କେନ୍ଦ୍ର ସରକାରଙ୍କ ସିଏଏ ନିୟମ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ପହଞ୍ଚିଲେ ଏହି ରାଜ୍ୟ ସରକାର
ଥିରୁଅନନ୍ତପୁରମ: କେନ୍ଦ୍ର ସରକାରଙ୍କର ନାଗରିକ ସଂଶୋଧନ ନିୟମ(ସିଏଏ)୨୦୨୪ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେରଳ ସରକାର। ସିଏଏ ନିୟମ ଉପରେ ରୋକ ଲଗାଇବା ପାଇଁ କେରଳ ସରକାର ସର୍ବୋଚ୍ଚ ଅଦାଲତରେ ଆବେଦନ କରିଛନ୍ତି। କୋର୍ଟରେ ଆବେଦନ କରି ରାଜ୍ୟ ସରକାର କହିଛନ୍ତି ଯେ ସିଏଏ ନିୟମ ବିଭେଦପୂର୍ଣ୍ଣ, ମନମାନି ଓ ଧର୍ମନିରପେକ୍ଷତାର ସିଦ୍ଧାନ୍ତର ଉଲ୍ଲଂଘନ କରୁଛି। ତେଣୁ ଏହା ଉପରେ ରୋକ୍ ଲଗାଯାଉଛି ବୋଲି ରାଜ୍ୟ ସରକାର ଆବଦେନ କରିଛନ୍ତି। ସଂସଦରେ ନାଗରିକ (ସଂଶୋଧନ) ଅଧିନିୟମ, ୨୦୧୯ ପାରିତ ହେବାର ପ୍ରାୟ ଚାରି ବର୍ଷ ପରେ ମାର୍ଚ୍ଚ ୧୧ ରେ ଆଇନର ନିୟମାବଳୀ ଉପରେ ବିଜ୍ଞପ୍ତି ଜାରି କରିଥିଲେ କେନ୍ଦ୍ର ସରକାର। ଫଳରେ ଏହାର କାର୍ଯ୍ୟକାରିତା ପାଇଁ ପଥ ପରିଷ୍କାର ହୋଇଛି। ଏହି ଆଇନ ଅନୁସାରେ, ୩୧ ଡିସେମ୍ବର, ୨୦୧୪ ପୂର୍ବରୁ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବା ଅଣ-ମୁସଲମାନ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ।ତେବେ ସିଏଏ ନିୟମକୁ ନେଇ କେରଳ ସରକାର ବିରୋଧ କରିଆସୁଛନ୍ତି। କୋର୍ଟରେ ତଥ୍ୟ ଦେଇ କେରଳ ସରକାର କହିଛନ୍ତି ଯେ କେନ୍ଦ୍ର ସରକାର ୨୦୧୯ରେ ଏହାକୁ ଲାଗୁ କରିବାକୁ ତତ୍ପରତା ଦେଖାଇ ନଥିଲେ। ହେଲେ ୨୦୨୪ରେ ଜାରି ହୋଇଥିବା ନିୟମ ଉପରେ ରୋକ୍ ଲଗାଇବା ଆବଶ୍ୟକ ରହିଛି ବୋଲି କେରଳ ସରକାର କହିଛନ୍ତି। କେରଳ ସରକାର କହିଛନ୍ତି ସଂଶୋଧନ ଅଧିନିୟମ ଓ ନିୟମ ଓ ଆଦେଶ ଶ୍ରୀଲଙ୍
ଥିରୁଅନନ୍ତପୁରମ: କେନ୍ଦ୍ର ସରକାରଙ୍କର ନାଗରିକ ସଂଶୋଧନ ନିୟମ(ସିଏଏ)୨୦୨୪ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେରଳ ସରକାର। ସିଏଏ ନିୟମ ଉପରେ ରୋକ ଲଗାଇବା ପାଇଁ କେରଳ ସରକାର ସର୍ବୋଚ୍ଚ ଅଦାଲତରେ ଆବେଦନ କରିଛନ୍ତି।
