କେତେ ମହଙ୍ଗା ହୋଇଥାଏ ରୋଡ୍‌ରେ ଲାଗିଥିବା ଲାଇଟ୍‌ ? ଜାଣନ୍ତୁ...

ନୂଆଦିଲ୍ଲୀ ୨୮।୦୩: ଗାଡି ନେଇ ରାସ୍ତାରେ ଯିବାବେଳେ ସମସ୍ତେ ଦେଖିଥିବେ ହଳଦିଆ କିମ୍ବା ନାଲି ରଙ୍ଗର ପ୍ଲାଷ୍ଟିକ୍  ଲାଇଟ୍‌ । ଯାହା କିଛି ସ୍ଥାନରେ ରୋଡ୍ ଷ୍ଟ୍ରିପ୍ ଉପରେ ଲାଗିଥାଏ । ଏହାକୁ ଷ୍ଟଡ୍ ରିଫ୍ଲେକ୍ଟର କୁହାଯାଏ । ଏହି ଲାଇଟ୍ ରାତିରେ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ସାହାଯ୍ୟ କରିଥାଏ । ଏହା ରାସ୍ତା କଡକୁ ଯିବାକୁ ରୋକିଥାଏ ।  ଏହା ସାଧାରଣତଃ ୨ ପ୍ରକାରର ହୋଇଥାଏ । ଗୋଟିଏକୁ ଆକ୍ଟିବ୍‌ ରିଫ୍ଲେକ୍ଟର ଏବଂ ଅନ୍ୟଟି ପାସିଭ୍ ରିଫ୍ଲେକ୍ଟର କୁହାଯାଏ । ଏଥିରୁ ଗୋଟିଏ ରିଫ୍ଲେକ୍ଟରରେ କେବଳ ରେଡିୟମ୍‌ କାରଣରୁ ହିଁ ଲାଇଟ୍‌ ଦେଖିବାକୁ ମିଳିଥାଏ । ଅନ୍ୟଟିରେ ଲାଇଟ୍‌ ପାଇଁ ଏଲ୍‌ଇଡି ଲାଇଟ୍‌ ଲାଗିଥାଏ ।  ପାସିଭ୍ ରିଫ୍ଲେକ୍ଟର ଗୁଡିକ ହେଉଛି ରେଡିୟମ୍ । ଏହି ରିଫ୍ଲେକ୍ଟର ଗୁଡ଼ିକର ଉଭୟ ପାର୍ଶ୍ୱରେ ରେଡିୟମ୍ ଷ୍ଟ୍ରିପ୍ ଥାଏ ଏବଂ ଯେତେବେଳେ ଅନ୍ଧାରରେ ଯାନବାହାନର ଲାଇଟ୍‌ ଏମାନଙ୍କ ଉପରେ ପଡେ ସେତେବେଳେ ଏହା ଆପେ ଆପେ ଲାଇଟ୍ ହୋଇଥାଏ । କିନ୍ତୁ ଏଥିରେ କୌଣସି ଲାଇଟ୍‌ ନଥାଏ । ଏହା ବିନା କୌଣସି ଲାଇଟ୍‌ କିମ୍ବା ଇଲେକ୍ଟିସିଟିରେ କାମ କରେ ।  ଆକ୍ଟିଭ୍‌ ରିଫ୍ଲେକ୍ଟର ଗୁଡ଼ିକ ହେଉଛି ସେହି ଲାଇଟ୍‌, ଯାହା ଏଲଇଡି ଲାଇଟ୍‌ ମାଧ୍ୟମରେ ଜଳୁଛି  । ରାତିରେ ଏହା ଅଟୋମେଟିକ୍‌ ଜଳିଥାଏ । ଦିନ ହେବା ମାତ୍ରେ ଏହା ଆପେ ଆପେ ବନ୍ଦ ହୋଇଯାଏ ।  ଏହା ରେଡିୟମ୍ ଆଧାରରେ ନୁହେଁ ବରଂ ଏଲଇଡି ଲାଇଟ୍ ମାଧ୍ୟମରେ ଆଲୋକ ପ୍ରଦାନ କରେ

କେତେ ମହଙ୍ଗା ହୋଇଥାଏ ରୋଡ୍‌ରେ ଲାଗିଥିବା ଲାଇଟ୍‌ ? ଜାଣନ୍ତୁ...

