଲ୍ଲୀ ୧୦/୦୪: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ୨୪ ଘଣ୍ଟା ମଧ୍ୟରେ କୋର୍ଟରୁ ଦ୍ୱିତୀୟ ଝଟକା ଲାଗିଛି । ଏହାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ଗିରଫଦାରୀକୁ ଯଥାର୍ଥ ଦର୍ଶାଇ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମଧ୍ୟ ତାଙ୍କର ଦ୍ୱିତୀୟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଏହି ଆବେଦନରେ ସିଏମ କେଜ୍ରିୱାଲ ସପ୍ତାହରେ ୫ ଥର ଓକିଲଙ୍କୁ ଭେଟିବାକୁ ଦାବି କରିଥିଲେ । ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ସପ୍ତାହରେ ଦୁଇଥର ତାଙ୍କ ଓକିଲଙ୍କୁ ଭେଟି ପାରିବେ ।
ସୂଚନା ଥାଉକି, କେଜରିଓ୍ୱାଲଙ୍କ ଓକିଲ ବିବେକ ଜୈନ ଯୁକ୍ତି ଦର୍ଶାଇଥିଲେ ଯେ କେଜ୍ରିୱାଲ କୌଣସି ଆଶ୍ୱସ୍ତି ଦାବି କରୁନାହାଁନ୍ତି । ଅନେକ ଅଦାଲତରେ ତାଙ୍କ ବିରୋଧରେ ବିଚାରାଧୀନ ମାମଲା ସଂପର୍କରେ ସିଏମ୍ କେବଳ ଓକିଲଙ୍କ ସହିତ ଅତିରିକ୍ତ ବୈଠକ କରିବାକୁ ଚାହୁଁଛନ୍ତି । କେଜ୍ରିୱାଲଙ୍କ ବିରୋଧରେ ୩୫ ରୁ ୪୦ ମାମଲା ବିଚାରାଧୀନ ଅଛି ବୋଲି ଆଡଭୋକେଟ୍ ବିବେକ ଜୈନ କହିଛନ୍ତି ।
ଜଣେ ବ୍ୟକ୍ତିଙ୍କୁ ବୁଝିବା ଏବଂ ନିର୍ଦ୍ଦେଶ ଦେବା ପାଇଁ ସପ୍ତାହରେ ଗୋଟିଏ ଘଣ୍ଟା ଯଥେଷ୍ଟ ନୁହେଁ । ଏହା ହେଉଛି ସବୁଠାରୁ ମୌଳିକ ଆଇନଗତ ଅଧିକାର, ଯାହା ଅଧୀନରେ କେଜ୍ରିୱାଲ ତାଙ୍କ ଓକିଲଙ୍କୁ ଭେଟିବାକୁ ଦାବି କରୁଛନ୍ତି ।