ଟି-୨୦ ଓ୍ବାର୍ଲକପ୍‌ରେ ବୟସ୍କ ଖେଳାଳୀ, ୧୦ ପ୍ଲେୟର ୩୦ ବର୍ଷ ଉପରେ, ମ୍ୟାଚ୍‌ର କ’ଣ ହେବ ସ୍ଥିତି ?

ନୂଆଦିଲ୍ଲୀ ୦୧।୦୬: ଟି-୨୦ ଓ୍ବାର୍ଲକପ୍‌ କ୍ରେଜ୍‌ । ଚୟନକର୍ତ୍ତାଙ୍କ ପସନ୍ଦ ବୟସ୍କ । ଟିମ୍‌ରେ ୩୦ ବର୍ଷ ଉପରେ ରହିଛନ୍ତି ୧୦ ଖେଳାଳୀ । ମ୍ୟାଚ୍‌ର ସ୍ଥିତିକୁ ନେଇ ଅନେକ ଚିନ୍ତାରେ ? କଣ ଭଲ ପର୍ଫମ୍‌ କରିପାରିବେ ବୟସ୍କ ଖେଳାଳୀ । ଜିତିପାରିବେ କି ଟାଇଟଲ୍‌ । ଜୁନ୍‌ ୨ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌ । ଆଗମୀ ଟି-୨୦ରେ ସାମିଲ ହେବେ ୨୦ଟି ଟିମ୍‌ । କିନ୍ତୁ ଟିମ୍‌ ଇଣ୍ଡିଆ ପ୍ଲେୟରଙ୍କୁ ନେଇ ଘାରିଛି ଚିନ୍ତା । କାରଣ ଭାରତୀୟ ଟିମ୍‌ରେ ବୟସ୍କ ଖେଳାଳିଙ୍କ ସଂଖ୍ୟା ବହୁତ ଅଧିକ । ୨୦୨୨ ବିଶ୍ବକପ୍‌ ପରେ ଚର୍ଚ୍ଚା ହେଉଥିଲା କି ବିସିସିଆଇ ଟି-୨୦ ଫର୍ମାଟରେ ଯୁବ ଖେଳାଳୀଙ୍କୁ ସ୍କୋପ୍‌ ଦେବ । କିନ୍ତୁ  ୨୦୨୪ସୁଦ୍ଧା ବୋର୍ଡ ପୁଣି ଥରେ ଅଭିଜ୍ଞ ଖେଳାଳୀଙ୍କୁ ହିଁ ଚୟନର ନିଷ୍ପତ୍ତି ନେଇଛି । ୨୦୨୪ ଟି-୨୦ ବିଶ୍ୱକପ୍‌ରେ ୩୭ ବର୍ଷ ବୟସ୍କ ରୋହିତ ଶର୍ମା ଦଳର ଅଧିନାୟକ । ସେମାନଙ୍କ ବ୍ୟତୀତ ୧୫ ସଦସ୍ୟ ବିଶିଷ୍ଟ ଦଳରେ ୧୦ ଖେଳାଳିଙ୍କ ବୟସ ୩୦ ବର୍ଷରୁ ଅଧିକ ।ଏହି ୧୦ ଖେଳାଳି ସବୁ ୩୦ ବର୍ଷ ଅତିକ୍ରମ କରିସାରିଛନ୍ତି । କ୍ୟାପଟେନ ରୋହିତ ଶର୍ମା ୩୭ ବର୍ଷ ବୟସ ଅତିକ୍ରମ କରିସାରିଛନ୍ତି । ବିରାଟ କୋହଲି ମଧ୍ୟ ଭଲ ଫର୍ମରେ ଅଛନ୍ତି । କିନ୍ତୁ ତାଙ୍କ ବୟସ ମଧ୍ୟ  ୩୫ ବର୍ଷ ବୟସ ଅତିକ୍ରମ କରିଛି । ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୟୁଜବେନ୍ଦ୍ର ଚହଲଙ୍କ ସମେତ ଦଳର ୧୦ ଖେଳାଳିଙ୍କ ବୟସ ୩୦ କିମ୍ବା ତଦୁର୍ଦ୍ଧ । 

ଟି-୨୦ ଓ୍ବାର୍ଲକପ୍‌ରେ ବୟସ୍କ ଖେଳାଳୀ, ୧୦ ପ୍ଲେୟର ୩୦ ବର୍ଷ ଉପରେ, ମ୍ୟାଚ୍‌ର କ’ଣ ହେବ ସ୍ଥିତି ?

