କେଜ୍ରିୱାଲଙ୍କ ନୂଆ ଠିକଣା ବଙ୍ଗଳା ନଂ-୫; ଶୁକ୍ରବାର ମୁଖ୍ୟମନ୍ତ୍ରୀ ଆବାସ ଛାଡ଼ିବେ ଆପ୍ ସୁପ୍ରିମୋ
ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟି ପ୍ରମୁଖ ଅରବିନ୍ଦ କେଜ୍ରିୱାଲଙ୍କ ନୂଆ ଠିକଣା ବଙ୍ଗଳା ନଂ-୫ । ଖୁବ୍ ଶୀଘ୍ର ପରିବାର ସହିତ ନୂଆ ଘରକୁ ଶିଫ୍ଟ ହେବେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ଫ୍ଲାଗଷ୍ଟାଫ୍ ରୋଡ୍ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଖାଲି କରିବା ନେଇ ସୂଚନା ରହିଛି । ଏ ସଂପର୍କରେ ଆଫ୍ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ମଣ୍ଡି ହାଉସ୍ ନିକଟରେ ଫିରୋଜଶାହ ରୋଡ୍ରେ ଆପ୍ର ରାଜ୍ୟସଭା ସାଂସଦଙ୍କୁ ଆବଣ୍ଟିତ ୨ଟି ବଙ୍ଗଳା ମଧ୍ୟରୁ ଗୋଟିଏରେ ସେ ରହିବେ । ଉଭୟ ବଙ୍ଗଳା ରବି ଶଙ୍କର ଶୁକ୍ଲା ଲେନ୍ସ୍ଥିତ ଦଳର ମୁଖ୍ୟାଳୟଠାରୁ ମାତ୍ର କିଛି ମିଟର ଦୂରରେ ରହିଛି । ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ କୋର୍ଟରୁ ଜାମିନରେ ଆସିବା ପରେ ଗତ ମାସରେ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଏକ ଜାତୀୟ ଦଳର ମୁଖ୍ୟ ଭାବେ କେଜ୍ରିୱାଲଙ୍କୁ ଘର ପ୍ରଦାନ ଲାଗି ଆପ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା । କେଜରିୱାଲ ଏବେ ନୂଆ ଦିଲ୍ଲୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଅଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ଗାଜିଆବାଦର କୌଶାମ୍ବୀ ଅଞ୍ଚଳରେ ରହୁଥିଲେ ।
ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟି ପ୍ରମୁଖ ଅରବିନ୍ଦ କେଜ୍ରିୱାଲଙ୍କ ନୂଆ ଠିକଣା ବଙ୍ଗଳା ନଂ-୫ । ଖୁବ୍ ଶୀଘ୍ର ପରିବାର ସହିତ ନୂଆ ଘରକୁ ଶିଫ୍ଟ ହେବେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ଫ୍ଲାଗଷ୍ଟାଫ୍ ରୋଡ୍ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଖାଲି କରିବା ନେଇ ସୂଚନା ରହିଛି ।
ଏ ସଂପର୍କରେ ଆଫ୍ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ମଣ୍ଡି ହାଉସ୍ ନିକଟରେ ଫିରୋଜଶାହ ରୋଡ୍ରେ ଆପ୍ର ରାଜ୍ୟସଭା ସାଂସଦଙ୍କୁ ଆବଣ୍ଟିତ ୨ଟି ବଙ୍ଗଳା ମଧ୍ୟରୁ ଗୋଟିଏରେ ସେ ରହିବେ । ଉଭୟ ବଙ୍ଗଳା ରବି ଶଙ୍କର ଶୁକ୍ଲା ଲେନ୍ସ୍ଥିତ ଦଳର ମୁଖ୍ୟାଳୟଠାରୁ ମାତ୍ର କିଛି ମିଟର ଦୂରରେ ରହିଛି । ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ କୋର୍ଟରୁ ଜାମିନରେ ଆସିବା ପରେ ଗତ ମାସରେ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଏକ ଜାତୀୟ ଦଳର ମୁଖ୍ୟ ଭାବେ କେଜ୍ରିୱାଲଙ୍କୁ ଘର ପ୍ରଦାନ ଲାଗି ଆପ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା । କେଜରିୱାଲ ଏବେ ନୂଆ ଦିଲ୍ଲୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଅଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ଗାଜିଆବାଦର କୌଶାମ୍ବୀ ଅଞ୍ଚଳରେ ରହୁଥିଲେ ।