କେନ୍ଦ୍ରର ଜନବିରୋଧୀ ନୀତିକୁ ବିଭିନ୍ନ ସଙ୍ଗଠନର ବିରୋଧ
ଭବାନୀପାଟଣା,୨୭ା୧୧(ଉତ୍ତମ କୁମାର ଦାଶ):କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ମଙ୍ଗଳବାର ଭବାନୀପାଟଣା ଜିଲାପାଳଙ୍କ ଅଫିସ ସମ୍ମୁଖରେ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗଣଧାରଣା ଦିଆଯାଇଛି। କଳାହାଣ୍ଡି ଜିଲା କେନ୍ଦ୍ରୀୟ ଟ୍ରେଡ ୟୁନିଅନ, ସ୍ବାଧୀନ ଫେଡେରେଶନର ମିଳିତ ମଞ୍ଚ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା, ମା’ ମାଟି ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ୨୬ ଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଦରବୃଦ୍ଧି ରୋକିବା, କୃଷିଜାତ ଦ୍ରବ୍ୟ ଉପରୁ ଜିଏସ୍ଟି ପ୍ରତ୍ୟାହାର, ମାଗଣା ଶିକ୍ଷା, ସମସ୍ତ […] The post କେନ୍ଦ୍ରର ଜନବିରୋଧୀ ନୀତିକୁ ବିଭିନ୍ନ ସଙ୍ଗଠନର ବିରୋଧ appeared first on Dharitri Odia News.
ଭବାନୀପାଟଣା,୨୭ା୧୧(ଉତ୍ତମ କୁମାର ଦାଶ):କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ମଙ୍ଗଳବାର ଭବାନୀପାଟଣା ଜିଲାପାଳଙ୍କ ଅଫିସ ସମ୍ମୁଖରେ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗଣଧାରଣା ଦିଆଯାଇଛି। କଳାହାଣ୍ଡି ଜିଲା କେନ୍ଦ୍ରୀୟ ଟ୍ରେଡ ୟୁନିଅନ, ସ୍ବାଧୀନ ଫେଡେରେଶନର ମିଳିତ ମଞ୍ଚ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା, ମା’ ମାଟି ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ୨୬ ଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଦରବୃଦ୍ଧି ରୋକିବା, କୃଷିଜାତ ଦ୍ରବ୍ୟ ଉପରୁ ଜିଏସ୍ଟି ପ୍ରତ୍ୟାହାର, ମାଗଣା ଶିକ୍ଷା, ସମସ୍ତ ଆଦିବାସୀ ଓ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ପ୍ରଦାନ, ଲଘୁ ବନଜାତ ଦ୍ରବ୍ୟକୁ ଠିକ୍ ମୂଲ୍ୟ ପ୍ରଦାନ କରିବା ଆଦି ଦାବି କରାଯାଇଛି। ସେହିପରି କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ତିଜମାଳି ଉପରେ ଏବେ ବହୁରାଷ୍ଟ୍ରୀୟ କମ୍ପାନୀର ନଜର ପଡ଼ିଛି। ସେଠାରେ ଖଣି ଖନନ ନେଇ କମ୍ପାନୀ ମସୁଧା ଚଳାଇଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଛନ୍ତି । ତୁରନ୍ତ କେନ୍ଦ୍ର ସରକାର ଗ୍ରାମସଭା ଅନୁଯାୟୀ ନିର୍ଦ୍ଦେଶ କରିବା ପାଇଁ ଦାବି ହୋଇଛି। ଏହି ଗଣଧାରଣାରେ ସଚେତନ ମଞ୍ଚ ନାଗରିକ କମିଟି ଆବାହକ ସତ୍ୟ ମାହାର, ସିପିଆଇ ରାଜ୍ୟ ପରିଷଦ ସମ୍ପାଦକ ମଣ୍ଡଳୀ ସଦସ୍ୟ ଦାମୋଦର ବେହେରା, ସିପିଆଇଏମ୍ର ବରିଷ୍ଠ ବାମପନ୍ଥୀ ନେତା ନବ ପଟ୍ଟନାୟକ, ଜନ ଜାଗରଣ ମଞ୍ଚର ଆବାହକ ଅଗଷ୍ଟ ନାଏକ, ମା’ ମାଟି ମାଲି ସୁରକ୍ଷା ମଞ୍ଚର ମୁନିଦେଇ, ସିପିଆଇ ଜିଲା ସହ ସମ୍ପାଦକ ସଞ୍ଜୟ ସୁନାନୀ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଲକ୍ଷ୍ମଣ ରଣବିର, ପାଚିକା ସହାୟକ ସଂଘର ବିଳାସିନୀ ଗୌଡ଼, ସିପିଆଇଏମ୍ର ଜିଲା ସମ୍ପାଦକ ସତ୍ୟଜିତ ଚାଟାର୍ଜୀ, ଏଆଇଏସ୍ଏଫ୍ର ଜିଲା ସଭାପତି ରାଜାରାମ ଡଙ୍ଗରୀ ପ୍ରମୁଖ ସାମିଲ ଥିଲେ।
The post କେନ୍ଦ୍ରର ଜନବିରୋଧୀ ନୀତିକୁ ବିଭିନ୍ନ ସଙ୍ଗଠନର ବିରୋଧ appeared first on Dharitri Odia News.