କେନାଲରେ ବୁଡ଼ି ଗଲେ ୩ ନାବାଳକ

ବାରିପଦା,୧୯।୧୦: ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନୂଆଗାଁରେ ଶନିବାର ଏକ ଅଘଟଣ ଘଟିଛି। ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୮ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ସୁବର୍ଣ୍ଣରେଖା କେନାଲ ନିକଟରେ କେତେଜଣ ପିଲା ବଲ ଖେଳୁ ଥିଲେ। ସେତିକିବେଳେ ବଲ୍‌ଟି କେନାଲରେ ପଡି ଯାଇଥିଲା। ଫଳରେ ୩ଜଣ ନାବାଳକ ବଲ୍‌ ଆଣିବାକୁ କେନାଲ ଭିତରକୁ ପଶିଥିଲେ। ସେତିକିବେଳେ ସେମାନେ କେନାଲ ସୁଅରେ ପଡି ଭାସି […] The post କେନାଲରେ ବୁଡ଼ି ଗଲେ ୩ ନାବାଳକ appeared first on Dharitri Odia News.

କେନାଲରେ ବୁଡ଼ି ଗଲେ ୩ ନାବାଳକ

ବାରିପଦା,୧୯।୧୦: ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନୂଆଗାଁରେ ଶନିବାର ଏକ ଅଘଟଣ ଘଟିଛି। ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୮ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ସୁବର୍ଣ୍ଣରେଖା କେନାଲ ନିକଟରେ କେତେଜଣ ପିଲା ବଲ ଖେଳୁ ଥିଲେ। ସେତିକିବେଳେ ବଲ୍‌ଟି କେନାଲରେ ପଡି ଯାଇଥିଲା। ଫଳରେ ୩ଜଣ ନାବାଳକ ବଲ୍‌ ଆଣିବାକୁ କେନାଲ ଭିତରକୁ ପଶିଥିଲେ। ସେତିକିବେଳେ ସେମାନେ କେନାଲ ସୁଅରେ ପଡି ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

The post କେନାଲରେ ବୁଡ଼ି ଗଲେ ୩ ନାବାଳକ appeared first on Dharitri Odia News.