କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଅନ୍ତରୀଣ ଜାମିନ ଆବେଦନକୁ ନାମଞ୍ଜୁର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧୪/୦୮: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ସୁପ୍ରିମକୋର୍ଟରେ ଆଜି ତାଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି । ସର୍ବୋଚ୍ଚ ନ୍ୟାୟାଳୟ ଆଜି ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି । କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି ମନିଷ ସିସୋଦିଆଙ୍କୁ ମିଳିଥିବା ଜାମିନର ଉଦାହରଣ ଦେଇ କେଜ୍ରିୱାଲଙ୍କୁ ମୁକୁଳାଇବାକୁ ଚେଷ୍ଟା କରୁଥିଲେ । ମାତ୍ର ତାଙ୍କ ଯୁକ୍ତିକୁ କୋର୍ଟ ଆଜି ଗ୍ରହଣ କରିନାହାନ୍ତି । ଫଳରେ ପୁଣିଥରେ ଆଜି ପାଇଁ ନିରାଶ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଗତ ମେ ୨୧ ତାରିଖରେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ । ଏହାପରେ ସିସୋଦିଆ ସୁପ୍ରିମକୋର୍ଟରେ ଅପିଲ କରି ତାଙ୍କ ବିରୋଧରେ ହୋଇଥିବା ମାମଲାରେ କୌଣସି ଅଗ୍ରଗତି ହେଉ ନଥିବା ଜଣାଇଥିଲେ । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ସିସୋଦିଆଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଥିଲେ । ଟ୍ରାଏଲ କୋର୍ଟ ସହ ହାଇକୋର୍ଟ ବି ସେଫ୍‌ ଗେମ୍‌ ପ୍ଲେ କରୁଥିବା ସୁପ୍ରିମକୋର୍ଟ ଟିପ୍ପଣୀ କରିଥିଲେ । ପରେ ୧୭ ମାସ ଜେଲ୍‌ରେ ରହିବା ପରେ ଗତ ୯ ତାରିଖରେ ଜେଲ୍‌ରୁ ବାହାରିଲେ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତେବେ ଆଜି କେଜ୍ରିୱାଲଙ୍କ ମାମଲା ଲଢ଼ି ସିଂଘଭି କୋର୍ଟରେ କହିଥ

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଅନ୍ତରୀଣ ଜାମିନ ଆବେଦନକୁ ନାମଞ୍ଜୁର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧୪/୦୮: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ସୁପ୍ରିମକୋର୍ଟରେ ଆଜି ତାଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି । ସର୍ବୋଚ୍ଚ ନ୍ୟାୟାଳୟ ଆଜି ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି । 

କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି ମନିଷ ସିସୋଦିଆଙ୍କୁ ମିଳିଥିବା ଜାମିନର ଉଦାହରଣ ଦେଇ କେଜ୍ରିୱାଲଙ୍କୁ ମୁକୁଳାଇବାକୁ ଚେଷ୍ଟା କରୁଥିଲେ । ମାତ୍ର ତାଙ୍କ ଯୁକ୍ତିକୁ କୋର୍ଟ ଆଜି ଗ୍ରହଣ କରିନାହାନ୍ତି । ଫଳରେ ପୁଣିଥରେ ଆଜି ପାଇଁ ନିରାଶ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଗତ ମେ ୨୧ ତାରିଖରେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ । 

ଏହାପରେ ସିସୋଦିଆ ସୁପ୍ରିମକୋର୍ଟରେ ଅପିଲ କରି ତାଙ୍କ ବିରୋଧରେ ହୋଇଥିବା ମାମଲାରେ କୌଣସି ଅଗ୍ରଗତି ହେଉ ନଥିବା ଜଣାଇଥିଲେ । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ସିସୋଦିଆଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଥିଲେ । ଟ୍ରାଏଲ କୋର୍ଟ ସହ ହାଇକୋର୍ଟ ବି ସେଫ୍‌ ଗେମ୍‌ ପ୍ଲେ କରୁଥିବା ସୁପ୍ରିମକୋର୍ଟ ଟିପ୍ପଣୀ କରିଥିଲେ । 

ପରେ ୧୭ ମାସ ଜେଲ୍‌ରେ ରହିବା ପରେ ଗତ ୯ ତାରିଖରେ ଜେଲ୍‌ରୁ ବାହାରିଲେ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତେବେ ଆଜି କେଜ୍ରିୱାଲଙ୍କ ମାମଲା ଲଢ଼ି ସିଂଘଭି କୋର୍ଟରେ କହିଥିଲେ, ଖୁବ୍‌ ଶୀଘ୍ର ଏହି ମାମଲାର ଶୁଣାଣି ହେବା ଆବଶ୍ୟକ  । ଆଜି କୋର୍ଟ କେଜ୍ରିୱାଲଙ୍କୁ ନିରାଶ କରିଥିଲେ ବି ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନିମନ୍ତେ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।