ବେୟାରଷ୍ଟ୍ରୋଙ୍କ ଠାରୁ ପାଡିକ୍କଲ୍ଙ୍କ ଯାଏଁ, ମେଗା ଅକ୍ସନ୍ ଅନସୋଲ୍ଡ ରହିଛନ୍ତି ଏହି ଦିଗ୍ଗଜ ପ୍ଲେୟର
ନୂଆଦିଲ୍ଲୀ ୨୫।୧୧: ଚାଲିଛି ଆଇପିଏଲ୍ ୨୦୨୫ ପାଇଁ ମେଗା ନିଲାମୀ । ପ୍ରଥମ ଦିନରେ ଅନେକ ପ୍ଲେୟର ଆଶାଠାରୁ ଅଧିକ ଦାମ୍ରେ ହୋଇଛନ୍ତି ବିକ୍ରି । କିନ୍ତୁ କିଛି ପ୍ଲେୟର ଏପରି ଅଛନ୍ତି ଯିଏକି ହୋଇଛନ୍ତି ନିରାଶ । ସେ ଅକ୍ସନରେ ରହିଯାଇଛନ୍ତି ଅନସୋଲ୍ଡ । ଆସନ୍ତୁ ଜାଣିବା ଏହି ପ୍ଲେୟରଙ୍କ ବିଷୟରେ... IPL ୨୦୨୫ର ମେଗା ନିଲାମରେ ଏହି ପ୍ଲେୟର ମାନେ ରହିଯାଇଛନ୍ତି ଅନସୋଲ୍ଡ । ଲିଷ୍ଟର ପ୍ରଥମରେ ରହିଛନ୍ତି ଦେବଦତ୍ତ ପାଦିକ୍କାଲ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ରହିଥିଲା କିନ୍ତୁ ତାଙ୍କୁ କୌଣସି ଟିମ୍ କିଣିନଥିଲେ । ଏହା ପଛକୁ ଅଛନ୍ତି ଡେଭିଡ ୱାର୍ଣ୍ଣର । ତାଙ୍କର ବେସ୍ ପ୍ରାଇସ୍ ମଧ୍ୟ ୨ କୋଟି ରହିଥିଲା । କିନ୍ତୁ ସେ ଅନସୋଲ୍ଡ ରହିଛନ୍ତି । ସେହିପରି ଜନି ବେୟାରଷ୍ଟୋ ମଧ୍ୟ ଅନସୋଲ୍ଡ ରହିଛନ୍ତି । ତାଙ୍କ ବେସ୍ ପ୍ରାଇସ୍ ରହିଥିଲା ୨ କୋଟି । ୱାକର ସଲାମଖିଲଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିନି । ତାଙ୍କର ବେସ୍ ପ୍ରାଇସ୍ ୭୫ ଲକ୍ଷ ଟଙ୍କା । ସେହିପରି ଅନମୋଲପ୍ରୀତ ସିଂ, ୟଶ ଧୁଲ୍, ଉତ୍କଳ ସିଂ, ଉପେନ୍ଦ୍ର ଯାଦବ, ଲୁଭନିଥ ସିସୋଡିଆ ରହିଛନ୍ତି ଅନସୋଲ୍ଡ । ଏମାନଙ୍କର ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ରହିଥିଲା । ତେବେ ଆଇପିଏଲ୍ ୨୦୨୫ର ମେଗା ନିଲାମରେ ଦ୍ରୁତ ବୋଲରମାନଙ୍କର ଲାଗିଛି ଲଟେରୀ । ସେ ଜଣେ ଭାରତୀୟ ଦ୍ରୁତ ବୋଲର ହୁଅନ୍ତୁ କିମ୍ବା ବିଦେଶୀ ଦ୍ରୁତ ବୋଲର । ଫ୍ରାଞ୍ଚାଇଜ୍ ଏମାନଙ୍କ ଉପରେ ଟଙ୍କା ବର
ନୂଆଦିଲ୍ଲୀ ୨୫।୧୧: ଚାଲିଛି ଆଇପିଏଲ୍ ୨୦୨୫ ପାଇଁ ମେଗା ନିଲାମୀ । ପ୍ରଥମ ଦିନରେ ଅନେକ ପ୍ଲେୟର ଆଶାଠାରୁ ଅଧିକ ଦାମ୍ରେ ହୋଇଛନ୍ତି ବିକ୍ରି । କିନ୍ତୁ କିଛି ପ୍ଲେୟର ଏପରି ଅଛନ୍ତି ଯିଏକି ହୋଇଛନ୍ତି ନିରାଶ । ସେ ଅକ୍ସନରେ ରହିଯାଇଛନ୍ତି ଅନସୋଲ୍ଡ । ଆସନ୍ତୁ ଜାଣିବା ଏହି ପ୍ଲେୟରଙ୍କ ବିଷୟରେ...
