କେନାଲ୍ରୁ ମିଳିଲା କାର ସହ ମୃତଦେହ, ବିଳମ୍ୱିତ ରାତିରେ ଖସି ପଡିଥିବା ଅନୁମାନ
କଟକ ୨୪/୦୯: କଟକ ସଦର ବମ୍ଫକୁଦ ନିକଟରେ ଅଘଟଣ । କେନାଲରୁ ଉଦ୍ଧାର ହେଲା କାର । ଏହାସହ କାର ଭିତରୁ ଜଣେ ଯୁବକଙ୍କ ମୃତଦେହ ବି ଉଦ୍ଧାର ହୋଇଛି । ମୃତ ଯୁବତ ଜଣଙ୍କ ହେଉଛନ୍ତି କାହ୍ନା । ବିଳମ୍ୱିତ ରାତିରେ କାରଟି କେନାଲକୁ ଖସି ପଡିଥିବା ଅନୁମାନ । ସୂଚନା ଥାଉକି, ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲା କାର୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ସେହି ସ୍ଥାନୀୟ ଅଞ୍ଚଳର ଗାଁର କାହ୍ନା। ସକାଳେ ବମ୍ଫୁକୁଦ ଗାଁ ନିକଟ ରାସ୍ତାକଡ଼ ଥିବା କେନାଲରେ କାର ବୁଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ପାଣିରୁ କାରକୁ ଉଠାଇ ଉପରକୁ ଆଣିଥିଲେ। ପରେ କାରରୁ କାହ୍ନାଙ୍କ ମୃତଦେହ ଉଦ୍ଧାର କରାଯାଇଛି।କାହ୍ନା ବିଳମ୍ବିତ ରାତିରେ କାର୍ ଚଳାଇ ଘରକୁ ଫେରୁଥିଲେ । ଏହି ସମୟରେ କାର୍ଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
କଟକ ୨୪/୦୯: କଟକ ସଦର ବମ୍ଫକୁଦ ନିକଟରେ ଅଘଟଣ । କେନାଲରୁ ଉଦ୍ଧାର ହେଲା କାର । ଏହାସହ କାର ଭିତରୁ ଜଣେ ଯୁବକଙ୍କ ମୃତଦେହ ବି ଉଦ୍ଧାର ହୋଇଛି । ମୃତ ଯୁବତ ଜଣଙ୍କ ହେଉଛନ୍ତି କାହ୍ନା । ବିଳମ୍ୱିତ ରାତିରେ କାରଟି କେନାଲକୁ ଖସି ପଡିଥିବା ଅନୁମାନ ।
ସୂଚନା ଥାଉକି, ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲା କାର୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ସେହି ସ୍ଥାନୀୟ ଅଞ୍ଚଳର ଗାଁର କାହ୍ନା।
ସକାଳେ ବମ୍ଫୁକୁଦ ଗାଁ ନିକଟ ରାସ୍ତାକଡ଼ ଥିବା କେନାଲରେ କାର ବୁଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ପାଣିରୁ କାରକୁ ଉଠାଇ ଉପରକୁ ଆଣିଥିଲେ। ପରେ କାରରୁ କାହ୍ନାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
କାହ୍ନା ବିଳମ୍ବିତ ରାତିରେ କାର୍ ଚଳାଇ ଘରକୁ ଫେରୁଥିଲେ । ଏହି ସମୟରେ କାର୍ଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।