କେନ୍ଦୁଝରରେ ଡାଇରିଆ ଆତଙ୍କ, ଆଉ ଜଣେ ବୃଦ୍ଧଙ୍କ ଜୀବନ ଗଲା

କେନ୍ଦୁଝର,୧୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଏକ ଦୁର୍ଗମ ଗ୍ରାମରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୧୦ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଅଭିଯୋଗ ହୋଇଛି। ଫଳରେ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଗତ ୪ ଦିନରେ କେନ୍ଦୁଝର ଜିଲାରେ ଡାଇରିଆରେ ପୀଡ଼ିତ ହୋଇ ଏପର୍ଯ୍ୟନ୍ତ ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଲୋକ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ୍ୟୁବରଣ କରିଥିବା […] The post କେନ୍ଦୁଝରରେ ଡାଇରିଆ ଆତଙ୍କ, ଆଉ ଜଣେ ବୃଦ୍ଧଙ୍କ ଜୀବନ ଗଲା appeared first on Dharitri Odia News.

କେନ୍ଦୁଝରରେ ଡାଇରିଆ ଆତଙ୍କ, ଆଉ ଜଣେ ବୃଦ୍ଧଙ୍କ ଜୀବନ ଗଲା

କେନ୍ଦୁଝର,୧୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଏକ ଦୁର୍ଗମ ଗ୍ରାମରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୧୦ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଅଭିଯୋଗ ହୋଇଛି। ଫଳରେ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଗତ ୪ ଦିନରେ କେନ୍ଦୁଝର ଜିଲାରେ ଡାଇରିଆରେ ପୀଡ଼ିତ ହୋଇ ଏପର୍ଯ୍ୟନ୍ତ ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଲୋକ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ବାଂଶପାଳ ବ୍ଲକର ରାଇଗୋଡ଼ା ପଞ୍ଚାୟତ ଅନ୍ତର୍ଗତ ଆମୁଣି ଗ୍ରାମର ସବର ଦେହୁରୀ ବୋଲି ଚିହ୍ନଟ କରାଯାଇଛି।

ସୂଚନାନୁଯାୟୀ, ଉକ୍ତ ଗ୍ରାମରେ ଝାଡାବାନ୍ତି ବ୍ୟାପିଥିଲା, ବେଳେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୧୦ରୁ ଅଧିକ ଲୋକ ଅସୁସ୍ଥ ଅନୁଭବ କରିବାରୁ କେତେକଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ସେମାନେ ଚିକିତ୍ସାଧୀନ ଅଛନ୍ତି। ସୂଚନା ପାଇବା ପରେ ଏକ ସ୍ବାସ୍ଥ୍ୟ ଦଳ ଉକ୍ତ ଗ୍ରାମକୁ ଯାଇ ଚିକିତ୍ସା କରିଥିଲେ। ଗ୍ରାମର ଏକମାତ୍ର ନଳକୂପର ମଇଳା ପାଣି ବ୍ୟବହାର ଯୋଗୁ ଡାଇରିଆ ବ୍ୟାପିଥିବା ଗ୍ରାମବାସୀ ସନ୍ଦେହ କରିଥିଲେ।

ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ ଡକ୍ଟର କେ.ସି.ପୃଷ୍ଟି କହିଛନ୍ତି ଯେ ‘ସୂଚନା ପାଇବା ପରେ ଏକ ଦଳ ଗାଁକୁ ପଠାଯାଇଥିଲା। ସେମାନେ ଫେରି ରିପୋର୍ଟ ପାଇବା ପରେ ଆକ୍ରାନ୍ତ ସଠିକ୍‌ ସଂଖ୍ୟା ଏବଂ ମୃତ୍ୟୁର ସଠିକ୍‌ କାରଣ କହିପାରିବି।

ପ୍ରକାଶ ଯେ, କେନ୍ଦୁଝର ଜିଲା ସଦର ବ୍ଲକର ବାଉରିପଦା ଗ୍ରାମ ପଞ୍ଚାୟତର ମୁକୁନା, ବାଉରିପଦା ଏବଂ ସାହାଡାପୁର ଗ୍ରାମର ଦଶଜଣରୁ ଅଧିକ ଲୋକ ଡାଇରିଆରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଆମୁଣୀ ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଚିକିତ୍ସିତ ଅଛନ୍ତି। ‘ଏହି ଅଞ୍ଚଳଗୁଡ଼ିକର ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଡାକ୍ତରୀ ଟିମ୍‌ ଉକ୍ତ ଗ୍ରାମରେ ସେବା ଜାରି ରଖିଛନ୍ତି। ଏବେ କେବଳ ୬ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି, ସିଡିଏମଓ କହିଛନ୍ତି।
କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଅଭାବ ଯୋଗୁ ଲୋକମାନେ ନଦୀ, ଝରଣା ଏବଂ ଅଚଳ ନଳକୂପରୁ ମଇଳା ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଏବଂ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଏଣୁ ସମ୍ବେଦନଶୀଳ ଅଞ୍ଚଳରେ ପାନୀୟ ଜଳ ଯୋଗାଇଦେବା ସହ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଦାବି ହେଉଛି।

The post କେନ୍ଦୁଝରରେ ଡାଇରିଆ ଆତଙ୍କ, ଆଉ ଜଣେ ବୃଦ୍ଧଙ୍କ ଜୀବନ ଗଲା appeared first on Dharitri Odia News.