ନୂଆଦିଲ୍ଲୀ ୨୮।୦୩: ଗାଡି ନେଇ ରାସ୍ତାରେ ଯିବାବେଳେ ସମସ୍ତେ ଦେଖିଥିବେ ହଳଦିଆ କିମ୍ବା ନାଲି ରଙ୍ଗର ପ୍ଲାଷ୍ଟିକ୍  ଲାଇଟ୍‌ । ଯାହା କିଛି ସ୍ଥାନରେ ରୋଡ୍ ଷ୍ଟ୍ରିପ୍ ଉପରେ ଲାଗିଥାଏ । ଏହାକୁ ଷ୍ଟଡ୍ ରିଫ୍ଲେକ୍ଟର କୁହାଯାଏ । ଏହି ଲାଇଟ୍ ରାତିରେ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ସାହାଯ୍ୟ କରିଥାଏ । ଏହା ରାସ୍ତା କଡକୁ ଯିବାକୁ ରୋକିଥାଏ । 


 ଏହା ସାଧାରଣତଃ ୨ ପ୍ରକାରର ହୋଇଥାଏ । ଗୋଟିଏକୁ ଆକ୍ଟିବ୍‌ ରିଫ୍ଲେକ୍ଟର ଏବଂ ଅନ୍ୟଟି ପାସିଭ୍ ରିଫ୍ଲେକ୍ଟର କୁହାଯାଏ । ଏଥିରୁ ଗୋଟିଏ ରିଫ୍ଲେକ୍ଟରରେ କେବଳ ରେଡିୟମ୍‌ କାରଣରୁ ହିଁ ଲାଇଟ୍‌ ଦେଖିବାକୁ ମିଳିଥାଏ । ଅନ୍ୟଟିରେ ଲାଇଟ୍‌ ପାଇଁ ଏଲ୍‌ଇଡି ଲାଇଟ୍‌ ଲାଗିଥାଏ ।  

ପାସିଭ୍ ରିଫ୍ଲେକ୍ଟର ଗୁଡିକ ହେଉଛି ରେଡିୟମ୍ । ଏହି ରିଫ୍ଲେକ୍ଟର ଗୁଡ଼ିକର ଉଭୟ ପାର୍ଶ୍ୱରେ ରେଡିୟମ୍ ଷ୍ଟ୍ରିପ୍ ଥାଏ ଏବଂ ଯେତେବେଳେ ଅନ୍ଧାରରେ ଯାନବାହାନର ଲାଇଟ୍‌ ଏମାନଙ୍କ ଉପରେ ପଡେ ସେତେବେଳେ ଏହା ଆପେ ଆପେ ଲାଇଟ୍ ହୋଇଥାଏ । କିନ୍ତୁ ଏଥିରେ କୌଣସି ଲାଇଟ୍‌ ନଥାଏ । ଏହା ବିନା କୌଣସି ଲାଇଟ୍‌ କିମ୍ବା ଇଲେକ୍ଟିସିଟିରେ କାମ କରେ । 

 

ଆକ୍ଟିଭ୍‌ ରିଫ୍ଲେକ୍ଟର ଗୁଡ଼ିକ ହେଉଛି ସେହି ଲାଇଟ୍‌, ଯାହା ଏଲଇଡି ଲାଇଟ୍‌ ମାଧ୍ୟମରେ ଜଳୁଛି  । ରାତିରେ ଏହା ଅଟୋମେଟିକ୍‌ ଜଳିଥାଏ । ଦିନ ହେବା ମାତ୍ରେ ଏହା ଆପେ ଆପେ ବନ୍ଦ ହୋଇଯାଏ ।  ଏହା ରେଡିୟମ୍ ଆଧାରରେ ନୁହେଁ ବରଂ ଏଲଇଡି ଲାଇଟ୍ ମାଧ୍ୟମରେ ଆଲୋକ ପ୍ରଦାନ କରେ  । 

ତେବେ ଏହି ରିଫ୍ଲେକ୍ଟର ଗୁଡିକ ବଜାରରେ ଭିନ୍ନ ଭିନ୍ନ ଦାମ୍‌ରେ ମିଳିଥାଏ । ରାସ୍ତାରେ ଦେଖାଯାଉଥିବା ଏହି ଲାଇଟ୍‌ ଗୁଡିକ ଶସ୍ତା ମନେହୁଏ । କିନ୍ତୁ ଏଗୁଡିକ ନିଜର କ୍ବାଲିଟି ଏବଂ ମଜବୁତ ଆଧାରରେ ବଜାରରେ ମିଳିଥାଏ । ଖବର ଅନୁଯାୟୀ, ବଜାରରେ ଏଗୁଡିକର ମୂଲ୍ୟ ୩୦୦ରୁ ଆରମ୍ଭ ହୋଇ ୧୧୦୦ଟଙ୍କା ପର୍ଯ୍ୟନ୍ତ ଯାଇଥାଏ ।