କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା, ଆଇଟି ଆକ୍ଟର ଫ୍ୟାକ୍ଟ ଚେକିଂ ୟୁନିଟ ଗଠନ ପ୍ରାବଧାନ ଖାରଜ

ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ର ସରକାରଙ୍କୁ ଝଟକା। ଇନଫରମେସନ ଟେକ୍ନୋଲଜି ଆକ୍ଟରେ ଫ୍ୟାକ୍ଟ ଚେକିଂ ୟୁନିଟ ଗଠନ କରିବାକୁ ଯେଉଁ... The post କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା, ଆଇଟି ଆକ୍ଟର ଫ୍ୟାକ୍ଟ ଚେକିଂ ୟୁନିଟ ଗଠନ ପ୍ରାବଧାନ ଖାରଜ appeared first on .

କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା, ଆଇଟି ଆକ୍ଟର ଫ୍ୟାକ୍ଟ ଚେକିଂ ୟୁନିଟ ଗଠନ ପ୍ରାବଧାନ ଖାରଜ

ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ର ସରକାରଙ୍କୁ ଝଟକା। ଇନଫରମେସନ ଟେକ୍ନୋଲଜି ଆକ୍ଟରେ ଫ୍ୟାକ୍ଟ ଚେକିଂ ୟୁନିଟ ଗଠନ କରିବାକୁ ଯେଉଁ ବ୍ୟବସ୍ଥା ହୋଇଥିଲା, ତାକୁ ରଦ୍ଦ କରିଦେଇଛନ୍ତି ବମ୍ଵେ ହାଇକୋର୍ଟ। କୋର୍ଟ କହିଛନ୍ତି, ଏହା ସମ୍ବିଧାନର ଧାରା ୧୪ ଓ ୧୯କୁ ଉଲ୍ଲଂଘନ କରୁଛି।  ସ୍ଵାଧୀନ ମତବ୍ୟକ୍ତ କରିବାର ଅଧିକାରକୁ କ୍ଷୂର୍ଣ୍ଣ କରୁଛି ଏହି ଆଇନ। କେନ୍ଦ୍ର ସରକାରଙ୍କ ଆଇନରେ ଯେଉଁ ମିଛ, ନକଲି, ଭୁଲ ଧାରଣା ସୃଷ୍ଟି କରିବା ଭଳି ଶବ୍ଦ ବ୍ୟବହାର କରାଯାଇଛି, ତାର ନିର୍ଦ୍ଦିଷ୍ଟ ଅର୍ଥ ନାହିଁ। ଏହାର ପ୍ରକୃତ ସଂଜ୍ଞା ନାହିଁ। ତେଣୁ ଏହି ଆଇନ ଭୁଲ ବୋଲି କହିଛନ୍ତି ବମ୍ଵେ ହାଇକୋର୍ଟ। କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକିଂ ନିଷ୍ପତ୍ତି ବିରୋଧରେ ବମ୍ଵେ ହାଇକୋର୍ଟକୁ ଯାଇଥିଲେ ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ କାମରା। ଜାନୁଆରିରେ ୨ ଜଣିଆ ଖଣ୍ଡପୀଠଙ୍କ ରାୟରେ ଭିନ୍ନ ଭିନ୍ନ ମତ ଦେବାରୁ ୩ ଜଣିଆ ଡିଭିଜନ ବେଞ୍ଚକୁ ମାମଲା ପଠାଯାଇଥିଲା। ଗତ ମାର୍ଚ୍ଚରେ ମଧ୍ୟ ସୁପ୍ରିମକୋର୍ଟ ଏ ସଂପର୍କିତ ଏକ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ। ନୂଆ ଆଇନ ଲୋକଙ୍କ ସ୍ଵାଧୀନ ମତବ୍ୟକ୍ତ ଅଧିକାର ଉପରେ ରୋକ୍ ଲଗାଇବ ବୋଲି ଆଶଙ୍କା କରି କୁନାଲ କାମରା ଓ ଅନ୍ୟ କିଛି ବ୍ୟକ୍ତି ବମ୍ଵେ ହାଇକୋର୍ଟକୁ ଯାଇଥିଲେ।

The post କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା, ଆଇଟି ଆକ୍ଟର ଫ୍ୟାକ୍ଟ ଚେକିଂ ୟୁନିଟ ଗଠନ ପ୍ରାବଧାନ ଖାରଜ appeared first on .