ବିଗ୍ ବଜେଟ୍ ଫିଲ୍ମର ଅଯଥା ଖର୍ଚ୍ଚକୁ ନେଇ ମତ ରଖିଲେ କ୍ରିତି, କହିଲେ-ବିଷୟବସ୍ତୁକୁ ଫୋକସ୍ କରିବା ଜରୁରୀ
ମୁମ୍ବାଇ ୧୨।୦୬: ଗତ କିଛି ମାସ ହେଲା ବଲିଉଡ୍ର କିଛି ବିଗ୍ ବଜେଟ୍ ଫିଲ୍ମ ବକ୍ସ ଅଫିସ୍ରେ ମାଟି କାମୁଡୁଛି । ସେଥିପାଇଁ ବଡ଼ ବଜେଟ୍ ପ୍ରୋଜେକ୍ଟଗୁଡ଼ିକର ବିଫଳତାକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଚାଲିଛି । ସିନେ ତାରକାଙ୍କ ଅନାବଶ୍ୟକ ପାରିଶ୍ରମିକ ଦାବିକୁ ନେଇ ମଧ୍ୟ ବିବାଦ ତେଜିଛି । ଷ୍ଟାର୍ଙ୍କର ଏପରି ଦାବିକୁ କିଛି କଳାକାର ଠିକ୍ ଦର୍ଶାଉଥିବାବେଳେ ଫିଲ୍ମ ନିର୍ମାତା କହୁଛନ୍ତି, କଳାକାରଙ୍କ ମୋଟା ଅଙ୍କର ପାରିଶ୍ରମିକ ଦାବି ଯୋଗୁ ଫିଲ୍ମର ବଜେଟ୍ ଅଯଥା ବଢ଼ିଯାଉଛି ।ଚଳିତ ବର୍ଷ ‘ତେରି ବାତୋଁ ମେଁ ଐସା ଉଲ୍ଝା ଜିୟା’ ଓ ‘କ୍ରୁ’ ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା କ୍ରିତି ସାନନ୍ ଏବେ ଏ ମାମଲାରେ ନିଜ ମତ ରଖିଛନ୍ତି । ନିକଟରେ ନିଜର ପ୍ରଡକ୍ସନ୍ ହାଉସ୍ ବ୍ଲୁ ବଟରଫ୍ଲାଇ ଫିଲ୍ମସ ଖୋଲିଥିବା କ୍ରିତି ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମକୁ କହିଛନ୍ତି ‘କଳାକାରଙ୍କ ଦାବିଠୁ ଫିଲ୍ମର ବିଷୟବସ୍ତୁ ଉପରେ ଅଧିକ ଫୋକସ୍ ରହିବା ଜରୁରି । ଏମିତି କିଛି ଦିଗ ଅଛି, ଯେଉଁଥିରେ ଅତି ଅନାବଶ୍ୟକ ଖର୍ଚ୍ଚ ହୁଏ । କିନ୍ତୁ ଶେଷରେ ବିଷୟବସ୍ତୁ ହିଁ ଜିତେ । କଳାକାରଙ୍କୁ କେତେ ପାରିଶ୍ରମିକ ଦିଆଯାଉଛି, ସେଥିରେ କିଛି ଫରକ ପଡ଼େ ନାହିଁ । ଯଦି ଆପଣ ମୁଖ୍ୟ କଥା ଅର୍ଥାତ୍ ବିଷୟବସ୍ତୁ ଉପରେ ଫୋକସ୍ କରୁନାହାନ୍ତି, ତେବେ ଅନ୍ୟ କୌଣସି ମାମଲାରେ ଧ୍ୟାନ ଦେବାରେ କିଛି ଫରକ ପଡ଼େ ନାହିଁ ।’ ରିପୋର୍ଟ ଅନୁସାରେ, ନିକଟରେ ଫି
ମୁମ୍ବାଇ ୧୨।୦୬: ଗତ କିଛି ମାସ ହେଲା ବଲିଉଡ୍ର କିଛି ବିଗ୍ ବଜେଟ୍ ଫିଲ୍ମ ବକ୍ସ ଅଫିସ୍ରେ ମାଟି କାମୁଡୁଛି । ସେଥିପାଇଁ ବଡ଼ ବଜେଟ୍ ପ୍ରୋଜେକ୍ଟଗୁଡ଼ିକର ବିଫଳତାକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଚାଲିଛି । ସିନେ ତାରକାଙ୍କ ଅନାବଶ୍ୟକ ପାରିଶ୍ରମିକ ଦାବିକୁ ନେଇ ମଧ୍ୟ ବିବାଦ ତେଜିଛି । ଷ୍ଟାର୍ଙ୍କର ଏପରି ଦାବିକୁ କିଛି କଳାକାର ଠିକ୍ ଦର୍ଶାଉଥିବାବେଳେ ଫିଲ୍ମ ନିର୍ମାତା କହୁଛନ୍ତି, କଳାକାରଙ୍କ ମୋଟା ଅଙ୍କର ପାରିଶ୍ରମିକ ଦାବି ଯୋଗୁ ଫିଲ୍ମର ବଜେଟ୍ ଅଯଥା ବଢ଼ିଯାଉଛି ।
