କେଜ୍ରିଓ୍ବାଲଙ୍କ ଗିରଫକୁ ବିରୋଧ କରି ଆପ୍ର ଗର୍ଜନ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରିବେ ନେତା
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଘୋଟଲାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜ୍ରିଓ୍ବାଲ । ଏହାର ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ମଙ୍ଗଳବାର ମହାଗର୍ଜନ କରିବ । ଆପ୍ ନେତା ଓ କର୍ମୀ ହୋଲି ପାଳିବା ବଦଳରେ ବିକ୍ଷୋଭ କରିବେ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନିବାସ ଘେରିବ ଆମ୍ ଆଦମୀ ପାର୍ଟି । ଏହାକୁ ଦୃଷ୍ଟି ରଖି ଦିଲ୍ଲୀ ପୋଲିସ ସତର୍କ ହେବା ସହିତ ଟ୍ରାଫିକ୍ ଆଡଭାଇଜରି ଜାରି କରିଛି। ଯେଉଁଥିରେ ମଙ୍ଗଳବାର ତୋଗଲକ୍ ରୋଡ୍, ସଫଦରଗଞ୍ଜ ରୋଡ୍ ଏବଂ କମାଲ ଅତାତୁର୍କ ମାର୍ଗରେ କୌଣସି ଯାନବାହନକୁ ପାର୍କିଂ ପାଇଁ ବାରଣ କରାଯାଇଛି । ଅନ୍ୟପଟେ ଦିଲ୍ଲୀ ପୋଲିସ ମୁତାବକ, ଆମ ଆଦମୀ ପାର୍ଟିକୁ କୌଣସି ପ୍ରକାର ପ୍ରତିବାଦ ପାଇଁ ଅନୁମତି ମିଳିନାହିଁ ।ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଦ ଦୁର୍ନୀତି ମାମଲାରେ ଇଡି ଗିରଫ କରିବା ପରେ ଆମ୍ ଆଦମୀ ପାର୍ଟି ବିକ୍ଷୋଭକୁ ଓହ୍ଲାଇ ଆସିଛି । କେଜ୍ରିଓ୍ବାଲଙ୍କୁ ଗିରଫଦାରୀ ପ୍ରତିବାଦରେ ସୋମବାର ଆମ ଆଦମୀ ପାର୍ଟି ସୋସିଆଲ୍ ମିଡିଆଲ ଏକ ଅଭିଯାନ ଆରମ୍ଭ କରିଥିଲା । ସମ୍ବିଧାନ ଏବଂ ଲୋକତନ୍ତ୍ରଙ୍କୁ ବଞ୍ଚାଇବା ପାଇଁ ଆପ୍ ସମର୍ଥନ କରିବାକୁ ଲୋକଙ୍କ ଅପିଲ୍ କରିଛି । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆପ୍ ବରିଷ୍ଠ ନେତା ଆତଶୀ ସାମ୍ବାଦିକ ସମ୍ମିଳନୀ କରି ‘ଡିପି’ ନାଁରେ ଏକ ସୋସିଆଲ୍ ମିଡିଆ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏଥିରେ ସାମିଲ୍ ହେବାକୁ ଲୋକଙ୍କୁ ଆହ୍ବାନ ଦେଇଥିଲେ । Traffic AdvisoryI
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଘୋଟଲାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜ୍ରିଓ୍ବାଲ । ଏହାର ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ମଙ୍ଗଳବାର ମହାଗର୍ଜନ କରିବ । ଆପ୍ ନେତା ଓ କର୍ମୀ ହୋଲି ପାଳିବା ବଦଳରେ ବିକ୍ଷୋଭ କରିବେ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନିବାସ ଘେରିବ ଆମ୍ ଆଦମୀ ପାର୍ଟି । ଏହାକୁ ଦୃଷ୍ଟି ରଖି ଦିଲ୍ଲୀ ପୋଲିସ ସତର୍କ ହେବା ସହିତ ଟ୍ରାଫିକ୍ ଆଡଭାଇଜରି ଜାରି କରିଛି। ଯେଉଁଥିରେ ମଙ୍ଗଳବାର ତୋଗଲକ୍ ରୋଡ୍, ସଫଦରଗଞ୍ଜ ରୋଡ୍ ଏବଂ କମାଲ ଅତାତୁର୍କ ମାର୍ଗରେ କୌଣସି ଯାନବାହନକୁ ପାର୍କିଂ ପାଇଁ ବାରଣ କରାଯାଇଛି । ଅନ୍ୟପଟେ ଦିଲ୍ଲୀ ପୋଲିସ ମୁତାବକ, ଆମ ଆଦମୀ ପାର୍ଟିକୁ କୌଣସି ପ୍ରକାର ପ୍ରତିବାଦ ପାଇଁ ଅନୁମତି ମିଳିନାହିଁ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଦ ଦୁର୍ନୀତି ମାମଲାରେ ଇଡି ଗିରଫ କରିବା ପରେ ଆମ୍ ଆଦମୀ ପାର୍ଟି ବିକ୍ଷୋଭକୁ ଓହ୍ଲାଇ ଆସିଛି । କେଜ୍ରିଓ୍ବାଲଙ୍କୁ ଗିରଫଦାରୀ ପ୍ରତିବାଦରେ ସୋମବାର ଆମ ଆଦମୀ ପାର୍ଟି ସୋସିଆଲ୍ ମିଡିଆଲ ଏକ ଅଭିଯାନ ଆରମ୍ଭ କରିଥିଲା । ସମ୍ବିଧାନ ଏବଂ ଲୋକତନ୍ତ୍ରଙ୍କୁ ବଞ୍ଚାଇବା ପାଇଁ ଆପ୍ ସମର୍ଥନ କରିବାକୁ ଲୋକଙ୍କ ଅପିଲ୍ କରିଛି । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆପ୍ ବରିଷ୍ଠ ନେତା ଆତଶୀ ସାମ୍ବାଦିକ ସମ୍ମିଳନୀ କରି ‘ଡିପି’ ନାଁରେ ଏକ ସୋସିଆଲ୍ ମିଡିଆ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏଥିରେ ସାମିଲ୍ ହେବାକୁ ଲୋକଙ୍କୁ ଆହ୍ବାନ ଦେଇଥିଲେ ।
Traffic Advisory
In view of special Law & Order arrangement in New Delhi area on 26.03.2024, traffic will be affected.
Kindly follow the advisory#DPTrafficAdvisory pic.twitter.com/5BUosjCzmy— Delhi Traffic Police (@dtptraffic) March 25, 2024
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅବକାରୀ ନୀତି ସହିତ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଗତ ସପ୍ତାହରେ ଆପ୍ ସୁପ୍ରିମୋଙ୍କୁ ଗିରଫ କରିଛି । ଏହାଛଡ଼ା ଇଡି ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ମାର୍ଚ୍ଚ ୨୮ ତାରିଖ ଯାଏ ହେପାଜତକୁ ନେଇଛି । ଯାହାକୁ ବିରୋଧ କରି ଆପ୍ ନେତା ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନ ଘେରିବେ ନେତା । ସେହିପରି ମାର୍ଚ୍ଚ ୩୧ ତାରିଖକୁ ରାମଲୀଳା ମୈଦନରେ ଦଳ ମହାରାଲି କରିବ ।