ଦନ୍ତେୱାଡାରେ କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ, ୨୦୧୪ରେ ପୁଅକୁ ମାରିଥିଲେ
ମାଲକାନଗିରି ୨୭।୪: ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ । ଦନ୍ତେୱାଡା ଜିଲ୍ଲାର କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଯୋଗା ପୋଡିୟମଙ୍କୁ ଅତି ନିର୍ମମ ଭାବେ ମାଓବାଦୀ ମାନେ ହତ୍ୟା କରିଛନ୍ତି । ଆରାନପୁର ଥାନା ଅନ୍ତର୍ଗତ ପୋଟାଲି CAF କ୍ୟାମ୍ପ ଠାରୁ ମାତ୍ର ୫ଶହ ମିଟର ଦୂରରେ ତାଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ଶୁକ୍ରବାର ରାତିରେ କଂଗ୍ରେସ ନେତା ଯୋଗା ପୋଡିୟମ ଘରେ ଶୋଇଥିବା ବେଳେ ମାଓବାଦୀ ମାନେ ସେଠାରେ ପହଞ୍ଚି ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକାଟି ହତ୍ୟା କରିଛନ୍ତି । ପ୍ରାୟ ୨୦ ରୁ ୩୦ ସଶସ୍ତ୍ର ମାଓବାଦୀ ଗାଁରେ ଆସି ଏହି ହତ୍ୟାକାଣ୍ଡ ଘଟାଇଥିବା ଗ୍ରାମବାସୀ କହିଛନ୍ତି । ଦଶ ବର୍ଷ ତଳେ ତାଙ୍କ ପୁଅକୁ ମଧ୍ୟ ମାଓବାଦୀ ହତ୍ୟା କରିଥିଲେ । ଯୋଗା ଲୋକଙ୍କୁ ଭୋଟ୍ ଦେବା ଲାଗି ଉତ୍ସାହିତ କରିଥିବାରୁ ମାଓବାଦୀ ମାନେ ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ମସିହାରେ ମାଓବାଦୀମାନେ ଯୋଗା ପୋଡିୟମଙ୍କ ପୁଅକୁ ହତ୍ୟା କରିଥିଲେ । ପୂର୍ବରୁ ଯୋଗାକୁ ମଧ୍ୟ ହତ୍ୟା ଧମକ ଦେଇଥିଲେ । You Can Read :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାରରେ ସହଯୋଗ କରୁଛନ୍ତି ଆଇଏଫଏସ ଅଫିସର : ବିଜେଡି
ମାଲକାନଗିରି ୨୭।୪: ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ । ଦନ୍ତେୱାଡା ଜିଲ୍ଲାର କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଯୋଗା ପୋଡିୟମଙ୍କୁ ଅତି ନିର୍ମମ ଭାବେ ମାଓବାଦୀ ମାନେ ହତ୍ୟା କରିଛନ୍ତି । ଆରାନପୁର ଥାନା ଅନ୍ତର୍ଗତ ପୋଟାଲି CAF କ୍ୟାମ୍ପ ଠାରୁ ମାତ୍ର ୫ଶହ ମିଟର ଦୂରରେ ତାଙ୍କୁ ମାଓବାଦୀ ହତ୍ୟା କରିଛନ୍ତି ।
ଶୁକ୍ରବାର ରାତିରେ କଂଗ୍ରେସ ନେତା ଯୋଗା ପୋଡିୟମ ଘରେ ଶୋଇଥିବା ବେଳେ ମାଓବାଦୀ ମାନେ ସେଠାରେ ପହଞ୍ଚି ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକାଟି ହତ୍ୟା କରିଛନ୍ତି । ପ୍ରାୟ ୨୦ ରୁ ୩୦ ସଶସ୍ତ୍ର ମାଓବାଦୀ ଗାଁରେ ଆସି ଏହି ହତ୍ୟାକାଣ୍ଡ ଘଟାଇଥିବା ଗ୍ରାମବାସୀ କହିଛନ୍ତି । ଦଶ ବର୍ଷ ତଳେ ତାଙ୍କ ପୁଅକୁ ମଧ୍ୟ ମାଓବାଦୀ ହତ୍ୟା କରିଥିଲେ ।
ଯୋଗା ଲୋକଙ୍କୁ ଭୋଟ୍ ଦେବା ଲାଗି ଉତ୍ସାହିତ କରିଥିବାରୁ ମାଓବାଦୀ ମାନେ ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ମସିହାରେ ମାଓବାଦୀମାନେ ଯୋଗା ପୋଡିୟମଙ୍କ ପୁଅକୁ ହତ୍ୟା କରିଥିଲେ । ପୂର୍ବରୁ ଯୋଗାକୁ ମଧ୍ୟ ହତ୍ୟା ଧମକ ଦେଇଥିଲେ ।
You Can Read :
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାରରେ ସହଯୋଗ କରୁଛନ୍ତି ଆଇଏଫଏସ ଅଫିସର : ବିଜେଡି