କେନ୍ଦ୍ର ସରକାର ଫେବୃଆରୀ ପହିଲା ମଧ୍ୟରେ ବକେୟା ନଦେଲେ ଧାରଣାରେ ବସିବି: ମମତା

କୋଲକାତା,୩୧।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ବକେୟା ଦେବାକୁ ନେଇ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଯଦି କେନ୍ଦ୍ର ଫେବୃଆରୀ ପହିଲା ମଧ୍ୟରେ ରାଜ୍ୟର ବକେୟା ନ ଦିଏ ତେବେ ସେ ଧାରଣାରେ ବସିବେ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦଳୀୟ କର୍ମକର୍ତ୍ତା ଏବଂ ଧନ ନ ମିଳିବା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଧାରଣାରେ ଯୋଗଦେବାକୁ କହିଛନ୍ତି। ତେବେ କୋଲକାତାର ରେଡ୍‌ ରୋଡ ଅଞ୍ଚଳରେ ଥିବା ବି ଆର୍‌ ଆମ୍ବେଦକର ପ୍ରତିମା ନିକଟରେ ଏହା ଆୟୋଜନ […] The post କେନ୍ଦ୍ର ସରକାର ଫେବୃଆରୀ ପହିଲା ମଧ୍ୟରେ ବକେୟା ନଦେଲେ ଧାରଣାରେ ବସିବି: ମମତା appeared first on Dharitri Odia News.

କେନ୍ଦ୍ର ସରକାର ଫେବୃଆରୀ ପହିଲା ମଧ୍ୟରେ ବକେୟା ନଦେଲେ ଧାରଣାରେ ବସିବି: ମମତା

କୋଲକାତା,୩୧।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ବକେୟା ଦେବାକୁ ନେଇ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଯଦି କେନ୍ଦ୍ର ଫେବୃଆରୀ ପହିଲା ମଧ୍ୟରେ ରାଜ୍ୟର ବକେୟା ନ ଦିଏ ତେବେ ସେ ଧାରଣାରେ ବସିବେ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦଳୀୟ କର୍ମକର୍ତ୍ତା ଏବଂ ଧନ ନ ମିଳିବା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଧାରଣାରେ ଯୋଗଦେବାକୁ କହିଛନ୍ତି। ତେବେ କୋଲକାତାର ରେଡ୍‌ ରୋଡ ଅଞ୍ଚଳରେ ଥିବା ବି ଆର୍‌ ଆମ୍ବେଦକର ପ୍ରତିମା ନିକଟରେ ଏହା ଆୟୋଜନ କରାଯିବ।

ମମତା କହିଛନ୍ତି, ମୁଁ ସମସ୍ତ ବକେୟା ଦେବା ଲାଗି ଫେବୃଆରୀ ପହିଲା ଯାଏ ସମୟ ଦେଇଛି। ଯଦି ତାହା ହେବ ନାହିଁ ତେବେ ପରଦିନ ଅର୍ଥାତ ଫେବୃଆରୀ ୨ରେ ଧାରଣାରେ ବସିବି। କେବଳ ଆନ୍ଦୋଳନ ଜରିଆରେ ତାହା ହାସଲ କରିହେବ ବୋଲି ଜାଣେ। ସମସ୍ତ ଦଳର ନେତା ଏବଂ କର୍ମକର୍ତ୍ତା ଏଥିରେ ଭାଗ ନିଅନ୍ତୁ ବୋଲି ଚାହୁଁଛି। ମୁଁ ସମସ୍ତଙ୍କ ସମର୍ଥନ ଚାହୁଁଛି।

କହିରଖୁଛୁ, ମମତାଙ୍କ ଦାବି ଯେ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ(ମନରେଗା) ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା(ପିଏମ୍‌ଜିଏଓ୍ବାଇ) ଅଧୀନରେ କେନ୍ଦ୍ର ସରକାର ଦ୍ୱାରା ସଞ୍ଚାଳିତ ଅନେକ ଯୋଜନାରେ ରାଜ୍ୟର ୭୦୦୦ କୋଟି ଟଙ୍କା ବକେୟା ରହିଛି।

The post କେନ୍ଦ୍ର ସରକାର ଫେବୃଆରୀ ପହିଲା ମଧ୍ୟରେ ବକେୟା ନଦେଲେ ଧାରଣାରେ ବସିବି: ମମତା appeared first on Dharitri Odia News.