କେଦାରନାଥ ପୀଠରୁ ୨୨୮ କେ.ଜି ସୁନା ଗାଏବ, ସାଙ୍ଘାତିକ ଅଭିଯୋଗ ଆଣିଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କେଦାରନାଥ ହେଉଛି ଗୋଟିଏ । ଯେଉଁଠିକୁ ହଜାର ହଜାର ଭକ୍ତ ମାନେ ଆସିଥାନ୍ତି । ହଜାର ହଜାର ଫୁଟର ପାହାଡ଼ ଉପରେ ଅବସ୍ଥିତ ରହିଛନ୍ତି ଭଗବାନ କେଦାର । କିନ୍ତୁ ସେଠାରେ ମଧ୍ୟ ଲୁଟର ଶିକାର ହୋଇଛନ୍ତି ବାବା କେଦାରନାଥ I ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ I କେଦାରନାଥ ମନ୍ଦିରରୁ ଗାୟବ ହୋଇଛି ୨୨୮ କିଲୋ ସୁନା ! କେଦାରନାଥ […]

କେଦାରନାଥ ପୀଠରୁ ୨୨୮ କେ.ଜି ସୁନା ଗାଏବ, ସାଙ୍ଘାତିକ ଅଭିଯୋଗ ଆଣିଲେ ଶଙ୍କରାଚାର୍ଯ୍ୟ
କେଦାରନାଥରୁ ୨୨୮ କେ.ଜି ସୁନା ଗାଏବ, ସାଙ୍ଘାତିକ ଅଭିଯୋଗ ଆଣିଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କେଦାରନାଥ ହେଉଛି ଗୋଟିଏ । ଯେଉଁଠିକୁ ହଜାର ହଜାର ଭକ୍ତ ମାନେ ଆସିଥାନ୍ତି । ହଜାର ହଜାର ଫୁଟର ପାହାଡ଼ ଉପରେ ଅବସ୍ଥିତ ରହିଛନ୍ତି ଭଗବାନ କେଦାର । କିନ୍ତୁ ସେଠାରେ ମଧ୍ୟ ଲୁଟର ଶିକାର ହୋଇଛନ୍ତି ବାବା କେଦାରନାଥ I ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ I କେଦାରନାଥ ମନ୍ଦିରରୁ ଗାୟବ ହୋଇଛି ୨୨୮ କିଲୋ ସୁନା ! କେଦାରନାଥ ମନ୍ଦିରର ଗର୍ଭଗୃହ ଭିତରେ ସୁନାର ଆସ୍ତରଣ ଲଗାଇବା କାମରେ ଘୋଟାଲା ହୋଇଥିବା ଅଭିଯୋଗ ଆଣିଛନ୍ତି । ଶଙ୍କରାଚାର୍ଯ୍ୟ କହିଛନ୍ତି କି କେଦାରନାଥ ମନ୍ଦିରରୁ ୨୨୮ କିଲୋ ସୁନା ଗାଏବ ହୋଇଛି.. ଏହାର ହିସାବ କିଏ ଦେବ ? ଏହାସହ ରାଜଧାନୀ ଦିଲ୍ଲୀରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ସେ କଡା ବିରୋଧ କରିଛନ୍ତି ।

ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ କହିଛନ୍ତି କି ‘ଉତ୍ତରାଖଣ୍ଡ କେଦାରନାଥରେ ସୁନାର ହେରଫେର ହୋଇଛି । ଏହି ମୁଦ୍ଦାକୁ କାହିଁକି ଉଠାଯାଇନି ? ସେଠାରେ ଘୋଟାଲା କରିବା ପରେ ଏବେ ଦିଲ୍ଲୀରେ କେଦାରନାଥ ନିର୍ମାଣ ହେବ ? ପୁଣି ଆଉ ଏକ ଦୁର୍ନୀତି ହେବ ।’

ଗତ ବର୍ଷ କେଦାରନାଥ ମନ୍ଦିରର ଜଣେ ବରିଷ୍ଠ ପୂଜାରୀ କେଦାରନାଥ ମନ୍ଦିରରେ ସୁନାର ଆସ୍ତରଣ ଚଢାଇବା କାମରେ ୧୨୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଲଗାଇଥିଲେ । ସୁନା ବଦଳରେ ପିତ୍ତଳ ପ୍ରଲେପ ଲଗାଯାଇଥିବା ସେ ଅଭିଯୋଗ କରିଥିଲେ । ତେବେ ମନ୍ଦିର ସମିତି ଏହି ଅଭିଯୋଗକୁ ଖାରଜ କରିଦେଇଥିଲା । ଏବେ ଶଙ୍କରାଚାର୍ଯ୍ୟ କହିଛନ୍ତି କି ‘କେଦାରନାଥରୁ ୨୨୮ କିଲୋ ସୁନା ଗାଏବ.. କିଛି ଯାଞ୍ଚ ଆରମ୍ଭ ହୋଇନି । ଏଥିପାଇଁ କିଏ ଦାୟୀ ? ଏବେ ସେମାନେ କହୁଛନ୍ତି କି ଦିଲ୍ଲୀରେ କେଦାରନାଥ ନିର୍ମାଣ କରିବେ । ଏହା ହୋଇପାରିବନି ।’

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚରାଯାଇଥିବା ପ୍ରଶ୍ନ ଉପରେ ସେ କହିଛନ୍ତି,ସେ ମୋ ପାଖକୁ ଆସିଥିଲେ ଏବଂ ପ୍ରଣାମ ମଧ୍ୟ କରିଥିଲେ I ଆମର ଯେଉଁ ନିୟମ ରହିଛି ଆମେ ତାଙ୍କୁ ଆଶୀର୍ବାଦ ଦେଲୁ I ସେ ଆମର ଶତ୍ରୁ ନୁହଁନ୍ତି I ଆମେ ତାଙ୍କର ହିତକାରୀ,ସର୍ବଦା ତାଙ୍କର ହିତ ଚାହୁଁଚୁ I ଯେତେବେଳେ କୌଣସି ଭୁଲ ହୋଇଥାଏ ଆମେ ତାଙ୍କୁ କହିଥାଉ I ତେବେ ଦିଲ୍ଲୀରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ I ଶଙ୍କରାଚାର୍ଯ୍ୟ କହିଥିଲେ ଏହା ଦ୍ୱାରା କେଦାରନାଥ ଧାମର ଗୁରୁତ୍ତ୍ଵ ଏବଂ ଗାରିମା କମ ହେବ I ରିଲାଏନ୍ସ ଇଣ୍ଡଷ୍ଟ୍ରି ର ମାଲିକ ମୁକେଶ ଅମ୍ବାନିଙ୍କ ପୁଅ ବାହାଘରରେ ଯୋଗ ଦେବାକୁ ଉଭୟେ ପ୍ରଧାମନ୍ତ୍ରୀ ଓ ଶଙ୍କରାଚାର୍ଯ୍ୟ ଯାଇଥିବାବେଳେ ଗଣମାଧ୍ୟମ ଆଗରେ ସେ ଏହି ବିବୃତି ଦେଇଥିଲେ I