ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା, ତିନିଦିନିଆ ରିମାଣ୍ଡରେ ଅଦ୍ଭିକ୍‌ ଶ୍ରୀବାସ୍ତବ

ଭୁବନେଶ୍ୱର ୨୦।୦୨ : ରିମାଣ୍ଡରେ ବାହାରିବ ସତ । କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଅଦ୍ଭିକ୍‌ ଶ୍ରୀବାସ୍ତବକୁ ରିମାଣ୍ଡରେ ନେଇଛି ଇନ୍‌ଫୋସିଟି ପୋଲିସ । ଗୁରୁବାରଠୁ ଅଭିଯୁକ୍ତ ଅଦ୍ଭିକ୍‌ ଶ୍ରୀବାସ୍ତବକୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।  ଏହି ସମୟରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଲ୍‌ଙ୍କ ସହିତ ଜଡିତ ଅନେକ ତଥ୍ୟ ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ପ୍ରକୃତିଙ୍କ ଡାଏରୀରେ ନେପାଳୀ ଭାଷାରେ ଲେଖାଥିବା ସୁଇସାଇଡାଲ ନୋଟ୍‌କୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ସୂଚନା ମିଳିଛି।ଗତ ୧୬ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ମିଳିଥିଲା ବି.ଟେକ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ। ହଷ୍ଟେଲ୍‌ ରୁମ୍‌ର ଏକ ଫ୍ୟାନ୍‌ରୁ ପ୍ରକୃତିଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା । ଯାହାପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତକୁ ଗିରଫ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରିଥିଲେ ବିଶ୍ୱବିଦ୍ୟାଳୟରେ ପଢୁଥିବା ନେପାଳୀ ଛାତ୍ରୀ । ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଙ୍କୁ ବସ୍‌ ଯୋଗ ଷ୍ଟେସନ୍‌କୁ ପଠାଇ ଦେଇଥିଲେ। ଆଉ ବିଶ୍ୱବିଦ୍ୟାଳୟକୁ ସାଇନ୍‌ ଏ ଡାଏ ଘୋଷଣା କରିଥିଲେ। ଏସବୁ ଘଟଣା ପରେ ମାମଲା ତ

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା, ତିନିଦିନିଆ ରିମାଣ୍ଡରେ ଅଦ୍ଭିକ୍‌ ଶ୍ରୀବାସ୍ତବ

ଭୁବନେଶ୍ୱର ୨୦।୦୨ : ରିମାଣ୍ଡରେ ବାହାରିବ ସତ । କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଅଦ୍ଭିକ୍‌ ଶ୍ରୀବାସ୍ତବକୁ ରିମାଣ୍ଡରେ ନେଇଛି ଇନ୍‌ଫୋସିଟି ପୋଲିସ । ଗୁରୁବାରଠୁ ଅଭିଯୁକ୍ତ ଅଦ୍ଭିକ୍‌ ଶ୍ରୀବାସ୍ତବକୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।  ଏହି ସମୟରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଲ୍‌ଙ୍କ ସହିତ ଜଡିତ ଅନେକ ତଥ୍ୟ ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ପ୍ରକୃତିଙ୍କ ଡାଏରୀରେ ନେପାଳୀ ଭାଷାରେ ଲେଖାଥିବା ସୁଇସାଇଡାଲ ନୋଟ୍‌କୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ସୂଚନା ମିଳିଛି।

ଗତ ୧୬ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ମିଳିଥିଲା ବି.ଟେକ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ। ହଷ୍ଟେଲ୍‌ ରୁମ୍‌ର ଏକ ଫ୍ୟାନ୍‌ରୁ ପ୍ରକୃତିଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା । ଯାହାପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୁକ୍ତକୁ ଗିରଫ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରିଥିଲେ ବିଶ୍ୱବିଦ୍ୟାଳୟରେ ପଢୁଥିବା ନେପାଳୀ ଛାତ୍ରୀ । ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରଙ୍କୁ ବସ୍‌ ଯୋଗ ଷ୍ଟେସନ୍‌କୁ ପଠାଇ ଦେଇଥିଲେ। ଆଉ ବିଶ୍ୱବିଦ୍ୟାଳୟକୁ ସାଇନ୍‌ ଏ ଡାଏ ଘୋଷଣା କରିଥିଲେ। ଏସବୁ ଘଟଣା ପରେ ମାମଲା ତିବ୍ର ରୂପ ନେଇଥିଲା। ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌ କରିଥିଲେ । 

ଅନ୍ୟପଟେ ଘଟଣାରେ ଅଭିଯୁକ୍ତ ଥିବା ଯୁବକ ଭୁବନେଶ୍ୱର ଏୟାରପୋର୍ଟରୁ ରାଜ୍ୟ ବାହାରକୁ ଫେରାର ଉଦ୍ୟମ ବେଳେ ଧରିଥିଲା ପୋଲିସ । ଯୁବକକୁ ଗିରଫ ସହ ମୋବାଇଲ୍‌, ଲାପଟପ ଜବତ କରିଥିଲା ପୋଲିସ । ବୁଧବାର ସଂଧ୍ୟା ସମୟରେ ଅଭିଯୁକ୍ତ ଯୁବକଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା ଇନ୍‌ଫୋସିଟି ପୋଲିସ । ଆଉ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ଯୁବକକୁ ତିନିଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଯାହାଫଳରେ ଗୁରୁବାରଠାରୁ ଯୁବକ ଅଦ୍ଭିକ୍‌ ଶ୍ରୀବାସ୍ତବଙ୍କ ରିମାଣ୍ଡ ଅବଧି ଆରମ୍ଭ ହୋଇଛି । 

ଅନ୍ୟପଟେ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ କମିଟି ଦ୍ୱାରା ଏକ ବୈଠକରେ ମୋଡାଲିଟି ଫିକ୍ସ ହୋଇଛି । କମିଟିର ୩ ସଦସ୍ୟ ବୁଧବାର ଅପରାହ୍ଣରେ କିଟ୍‌ କ୍ୟାମ୍ପସକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । କମିଟିର ସଦସ୍ୟ ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ ନେପାଳ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି । କ୍ୟାମ୍ପସରେ ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା ଚାଲିଛି। ତଦନ୍ତ ପରେ ସରକାରଙ୍କୁ ଖୁବଶୀଘ୍ର ରିପୋର୍ଟ ଦିଆଯିବ ।

ମହାକୁମ୍ଭ: ଟେଲିଗ୍ରାମରେ ବିକ୍ରି ହେଉଛି ମହିଳାଙ୍କ ସ୍ନାନର ଭିଡିଓ, ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