କେନ୍ଦ୍ରାପଡା ଲୋକସଭା ଆସନରେ ପ୍ରଚାର ଆରମ୍ଭ କଲେ ଅଂଶୁମାନ, ସାମିଲ ହେଲେ ବିଧାୟକ ପ୍ରାର୍ଥୀ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆଜିଠାରୁ ତାଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସାଲେପୁର, ନିଶ୍ଚିନ୍ତକୋଇଲି ବିଧାନସଭା କ୍ଷେତ୍ରରୁ ପ୍ରଚାର ଅଭିଯାନ କରିଵା ଅବସରରେ ଅଂଶୁମାନ କହିଛନ୍ତି, ମଧୁବାବୁଙ୍କ ଜନ୍ମଭୂମିରୁ ପ୍ରଚାର ଅଭିଯାନ ଆରମ୍ଭ କରିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି। ଏହା ସହ ବିଜୁବାବୁଙ୍କ ସ୍ବପ୍ନର ଓଡିଶା ଗଠନ ପାଇଁ ନବୀନ ପଟ୍ଟନାୟକ ଯେଉଁ ପ୍ରଗତିର ଜୟଯାତ୍ରା ଆରମ୍ଭ କରିଛନ୍ତି, ତାକୁ ତ୍ବରାନ୍ବିତ କରିଵା ପାଇଁ ଅଂଶୁମାନ ଭୋଟରଙ୍କ ଆଶୀର୍ବାଦ ଲୋଡିଛନ୍ତି।Also read: ବିଜେଡିରେ ମିଶିଲେ ସୁକାନ୍ତ ନାୟକ, ସମର୍ଥକଙ୍କ ସହ ହେଲେ ଘର ବାହୁଡ଼ାକେନ୍ଦ୍ରାପଡା ଲୋକସଭା ଆସନ ପାଇଁ ମଇଦାନକୁ ଓହ୍ଲାଇଲା ବିଜେଡି। ଆଜି ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ରାଜନଗରରୁ ବିଜେଡି ଵିଧାୟକ ପ୍ରାର୍ଥୀ ଧୃବ ସାହୁଙ୍କୁ ନେଇ କେନ୍ଦ୍ରାପଡା ଲୋକସଭା ଆସନରୁ ଵିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ସାଲେପୁରର ମଧୁ ମାଟିରୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସାଲେପୁର ଲକ୍ଷ୍ମୀ ନୃସିଂହ ମନ୍ଦିର ଓ ସାହେଶ୍ବରୀ ମନ୍ଦିର ଯାଇ ଆଶୀର୍ବାଦ ଭିକ୍ଷା କରିଵା ସହ ସ୍ଥାନୀୟ ନେତୃ ଵୃନ୍ଦ ଓ ସାଧାରଣ ଭୋଟର ମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଅଂଶୁମାନ। ମଧୁବାବୁଙ୍କ ଜନ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆଜିଠାରୁ ତାଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସାଲେପୁର, ନିଶ୍ଚିନ୍ତକୋଇଲି ବିଧାନସଭା କ୍ଷେତ୍ରରୁ ପ୍ରଚାର ଅଭିଯାନ କରିଵା ଅବସରରେ ଅଂଶୁମାନ କହିଛନ୍ତି, ମଧୁବାବୁଙ୍କ ଜନ୍ମଭୂମିରୁ ପ୍ରଚାର ଅଭିଯାନ ଆରମ୍ଭ କରିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି। ଏହା ସହ ବିଜୁବାବୁଙ୍କ ସ୍ବପ୍ନର ଓଡିଶା ଗଠନ ପାଇଁ ନବୀନ ପଟ୍ଟନାୟକ ଯେଉଁ ପ୍ରଗତିର ଜୟଯାତ୍ରା ଆରମ୍ଭ କରିଛନ୍ତି, ତାକୁ ତ୍ବରାନ୍ବିତ କରିଵା ପାଇଁ ଅଂଶୁମାନ ଭୋଟରଙ୍କ ଆଶୀର୍ବାଦ ଲୋଡିଛନ୍ତି।
Also read: ବିଜେଡିରେ ମିଶିଲେ ସୁକାନ୍ତ ନାୟକ, ସମର୍ଥକଙ୍କ ସହ ହେଲେ ଘର ବାହୁଡ଼ା
କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ମଇଦାନକୁ ଓହ୍ଲାଇଲା ବିଜେଡି। ଆଜି ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ରାଜନଗରରୁ ବିଜେଡି ଵିଧାୟକ ପ୍ରାର୍ଥୀ ଧୃବ ସାହୁଙ୍କୁ ନେଇ କେନ୍ଦ୍ରାପଡା ଲୋକସଭା ଆସନରୁ ଵିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ସାଲେପୁରର ମଧୁ ମାଟିରୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସାଲେପୁର ଲକ୍ଷ୍ମୀ ନୃସିଂହ ମନ୍ଦିର ଓ ସାହେଶ୍ବରୀ ମନ୍ଦିର ଯାଇ ଆଶୀର୍ବାଦ ଭିକ୍ଷା କରିଵା ସହ ସ୍ଥାନୀୟ ନେତୃ ଵୃନ୍ଦ ଓ ସାଧାରଣ ଭୋଟର ମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଅଂଶୁମାନ। ମଧୁବାବୁଙ୍କ ଜନ୍ମସ୍ଥାନ ଭଳି ପବିତ୍ର ଯାଗାରୁ ପ୍ରଚାର ଅଭିଯାନ ଆରମ୍ଭ କରିଥିବାରୁ ଅଂଶୁମାନ ନିର୍ବାଚନ ଫଳାଫଳକୁ ନେଇ ବେଶ୍ ଆଶା ପ୍ରକଟ କରିଛନ୍ତି। ବିଜୁବାବୁଙ୍କ ସ୍ବପ୍ନର ଓଡିଶା ଗଠନ ପାଇଁ ନବୀନ ପଟ୍ଟନାୟକ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ସେହି ପ୍ରଗତି ରଥକୁ ଆଗକୁ ଵଢାଇଵା ପାଇଁ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିବା କହିଛନ୍ତି ଅଂଶୁମାନ।
ଆଜି କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଵିଜେଡିର ପ୍ରଚାର ଅଭିଯାନ ଆରମ୍ଭ ଅବସରରେ ବରିଷ୍ଠ ବିଜେଡି ନେତା ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ସାଲେପୁର ଓ ମାହାଙ୍ଗା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ର ବିଭିନ୍ନ ଅଞ୍ଚଳ ଵୁଲି ଭୋଟ ଭିକ୍ଷା କରିଛନ୍ତି ଅଂଶୁମାନ। ଆଜି ସଂଧ୍ୟାରେ କେନ୍ଦ୍ରାପଡା ଟାଉନ ଅନ୍ତର୍ଗତ କିଛି ଅଞ୍ଚଳରେ ମଧ୍ୟ ଅଂଶୁମାନ ପ୍ରଚାର କରିଵେ। ତେବେ ଵିଜେପି କେନ୍ଦ୍ରାପଡାରେ ଏଯାଏ ପ୍ରଚାର ଆରମ୍ଭ କରିନଥିଵା ବେଳେ କଂଗ୍ରେସ କେନ୍ଦ୍ରାପଡା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।