କେଜ୍ରିୱାଲଙ୍କ ବିରୋଧରେ NIA ତଦନ୍ତ ପାଇଁ ସୁପାରିଶ: ଖଲିସ୍ତାନ ସମର୍ଥକଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ପଲିସି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ। କେଜ୍ରିୱାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ସୁପାରିଶ କରିଛନ୍ତି। ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ସେ ଏହି ତଦନ୍ତ ପାଇଁ ଦାବି କରିଛନ୍ତି। ଗୃହ ମନ୍ତ୍ରଣାଳୟକୁ ଲେଖିଥିବା ଏକ ଚିଠିରେ ସେ କହିଛନ୍ତି ଯେ ଏହି ଅଭିଯୋଗ ସିଏମଙ୍କ ବିରୋଧରେ ଭାରତରେ ନିଷିଦ୍ଧ ହୋଇଥିବା ଆତଙ୍କବାଦୀ ସଂଗଠନ ଠାରୁ ଏକ ରାଜନୈତିକ ଦଳକୁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯିବା ନେଇ ଅଭିଯୋଗ ଆସିଛି। ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ବୈଦ୍ୟୁତିକ ଉପକରଣର ଫୋରେନସିକ୍ ଯାଞ୍ଚ କରାଯିବା ଜରୁରୀ ବୋଲି ସେ ଉଲ୍ଲେଖ କରିଛନ୍ତି।ଦେବେନ୍ଦ୍ର ପାଲ ଭୁଲାରଙ୍କ ମୁକ୍ତି ପାଇଁ ଓ ଖଲିସ୍ତାନୀ ସମର୍ଥକଙ୍କ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଶିଖ୍ ଫର ଜଷ୍ଟିସଙ୍କ ଠାରୁ ୧୬ ମିଲିୟନ୍ ଆମେରିକୀୟ ଡଲାର ଗ୍ରହଣ କରିଥିବା ନେଇ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ବିଶ୍ୱ ହିନ୍ଦୁ ଫେଡେରେସନ୍ ଇଣ୍ଡିଆର ଜାତୀୟ ସାଧାରଣ ସମ୍ପାଦକ ଅଶ୍ରୁ ମୋଙ୍ଗିୟା ଓ ଆମ୍ ଆଦମୀ ପାର୍ଟିର ପୂର୍ବତନ କର୍ମୀ ମୁନିଶ କୁମାର ରାଇଜଡାଙ୍କ ଦ୍ୱାରା କରାଯାଇଥିଲା।

କେଜ୍ରିୱାଲଙ୍କ ବିରୋଧରେ NIA ତଦନ୍ତ ପାଇଁ ସୁପାରିଶ: ଖଲିସ୍ତାନ ସମର୍ଥକଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ପଲିସି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ। କେଜ୍ରିୱାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ସୁପାରିଶ କରିଛନ୍ତି। ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ସେ ଏହି ତଦନ୍ତ ପାଇଁ ଦାବି କରିଛନ୍ତି। 

ଗୃହ ମନ୍ତ୍ରଣାଳୟକୁ ଲେଖିଥିବା ଏକ ଚିଠିରେ ସେ କହିଛନ୍ତି ଯେ ଏହି ଅଭିଯୋଗ ସିଏମଙ୍କ ବିରୋଧରେ ଭାରତରେ ନିଷିଦ୍ଧ ହୋଇଥିବା ଆତଙ୍କବାଦୀ ସଂଗଠନ ଠାରୁ ଏକ ରାଜନୈତିକ ଦଳକୁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯିବା ନେଇ ଅଭିଯୋଗ ଆସିଛି। ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ବୈଦ୍ୟୁତିକ ଉପକରଣର ଫୋରେନସିକ୍ ଯାଞ୍ଚ କରାଯିବା ଜରୁରୀ ବୋଲି ସେ ଉଲ୍ଲେଖ କରିଛନ୍ତି।

ଦେବେନ୍ଦ୍ର ପାଲ ଭୁଲାରଙ୍କ ମୁକ୍ତି ପାଇଁ ଓ ଖଲିସ୍ତାନୀ ସମର୍ଥକଙ୍କ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଶିଖ୍ ଫର ଜଷ୍ଟିସଙ୍କ ଠାରୁ ୧୬ ମିଲିୟନ୍ ଆମେରିକୀୟ ଡଲାର ଗ୍ରହଣ କରିଥିବା ନେଇ ଅଭିଯୋଗ ଆସିଥିଲା। 

ଏହି ଅଭିଯୋଗ ବିଶ୍ୱ ହିନ୍ଦୁ ଫେଡେରେସନ୍ ଇଣ୍ଡିଆର ଜାତୀୟ ସାଧାରଣ ସମ୍ପାଦକ ଅଶ୍ରୁ ମୋଙ୍ଗିୟା ଓ ଆମ୍ ଆଦମୀ ପାର୍ଟିର ପୂର୍ବତନ କର୍ମୀ ମୁନିଶ କୁମାର ରାଇଜଡାଙ୍କ ଦ୍ୱାରା କରାଯାଇଥିଲା।