କୋର୍ଟରେ ଆବେଦନ କରି ରାଜ୍ୟ ସରକାର କହିଛନ୍ତି ଯେ ସିଏଏ ନିୟମ ବିଭେଦପୂର୍ଣ୍ଣ, ମନମାନି ଓ ଧର୍ମନିରପେକ୍ଷତାର ସିଦ୍ଧାନ୍ତର ଉଲ୍ଲଂଘନ କରୁଛି। ତେଣୁ ଏହା ଉପରେ ରୋକ୍ ଲଗାଯାଉଛି ବୋଲି ରାଜ୍ୟ ସରକାର ଆବଦେନ କରିଛନ୍ତି।
ସଂସଦରେ ନାଗରିକ (ସଂଶୋଧନ) ଅଧିନିୟମ, ୨୦୧୯ ପାରିତ ହେବାର ପ୍ରାୟ ଚାରି ବର୍ଷ ପରେ ମାର୍ଚ୍ଚ ୧୧ ରେ ଆଇନର ନିୟମାବଳୀ ଉପରେ ବିଜ୍ଞପ୍ତି ଜାରି କରିଥିଲେ କେନ୍ଦ୍ର ସରକାର। ଫଳରେ ଏହାର କାର୍ଯ୍ୟକାରିତା ପାଇଁ ପଥ ପରିଷ୍କାର ହୋଇଛି। ଏହି ଆଇନ ଅନୁସାରେ, ୩୧ ଡିସେମ୍ବର, ୨୦୧୪ ପୂର୍ବରୁ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବା ଅଣ-ମୁସଲମାନ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ।
ତେବେ ସିଏଏ ନିୟମକୁ ନେଇ କେରଳ ସରକାର ବିରୋଧ କରିଆସୁଛନ୍ତି। କୋର୍ଟରେ ତଥ୍ୟ ଦେଇ କେରଳ ସରକାର କହିଛନ୍ତି ଯେ କେନ୍ଦ୍ର ସରକାର ୨୦୧୯ରେ ଏହାକୁ ଲାଗୁ କରିବାକୁ ତତ୍ପରତା ଦେଖାଇ ନଥିଲେ। ହେଲେ ୨୦୨୪ରେ ଜାରି ହୋଇଥିବା ନିୟମ ଉପରେ ରୋକ୍ ଲଗାଇବା ଆବଶ୍ୟକ ରହିଛି ବୋଲି କେରଳ ସରକାର କହିଛନ୍ତି।
କେରଳ ସରକାର କହିଛନ୍ତି ସଂଶୋଧନ ଅଧିନିୟମ ଓ ନିୟମ ଓ ଆଦେଶ ଶ୍ରୀଲଙ୍କା, ମିଆଁମାର ଏବଂ ଭୁଟାନ ଭଳି ଅନ୍ୟ ଦେଶରୁ ଆସିଥିବା ପ୍ରବାସୀମାନଙ୍କ ପ୍ରତି ଭେଦଭାବ କରୁଛି। ଏହି ଦେଶମାନେ ଭାରତ ସହିତ ଅନ୍ତର୍ଜାତୀୟ ସୀମା ଶେୟାର କରୁଛନ୍ତି। ଏଠାରେ ବି ଜନ ସ୍ଥାନାନ୍ତରଣ ହୋଇଛି ବୋଲି କେରଳ ସରକାର କହିଛନ୍ତି।
୨୦୧୪ ଡିସେମ୍ବର ୩୧ କିମ୍ବା ତା ପୂର୍ବରୁ ଆଫଗାନିସ୍ତାନ, ବାଂଲାଦେଶ କିମ୍ବା ପାକିସ୍ଥାନରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ କିମ୍ବା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି। ତେଣୁ ଏଥିରେ ଭେଦଭାବ ରହିଛି ବୋଲି କେରଳ ସରକାର କୋର୍ଟରେ ଆବେଦନ କରିଛନ୍ତି। ମାମଲାରେ ମାର୍ଚ୍ଚ ୧୯ ତାରିଖରେ ଶୁଣାଣି ହେବ।