କେଜ୍‌ରିୱାଲଙ୍କୁ ପଞ୍ଚମ ସମନ ପଠାଇଲା ଇଡି

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ଡକାଇଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଇଡିର ଏହା ହେଉଛି ପଞ୍ଚମ ସମନ। ଏହାପୂର୍ବରୁ ଚାରିଟି ସମନ ପଠାଇଯାଇଥିଲେ ମଧ୍ୟ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର କହି କେଜ୍‌ରିଓ୍ବାଲ ଇଡି ସମ୍ମୁଖରେ ହାଜର ହୋଇନାହାନ୍ତି। ଏକ୍ସାଇଜ ପଲିସି ମାମଲାରେ ଚାଲିଥିବା ଅନୁସନ୍ଧାନ ସଂପର୍କରେ ଫେବୃଆରୀ ୨ରେ ଆମ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କୁ ପଚରାଉଚରା ପାଇଁ ଇଡି ଡାକିଛି। ଏହି […] The post କେଜ୍‌ରିୱାଲଙ୍କୁ ପଞ୍ଚମ ସମନ ପଠାଇଲା ଇଡି appeared first on Dharitri Odia News.

କେଜ୍‌ରିୱାଲଙ୍କୁ ପଞ୍ଚମ ସମନ ପଠାଇଲା ଇଡି

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ଡକାଇଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଇଡିର ଏହା ହେଉଛି ପଞ୍ଚମ ସମନ। ଏହାପୂର୍ବରୁ ଚାରିଟି ସମନ ପଠାଇଯାଇଥିଲେ ମଧ୍ୟ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର କହି କେଜ୍‌ରିଓ୍ବାଲ ଇଡି ସମ୍ମୁଖରେ ହାଜର ହୋଇନାହାନ୍ତି। ଏକ୍ସାଇଜ ପଲିସି ମାମଲାରେ ଚାଲିଥିବା ଅନୁସନ୍ଧାନ ସଂପର୍କରେ ଫେବୃଆରୀ ୨ରେ ଆମ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କୁ ପଚରାଉଚରା ପାଇଁ ଇଡି ଡାକିଛି।
ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଡିଆ, ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ କେଜ୍‌ରିୱାଲଙ୍କୁ କ୍ରମାଗତ ଭାବେ ଡକାଯାଉଛି କିନ୍ତୁ ସେ ପ୍ରତ୍ୟେକ ଥର ଏହାକୁ ଏଡାଇ ଯାଇଛନ୍ତି।

The post କେଜ୍‌ରିୱାଲଙ୍କୁ ପଞ୍ଚମ ସମନ ପଠାଇଲା ଇଡି appeared first on Dharitri Odia News.