IPL ୨୦୨୫ର ମେଗା ନିଲାମରେ ଏହି ପ୍ଲେୟର ମାନେ ରହିଯାଇଛନ୍ତି ଅନସୋଲ୍ଡ । ଲିଷ୍ଟର ପ୍ରଥମରେ ରହିଛନ୍ତି ଦେବଦତ୍ତ ପାଦିକ୍କାଲ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ରହିଥିଲା କିନ୍ତୁ ତାଙ୍କୁ କୌଣସି ଟିମ୍ କିଣିନଥିଲେ । ଏହା ପଛକୁ ଅଛନ୍ତି ଡେଭିଡ ୱାର୍ଣ୍ଣର । ତାଙ୍କର ବେସ୍ ପ୍ରାଇସ୍ ମଧ୍ୟ ୨ କୋଟି ରହିଥିଲା । କିନ୍ତୁ ସେ ଅନସୋଲ୍ଡ ରହିଛନ୍ତି ।
ସେହିପରି ଜନି ବେୟାରଷ୍ଟୋ ମଧ୍ୟ ଅନସୋଲ୍ଡ ରହିଛନ୍ତି । ତାଙ୍କ ବେସ୍ ପ୍ରାଇସ୍ ରହିଥିଲା ୨ କୋଟି । ୱାକର ସଲାମଖିଲଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିନି । ତାଙ୍କର ବେସ୍ ପ୍ରାଇସ୍ ୭୫ ଲକ୍ଷ ଟଙ୍କା । ସେହିପରି ଅନମୋଲପ୍ରୀତ ସିଂ, ୟଶ ଧୁଲ୍, ଉତ୍କଳ ସିଂ, ଉପେନ୍ଦ୍ର ଯାଦବ, ଲୁଭନିଥ ସିସୋଡିଆ ରହିଛନ୍ତି ଅନସୋଲ୍ଡ । ଏମାନଙ୍କର ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ରହିଥିଲା ।
ତେବେ ଆଇପିଏଲ୍ ୨୦୨୫ର ମେଗା ନିଲାମରେ ଦ୍ରୁତ ବୋଲରମାନଙ୍କର ଲାଗିଛି ଲଟେରୀ । ସେ ଜଣେ ଭାରତୀୟ ଦ୍ରୁତ ବୋଲର ହୁଅନ୍ତୁ କିମ୍ବା ବିଦେଶୀ ଦ୍ରୁତ ବୋଲର । ଫ୍ରାଞ୍ଚାଇଜ୍ ଏମାନଙ୍କ ଉପରେ ଟଙ୍କା ବର୍ଷା କରିଛି । ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କୁ ରାଜସ୍ଥାନ ରୟାଲ୍ସ ୧୨.୫୦ କୋଟିରେ କିଣିଛି । ସେହିପରି ଅଷ୍ଟ୍ରେଲିଆର ଜୋସ୍ ହାଜଲେଉଡଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଟିମ୍ରେ ସାମିଲ କରିଛି । ତାଙ୍କୁ ଆରସିବି ୧୨.୫୦ କୋଟିରେ କିଣିଛି ।
ଭାରତୀୟ ଦ୍ରୁତ ବୋଲରଙ୍କୁ ମଧ୍ୟ ନିଲାମରେ ବିପୁଳ ପରିମାଣର ଟଙ୍କା ମିଳିଛି । ଆଭେଶ ଖାନଙ୍କୁ ଦିଲ୍ଲୀ କ୍ୟାପିଟାଲ ୯.୭୫ କୋଟିରେ କିଣିଛି । ସେହିପରି ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଗୁଜୁରାଟ ଟାଇଟାନ୍ସ ୯.୫୦ କୋଟିରେ କିଣିଛି । ସେହିପରି ଖଲିଲ ଅହମ୍ମଦଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୪.୮୦କୋଟିରେ କିଣିଛି । ଦ୍ରୁତ ବୋଲର ଟି ନାଟାରାଜନ ମଧ୍ୟ ନିଲାମରେ ବିପୁଳ ପରିମାଣର ଅର୍ଥ ପାଇଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ ନଟରାଜନ୍ ୧୦.୭୫ କୋଟି ଟଙ୍କାରେ କିଣିଛି । ଆରସିବି ମଧ୍ୟ ନଟରାଜନ୍ କିଣିବାକୁ ଚେଷ୍ଟା କରିଥିଲା । ନଟରାଜନଙ୍କ ପାଇଁ ଆରସିବି ୧୦.୫୦ କୋଟି ଯାଏଁ ବିଡ୍ କରିଥିଲା । ସେହିପରି ମୁମ୍ବାଇ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ କିଣିଛି । ସେ ୧୨.୫୦କୋଟି ସହ ମୁମ୍ବାଇରେ ହୋଇଛନ୍ତି ସାମିଲ ।