ଚଳିତ ବର୍ଷ ‘ତେରି ବାତୋଁ ମେଁ ଐସା ଉଲ୍ଝା ଜିୟା’ ଓ ‘କ୍ରୁ’ ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା କ୍ରିତି ସାନନ୍ ଏବେ ଏ ମାମଲାରେ ନିଜ ମତ ରଖିଛନ୍ତି । ନିକଟରେ ନିଜର ପ୍ରଡକ୍ସନ୍ ହାଉସ୍ ବ୍ଲୁ ବଟରଫ୍ଲାଇ ଫିଲ୍ମସ ଖୋଲିଥିବା କ୍ରିତି ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମକୁ କହିଛନ୍ତି ‘କଳାକାରଙ୍କ ଦାବିଠୁ ଫିଲ୍ମର ବିଷୟବସ୍ତୁ ଉପରେ ଅଧିକ ଫୋକସ୍ ରହିବା ଜରୁରି । ଏମିତି କିଛି ଦିଗ ଅଛି, ଯେଉଁଥିରେ ଅତି ଅନାବଶ୍ୟକ ଖର୍ଚ୍ଚ ହୁଏ । କିନ୍ତୁ ଶେଷରେ ବିଷୟବସ୍ତୁ ହିଁ ଜିତେ । କଳାକାରଙ୍କୁ କେତେ ପାରିଶ୍ରମିକ ଦିଆଯାଉଛି, ସେଥିରେ କିଛି ଫରକ ପଡ଼େ ନାହିଁ । ଯଦି ଆପଣ ମୁଖ୍ୟ କଥା ଅର୍ଥାତ୍ ବିଷୟବସ୍ତୁ ଉପରେ ଫୋକସ୍ କରୁନାହାନ୍ତି, ତେବେ ଅନ୍ୟ କୌଣସି ମାମଲାରେ ଧ୍ୟାନ ଦେବାରେ କିଛି ଫରକ ପଡ଼େ ନାହିଁ ।’ ରିପୋର୍ଟ ଅନୁସାରେ, ନିକଟରେ ଫିଲ୍ମ ସଂଗଠନ ଓ ୫ ବଡ଼ ଟ୍ୟାଲେଣ୍ଟ୍ ଏଜେନ୍ସି ଏ ନେଇ ଆଲୋଚନା ପାଇଁ ବୈଠକ ବସାଇଥିଲେ । ଫିଲ୍ମ ପ୍ରଯୋଜନା ଖର୍ଚ୍ଚ ବଢ଼ି ଚାଲିଥିବା ବୈଠକରେ ଚର୍ଚ୍ଚା ହୋଇଥିଲା ।
ନିକଟରେ ଫିଲ୍ମ ନିର୍ମାତା ଫରାହ ଖାନ ଓ ଅନୁରାଗ କଶ୍ୟପ କଳାକାରଙ୍କ ଅନାବଶ୍ୟକ ଦାବି ବିଷୟରେ ଆଲୋଚନା କରିଥିଲେ । କୃତି ଜଣେ କଳାକାର ଓ ପ୍ରଯୋଜକ ଉଭୟ ଦିଗରୁ ଏ ବିଷୟରେ ଆଲୋଚନା କରିଥିଲେ । କହିଥିଲେ, ସେ ନିଜେ କେବେ ବି ଏ ଭଳି ଦାବି କରିନାହାନ୍ତି। କିନ୍ତୁ ମାମଲା ସାମ୍ନାକୁ ଆସିଛି ଯେତେବେଳେ ଏହା ଚିନ୍ତାର ବିଷୟ । ଫିଲ୍ମ ସେଟ୍ରେ ସବୁ ଛୋଟ ଛୋଟ ଦିଗ ଉପରେ ଧ୍ୟାନ ଦେବା ଜରୁରି ବୋଲି ସେ କହିଛନ୍ତି । କ୍ରିତିଙ୍କ ପ୍ରଯୋଜନାରେ ନିର୍ମିତ ପ୍ରଥମ ପ୍ରୋଜେକ୍ଟ ‘ଦୋ ପତ୍ତି’ ଖୁବ୍ଶୀଘ୍ର ଥିଏଟରକୁ ଆସିବ । ଏଥିରେ ସେ ନିଜେ ଅଭିନୟ କରିଛନ୍ତି । ତାଙ୍କ ସହ କାଜୋଲ ମଧ୍ୟ ସ୍କ୍ରିନ୍ ଶେୟାର କରିଛନ୍ତି । କିଛି ଦିନ ତଳେ ଫିଲ୍ମର ଟିଜର୍ ଜାରି ହୋଇଥିଲା, ଯାହାକୁ ଭଲ ପ୍ରତିକ୍ରିୟା ମିଳିଥିଲା । ରିଲିଜ୍ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଖୁବ୍ଶୀଘ୍ର ଏହା ଥିଏଟରକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।