ରାଶିଫଳ: ବୁଧବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗ ପାଇ ସ୍ଥଗିତ କାମ ସମ୍ପନ୍ନ ହେବ। ଘରୋଇ କ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ବୃଷ କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଗତି କଲେ ମଧ୍ୟ କିଛି ଅସୁବିଧା ହେବନି। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ନିଃସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ଆମତ୍ସନ୍ତୋଷ […] The post ରାଶିଫଳ: ବୁଧବାର, ନଭେମ୍ବର ୨୭ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ବୁଧବାର, ନଭେମ୍ବର ୨୭ ତାରିଖ – Daily Horoscope
ମେଷ
ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗ ପାଇ ସ୍ଥଗିତ କାମ ସମ୍ପନ୍ନ ହେବ। ଘରୋଇ କ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଗତି କଲେ ମଧ୍ୟ କିଛି ଅସୁବିଧା ହେବନି। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ନିଃସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ଆମତ୍ସନ୍ତୋଷ ଲାଭ କରିପାରନ୍ତି। କୃତ୍ତିକା ନକ୍ଷତ୍ରର ପରିବାରରେ ଅର୍ଥ କିମ୍ବା ଜମିଜମାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମିଥୁନ
ମିଥୁନ
ଅର୍ଥ ସଂକଟ ଗୁରୁତ୍ୱପୂର୍ଣ୍ଣ କାମଟିକୁ ଅଟକାଇ ରଖିବାର ଆଶଙ୍କା ରହିଛି। ଲୁଚି ରହିଥିବା ମନର ଦୁଃଖକୁ ବନ୍ଧୁଙ୍କ ସମ୍ମୁଖରେ କହି ଆଶ୍ୱସ୍ତିି ଲାଭ କରିପାରନ୍ତି। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବନ୍ଧୁଙ୍କ ଦ୍ୱାରା ଦିଗ୍‍ଦର୍ଶନ ପାଇବେ। ମୃଗଶିରା ନକ୍ଷତ୍ରର ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରତିଶ୍ରୁତି ପାଇ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। ପୁନର୍ବସୁ ନକ୍ଷତ୍ର ପାଇଁ ନିଜ ପରିସରର ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ସାମାଜିକ ସ୍ତରରେ ଆମତ୍ୀୟମାନେ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି।
ସି˚ହ
ସି˚ହ
ଶାରୀରିକ ସୁସ୍ଥତା କାର୍ଯ୍ୟହାସଲ ସକାଶେ ମନୋବଳ ବୃଦ୍ଧି କରିବ। ସନ୍ତାନଙ୍କ ସମସ୍ୟାକୁ ସରଳଭାବରେ ସମାଧାନ କରିପାରିବେ। ଆନୁଷ୍ଠାନିକ କାମ, ସତ୍‍ସଙ୍ଗ, ଧାର୍ମିକ କାର୍ଯ୍ୟରେ ନିଜକୁ ସାମିଲ୍‍ କରିପାରନ୍ତି। ମଘା ନକ୍ଷତ୍ର ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ଅପମାନିତ ହେବାକୁ ପଡ଼ିବ।
କନ୍ୟା
ବନ୍ଧୁମାନଙ୍କ ସହାନୁଭୂତି ସାମୟିକ ମନର ଦୁଃଖକୁ ଲାଘବ କରିପାରେ। ଉତ୍ତରାଫାଲ୍‍ଗୁନୀ ନକ୍ଷତ୍ରର ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଜଣେ ସମ୍ମାନନୀୟ ବ୍ୟକ୍ତି ସହାୟତା କରି ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରାଇବେ।
ତୁଳା
ତୁଳା
ସହକର୍ମୀଙ୍କ ମନଗଢ଼ା କଥାକୁ ବିଶ୍ୱାସ କରି ଭାବପ୍ରବଣ ହୋଇପାରନ୍ତି। ବିଶାଖା ନକ୍ଷତ୍ରର ପାରିବାରିକ ସମ୍ପର୍କ ପୂର୍ବପରି ଅକ୍ଷୁଣ୍ଣ ରହିବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ। ଦରକାରୀ କାଗଜପତ୍ର କିମ୍ବା ଜିନିଷ ଆବଶ୍ୟକ ସମୟରେ ନ ପାଇ ଅନ୍ୟମନସ୍କ ରହିପାରନ୍ତି।
ବିଛା
ବିଛା
ବିଭିନ୍ନ ଜଞ୍ଜାଳରେ ବ୍ୟସ୍ତ ରହିବା ହେତୁ ମନ ଅସ୍ଥିର ରହିବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟିକୁ ନିକଟରେ ପାଇ ଆମତ୍ହରା ହୋଇପାରନ୍ତି। ଆନୁଷ୍ଠାନିକ କାମ,ସଂଗଠନ, ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଅନୁରାଧା ନକ୍ଷତ୍ରର ସ୍ଥଗିତ କାର୍ଯ୍ୟଟି ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହୋଇଯିବ।
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ସଙ୍ଗକୁ କାମରେ ପ୍ରତିବନ୍ଧକ ଦୁଶ୍ଚିନ୍ତାକୁ ବଢ଼ାଇଦେବ। ଅଫିସିଆଲି କାମରେ ସମସ୍ୟାର ସମଧାନ ହୋଇଯିବ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ କ୍ଷେତ୍ର୍ରରେ ସମସ୍ୟାର ସମାଧାନ କରିବାରେ ସଫଳ ହେବେ।
ମକର
ମକର
ଉପରିସ୍ଥଙ୍କ ପୃଷ୍ଠପୋଷକତା କାରଣରୁ କର୍ମକ୍ଷେତ୍ରରେ ସଫଳତା ଯୋଗୁ ମନ ଖୁସି ରହିବ। ପରିବାରରେ ଭୁଲ୍‍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ଶ୍ରବଣା ନକ୍ଷତ୍ରର ସମସ୍ୟା ବଢ଼ିଚାଲିଥିବାରୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ଶିକ୍ଷା,ବିଦେଶଯାତ୍ରା,ଆମଦାନୀ କାରବାରରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
ଧନିଷ୍ଠା ନକ୍ଷତ୍ର ସରକାରୀ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଶତ୍ରୁତା କାରଣରୁ ଦୀର୍ଘଦିନରୁ ସ୍ଥଗିତ ରହିଥିବା କାମଟି ହଠାତ୍‍ ହୋଇଯିବ। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ନ ହେଲେ ହଜିଯାଇପାରେ। ସକାଳୁ ସକାଳୁ ପ୍ରିୟଜନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମୀନମୀନ

ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଅସାଧ୍ୟ ସାଧନ କରିପାରିବେ। ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‍ ରହିବ। ଉତ୍ତରଭାଦ୍ର ନକ୍ଷତ୍ର ବ୍ୟବସାୟ ଓ ପରିବହନରେ ଲାଭବାନ୍‍ ହେବେ। ପିଲାମାନଙ୍କ କୃତିତ୍ୱରୁ ଆନନ୍ଦ ଲଭିବେ। ଅଫିସ କାମର ଟେନ୍‍ସନ୍‍ ସାମାନ୍ୟ ଲାଘବ ହୋଇପାରେ।

The post ରାଶିଫଳ: ବୁଧବାର, ନଭେମ୍ବର ୨୭ ତାରିଖ – Daily Horoscope appeared first on Dharitri Odia News.