କେନ୍ଦ୍ରମନ୍ତ୍ରୀଙ୍କ କାରକୁ ଧକ୍କା ଦେଇ ବିଜେପି କର୍ମୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ତଥା ବେଙ୍ଗାଲୁରୁ ଉତ୍ତର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଶୋଭା କରଂଦଲାଜେଙ୍କ କାରର ଖୋଲା ଡୋରକୁ ଧକ୍କା ଦେଇ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି। ପୁଲିସ ସୂଚନାନୁଯାୟୀ, ଏହି ଦୁର୍ଘଟଣା ଆଜି ଅପରାହ୍ନରେ କେଆର୍ ପୁରମ୍ରେ ଘଟିଛି। ୬୩ ବର୍ଷୀୟ ପ୍ରକାଶ ନିଜ ମୋଟର ସାଇକଲରେ ଆସୁଥିଲେ। ଏହି ସମୟରେ କାରର ଚାଳକ ହଠାତ୍ କାର୍ ଡୋର ଖୋଲିଦେଇଥିଲେ। କାର୍ ଡୋର ସହ ଧକ୍କା ଦେଇ ପ୍ରକାଶ ମୋଟରସାଇକଲ ସହ ରାସ୍ତା ଉପରକୁ […]

କେନ୍ଦ୍ରମନ୍ତ୍ରୀଙ୍କ କାରକୁ ଧକ୍କା ଦେଇ ବିଜେପି କର୍ମୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ତଥା ବେଙ୍ଗାଲୁରୁ ଉତ୍ତର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଶୋଭା କରଂଦଲାଜେଙ୍କ କାରର ଖୋଲା ଡୋରକୁ ଧକ୍କା ଦେଇ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି। ପୁଲିସ ସୂଚନାନୁଯାୟୀ, ଏହି ଦୁର୍ଘଟଣା ଆଜି ଅପରାହ୍ନରେ କେଆର୍ ପୁରମ୍ରେ ଘଟିଛି। ୬୩ ବର୍ଷୀୟ ପ୍ରକାଶ ନିଜ ମୋଟର ସାଇକଲରେ ଆସୁଥିଲେ। ଏହି ସମୟରେ କାରର ଚାଳକ ହଠାତ୍ କାର୍ ଡୋର ଖୋଲିଦେଇଥିଲେ। କାର୍ ଡୋର ସହ ଧକ୍କା ଦେଇ ପ୍ରକାଶ ମୋଟରସାଇକଲ ସହ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକ ବସ୍ ତାଙ୍କ ଉପରେ ମାଡ଼ିଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏନେଇ ଆଇପିସିର ଧାରା ୩୦୪ ଓ ୨୮୩ ଅଧୀନରେ ଏକ ମାମଲା ରୁଜୁ କରିଛି। ତେବେ ଦୁର୍ଘଟଣା ସମୟରେ ଏହି କାର୍ରେ ମନ୍ତ୍ରୀ ବସିନଥିଲେ ବୋଲି ପୁଲିସ କହିଛି।