ସାତ ଜନ୍ମର ସାଥୀ ହେଲେ ନାଗା-ଶୋଭିତା

ହାଇଦ୍ରାବାଦ, ୫।୧୨:ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲା ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ଷ୍ଟାର୍‌ କପଲଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ଫିଲ୍ମ ଜଗତର ବହୁ ବିଶିଷ୍ଟ ବ୍ୟକ୍ତଙ୍କ ସହ ନାଗା ଓ ଶୋଭିତାଙ୍କ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ନିକଟ ସମ୍ପର୍କୀୟ ଯୋଗଦେଇଥିଲେ। ଏହି ବିବାହର ଫଟୋକୁ ନାଗାଙ୍କ ବାପା ତଥା ସାଉଥ୍‌ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନୀ ଏକ୍ସ’ରେ ଶେୟାର କରିଛନ୍ତି। ଉଭୟ ନାଗା ଏବଂ ଶୋଭିତା […] The post ସାତ ଜନ୍ମର ସାଥୀ ହେଲେ ନାଗା-ଶୋଭିତା appeared first on Dharitri Odia News.

ସାତ ଜନ୍ମର ସାଥୀ ହେଲେ ନାଗା-ଶୋଭିତା

ହାଇଦ୍ରାବାଦ, ୫।୧୨:ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲା ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ଷ୍ଟାର୍‌ କପଲଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ଫିଲ୍ମ ଜଗତର ବହୁ ବିଶିଷ୍ଟ ବ୍ୟକ୍ତଙ୍କ ସହ ନାଗା ଓ ଶୋଭିତାଙ୍କ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ନିକଟ ସମ୍ପର୍କୀୟ ଯୋଗଦେଇଥିଲେ। ଏହି ବିବାହର ଫଟୋକୁ ନାଗାଙ୍କ ବାପା ତଥା ସାଉଥ୍‌ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନୀ ଏକ୍ସ’ରେ ଶେୟାର କରିଛନ୍ତି। ଉଭୟ ନାଗା ଏବଂ ଶୋଭିତା ୨୦୨୨ରୁ ପରସ୍ପରକୁ ଡେଟିଂକରି ଆସୁଥିଲେ। ଗତ ଅଗଷ୍ଟ ୮ରେ ଉଭୟଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା।

The post ସାତ ଜନ୍ମର ସାଥୀ ହେଲେ ନାଗା-ଶୋଭିତା appeared first on Dharitri Odia News.