କୋହଳ ହେଲା BCCI, ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ନିଜ ସହ ପରିବାର ରଖିପାରିବେ ଖେଳାଳି, ହେଲେ ରହିଛି ସର୍ତ୍ତ
ନୂଆଦିଲ୍ଲୀ: ଫେବ୍ରୁଆରୀ ୧୯ରୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମୁକାବିଲା ମାର୍ଚ୍ଚ ୯ ଖେଳାଯିବ । ଭାରତୀୟ ଟିମ୍ ନିଜର ପ୍ରଥମ ମୁକାବିଲା ଫେବ୍ରୁଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ । କିନ୍ତୁ ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ନିଷ୍ପତ୍ତି ନେଇଛି ।ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଖେଳାଳିଙ୍କୁ ଏକ ଖୁସିଖବର ଦେଇଛି । ବିସିସିଆଇ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟ ବେଳେ ନିଜ ସହ ଫ୍ୟାମିଲିକୁ ରଖିବା ପାଇଁ ଅନୁମତି ଦେଇଛି । ତେବେ ଏଥିପାଇଁ ଗୋଟିଏ ସର୍ତ୍ତ ମଧ୍ୟ ରହିଛି । ଏହି ନିଷ୍ପତ୍ତି ସହ ବିସିସିଆଇର ଫ୍ୟାମିଲି ନିୟମ ଭାଙ୍ଗିଛି । ମିଡିଆ ରିପୋର୍ଟ ଅନୁସାରେ ଯଦି ଖେଳାଳି ଚାହିଁବେ ତେବେ ଟୁର୍ଣ୍ଣାମେଣ୍ଟ ବେଳେ ନିଜ ସହ ନିଜ ପରିବାର ଲୋକଙ୍କୁ ରଖିପାରିବେ । ତେବେ ସର୍ତ୍ତ ଏହା ଯେ କେବଳ ଗୋଟିଏ ମ୍ୟାଚ୍ ପାଇଁ ହିଁ ଏପରି କରିପାରିବେ ।BCCI has granted permission to watch one game for players families in Champions Trophy. [Abhishek Tripathi From Dainik Jagran] pic.twitter.com/Du6zvpYZ58— Johns. (@CricCrazyJohns) February 18, 2025ସବୁ ମିଡିଆ ରିପୋର୍ଟରେ ଦାବି କରାଯାଉଥିଲା ଯେ ଚାମ୍ପିଅନ୍ସ ଟ୍ରଫିର ଅବଧି କମ ସମୟ । ତେଣୁ ପରିବାରକୁ ଖେଳାଳିଙ୍କ ସହ ରହିବା ଏବଂ ଭିଭିଆଇପି ବକ୍ସରେ ମ୍ୟାଚ୍ ଖେଳିବା ପାଇଁ
ନୂଆଦିଲ୍ଲୀ: ଫେବ୍ରୁଆରୀ ୧୯ରୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମୁକାବିଲା ମାର୍ଚ୍ଚ ୯ ଖେଳାଯିବ । ଭାରତୀୟ ଟିମ୍ ନିଜର ପ୍ରଥମ ମୁକାବିଲା ଫେବ୍ରୁଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ । କିନ୍ତୁ ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ନିଷ୍ପତ୍ତି ନେଇଛି ।
ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଖେଳାଳିଙ୍କୁ ଏକ ଖୁସିଖବର ଦେଇଛି । ବିସିସିଆଇ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟ ବେଳେ ନିଜ ସହ ଫ୍ୟାମିଲିକୁ ରଖିବା ପାଇଁ ଅନୁମତି ଦେଇଛି । ତେବେ ଏଥିପାଇଁ ଗୋଟିଏ ସର୍ତ୍ତ ମଧ୍ୟ ରହିଛି । ଏହି ନିଷ୍ପତ୍ତି ସହ ବିସିସିଆଇର ଫ୍ୟାମିଲି ନିୟମ ଭାଙ୍ଗିଛି । ମିଡିଆ ରିପୋର୍ଟ ଅନୁସାରେ ଯଦି ଖେଳାଳି ଚାହିଁବେ ତେବେ ଟୁର୍ଣ୍ଣାମେଣ୍ଟ ବେଳେ ନିଜ ସହ ନିଜ ପରିବାର ଲୋକଙ୍କୁ ରଖିପାରିବେ । ତେବେ ସର୍ତ୍ତ ଏହା ଯେ କେବଳ ଗୋଟିଏ ମ୍ୟାଚ୍ ପାଇଁ ହିଁ ଏପରି କରିପାରିବେ ।
BCCI has granted permission to watch one game for players families in Champions Trophy. [Abhishek Tripathi From Dainik Jagran] pic.twitter.com/Du6zvpYZ58— Johns. (@CricCrazyJohns) February 18, 2025
ସବୁ ମିଡିଆ ରିପୋର୍ଟରେ ଦାବି କରାଯାଉଥିଲା ଯେ ଚାମ୍ପିଅନ୍ସ ଟ୍ରଫିର ଅବଧି କମ ସମୟ । ତେଣୁ ପରିବାରକୁ ଖେଳାଳିଙ୍କ ସହ ରହିବା ଏବଂ ଭିଭିଆଇପି ବକ୍ସରେ ମ୍ୟାଚ୍ ଖେଳିବା ପାଇଁ ଅନୁମତି ମିଳିବ ନାହିଁ । କିନ୍ତୁ ଏବେ ଦୈନିକ ଜାଗରଣର ରିପୋର୍ଟରେ ଦାବି କରାଯାଇଛି ଯେ ବିସିସିଆଇ କେବଳ ଗୋଟିଏ ମ୍ୟାଚ୍ ପାଇଁ ପରିବାରକୁ ନିଜ ସହ ରଖିବା ଏବଂ ମ୍ୟାଚ୍ ଦେଖିବା ପାଇଁ ଅନୁମତି ଦେଇଛି । ତେବେ ବିସିସିଆଇ ସ୍ପଷ୍ଟ କରିଛି ଯେ କେଉଁ ମ୍ୟାଚ୍ ପାଇଁ ନିଜ ପରିବାରୁ ଆଣୁଛନ୍ତି, ସେନେଇ ଖେଳାଳିଙ୍କୁ ବୋର୍ଡ ପକ୍ଷରୁ ପୂର୍ବରୁ ସୂଚନା ଦେବାକୁ ପଡ଼ିବ । ବୋର୍ଡ ପକ୍ଷରୁ ଅନୁମତି ମିଳିବା ପରେ ହିଁ ଖେଳାଳିଙ୍କୁ ପରିବାର ରଖିବା ପାଇଁ ଅନୁମତି ଦିଆଯିବ ।
ପୂର୍ବରୁ ବିସିସିଆଇର ନୂଆ ଟ୍ରାଭେଲ୍ ପଲିସି ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟରେ ଲାଗୁ ହେଉଛି ବୋଲି ଦାବି ହେଉଥିଲା । ଏହି ଟୁର୍ଣ୍ଣାମେଣ୍ଟ ଏକ ମାସରୁ କମ୍ ସମୟର ହୋଇଥିବାରୁ ଖେଳାଳିଙ୍କ ସହ ପରିବାର ଲୋକ ଯାଇପାରିବେ ନାହିଁ ବୋଲି କୁହାଯାଇଥିଲା । ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ର ଶୋଚନୀୟ ପରାଜୟ ପରେ ବିସିସିଆଇ ଏକ ନୂଆ ଟ୍ରାଭେଲ୍ ନୀତି ଲାଗୁ କରିଥିଲା । ଏହା ଅନୁସାରେ ଟିମ୍ ଇଣ୍ଡିଆ କୌଣସି ଗସ୍ତ ଯଦି ୪୫ ଦିନ କିମ୍ୱା ଏହାଠାରୁ ଅଧିକ ହୁଏ ତେବେ ଖେଳାଳିଙ୍କ ପରିବାର ଲୋକ ଦୁଇ ସପ୍ତାହ ଯାଏ ତାଙ୍କ ସହ ରହିପାରିବେ ।