ନୂଆଦିଲ୍ଲୀ ୦୧।୦୬: ଟି-୨୦ ଓ୍ବାର୍ଲକପ୍‌ କ୍ରେଜ୍‌ । ଚୟନକର୍ତ୍ତାଙ୍କ ପସନ୍ଦ ବୟସ୍କ । ଟିମ୍‌ରେ ୩୦ ବର୍ଷ ଉପରେ ରହିଛନ୍ତି ୧୦ ଖେଳାଳୀ । ମ୍ୟାଚ୍‌ର ସ୍ଥିତିକୁ ନେଇ ଅନେକ ଚିନ୍ତାରେ ? କଣ ଭଲ ପର୍ଫମ୍‌ କରିପାରିବେ ବୟସ୍କ ଖେଳାଳୀ । ଜିତିପାରିବେ କି ଟାଇଟଲ୍‌ । ଜୁନ୍‌ ୨ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌ । ଆଗମୀ ଟି-୨୦ରେ ସାମିଲ ହେବେ ୨୦ଟି ଟିମ୍‌ ।

 କିନ୍ତୁ ଟିମ୍‌ ଇଣ୍ଡିଆ ପ୍ଲେୟରଙ୍କୁ ନେଇ ଘାରିଛି ଚିନ୍ତା । କାରଣ ଭାରତୀୟ ଟିମ୍‌ରେ ବୟସ୍କ ଖେଳାଳିଙ୍କ ସଂଖ୍ୟା ବହୁତ ଅଧିକ । ୨୦୨୨ ବିଶ୍ବକପ୍‌ ପରେ ଚର୍ଚ୍ଚା ହେଉଥିଲା କି ବିସିସିଆଇ ଟି-୨୦ ଫର୍ମାଟରେ ଯୁବ ଖେଳାଳୀଙ୍କୁ ସ୍କୋପ୍‌ ଦେବ । କିନ୍ତୁ  ୨୦୨୪ସୁଦ୍ଧା ବୋର୍ଡ ପୁଣି ଥରେ ଅଭିଜ୍ଞ ଖେଳାଳୀଙ୍କୁ ହିଁ ଚୟନର ନିଷ୍ପତ୍ତି ନେଇଛି । ୨୦୨୪ ଟି-୨୦ ବିଶ୍ୱକପ୍‌ରେ ୩୭ ବର୍ଷ ବୟସ୍କ ରୋହିତ ଶର୍ମା ଦଳର ଅଧିନାୟକ । ସେମାନଙ୍କ ବ୍ୟତୀତ ୧୫ ସଦସ୍ୟ ବିଶିଷ୍ଟ ଦଳରେ ୧୦ ଖେଳାଳିଙ୍କ ବୟସ ୩୦ ବର୍ଷରୁ ଅଧିକ ।

ଏହି ୧୦ ଖେଳାଳି ସବୁ ୩୦ ବର୍ଷ ଅତିକ୍ରମ କରିସାରିଛନ୍ତି । କ୍ୟାପଟେନ ରୋହିତ ଶର୍ମା ୩୭ ବର୍ଷ ବୟସ ଅତିକ୍ରମ କରିସାରିଛନ୍ତି । ବିରାଟ କୋହଲି ମଧ୍ୟ ଭଲ ଫର୍ମରେ ଅଛନ୍ତି । କିନ୍ତୁ ତାଙ୍କ ବୟସ ମଧ୍ୟ  ୩୫ ବର୍ଷ ବୟସ ଅତିକ୍ରମ କରିଛି । ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୟୁଜବେନ୍ଦ୍ର ଚହଲଙ୍କ ସମେତ ଦଳର ୧୦ ଖେଳାଳିଙ୍କ ବୟସ ୩୦ କିମ୍ବା ତଦୁର୍ଦ୍ଧ । 

ଏଥିସହିତ ଟିମ୍‌ର କେବଳ ପାଞ୍ଚଜଣ ଖେଳାଳି ୩୦ ବର୍ଷରୁ କମ୍ । ଯୁବ ତାଲିକାରେ କେବଳ ଋଷଭ ପନ୍ତ, ଅର୍ଶଦୀପ ସିଂ, ଯଶାସୀ ଜୈସୱାଲ ଏବଂ ସଞ୍ଜୁ ସାମସନ ସାମିଲ ରହିଛନ୍ତି । ୪ ରିଜର୍ଭ ଖେଳାଳିଙ୍କ ବୟସ ୩୦ରୁ କମ୍ । କିନ୍ତୁ ସେମାନଙ୍କୁ ସୁଯୋଗ କେବଳ ସେତେବେଳେ ମିଳିବ ଯେତେବେଳେ ୧୫ଜଣିଆ ସ୍କାଡ୍‌ରୁ କେହି ଜଣେ ଟୁର୍ନାମେଣ୍ଟରୁ ବାଦ୍‌ ପଡିବେ । 

ଜୁନ୍‌ ୫ରୁ ନିଜର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ରେ ଆୟରଲ୍ୟାଣ୍ଡ ବିପକ୍ଷରେ ପଡିଆକୁ ଓହ୍ଲାଇବ । ଭାରତକୁ ଗ୍ରୁପ୍ ଏରେ ରଖାଯାଇଛି । ଯାହା ଭାରତ-ଆୟର୍ଲାଣ୍ଡ ବ୍ୟତୀତ ପାକିସ୍ଥାନ, କାନାଡା ଏବଂ ଆୟୋଜକ ଦେଶ ଆମେରିକା ମଧ୍ୟ ସାମିଲ୍‌ ରହିଛି । ଜୁନ୍ ୯ରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ମୁହାଁମୁହିଁ ହେବ।