ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା ମଣ୍ଡଳ ସଭାପତି, ପର୍ଯ୍ୟଟନର ଉନ୍ନତି ପାଇଁ କଲେ ନିବେଦନ
ଦାରିଙ୍ଗବାଡ଼ି,୨୪ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଦାରିଙ୍ଗବାଡ଼ିରେ ବାକି ରହିଥିବା ବିକାଶ କାର୍ଯ୍ୟ କିଭଳି କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ। ବିଶେଷକରି ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯିବା ସହ ସିର୍ତ୍ତିଗୁଡ଼ା ଗ୍ରୀଡ୍ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପର୍ଯ୍ୟଟନକ୍ଷେତ୍ରର ଆହୁରି ଉନ୍ନତି ସହ ଓ୍ବାଲର୍ଡକ୍ଲାସ […] The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା ମଣ୍ଡଳ ସଭାପତି, ପର୍ଯ୍ୟଟନର ଉନ୍ନତି ପାଇଁ କଲେ ନିବେଦନ appeared first on Dharitri Odia News.
ଦାରିଙ୍ଗବାଡ଼ି,୨୪ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଦାରିଙ୍ଗବାଡ଼ିରେ ବାକି ରହିଥିବା ବିକାଶ କାର୍ଯ୍ୟ କିଭଳି କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ। ବିଶେଷକରି ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯିବା ସହ ସିର୍ତ୍ତିଗୁଡ଼ା ଗ୍ରୀଡ୍ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପର୍ଯ୍ୟଟନକ୍ଷେତ୍ରର ଆହୁରି ଉନ୍ନତି ସହ ଓ୍ବାଲର୍ଡକ୍ଲାସ ପର୍ଯ୍ୟଟନକ୍ଷେତ୍ର କରାଯିବା ଇକୋ ଟୁରିଜିମ୍ର ବିକାଶ ଆଦି କରାଯିବାକୁ ସେ ନିବେଦନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ରର ବିକାଶ କରାଯିବାକୁ ସେ ବହୁତ ଯୋଜନା ପ୍ରସ୍ତୁତ କରିଥିବା ଓ ପଦକ୍ଷେପ ଆରମ୍ଭ କରାଯାଇଥିବା କହିଥିଲେ। ମଣ୍ଡଳ ସଭାପତି ସନ୍ତୋଷ ମୁଖ୍ୟମନ୍ତ୍ରୀଙ୍କୁ ଦାରିଙ୍ଗବାଡ଼ି ଗସ୍ତ କରିବାକୁ ନିବେଦନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୫ରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଉପନିର୍ବାଚନ ହେବା ସମୟରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ସମେତ ଅନ୍ୟ ବ୍ଲକ ଅଞ୍ଚଳରେ ପ୍ରଚାର ଦାୟିତ୍ୱ କାର୍ଯ୍ୟ କରୁଥିଲେ। ସେହି ସମୟରେ ସେ ପ୍ରାୟ ୧୫ ଦିନ ଦାରିଙ୍ଗବାଡ଼ିରେ ରହିଥିବା ଓ ଉକ୍ତ ବ୍ଲକର ସମସ୍ତ ଦୁର୍ଗମ ଅଞ୍ଚଳ ବାଇକରେ ବୁଲି ନିଜ ଦଳକୁ ଜିତାଇବା ପାଇଁ ପ୍ରଚାର କରିଥିଲେ। ସେହି ସମୟରେ ସେ ଅଞ୍ଚଳର ଅନେକ ଲୋକ ଓ ଦଳୀୟ କର୍ମୀଙ୍କ ସଂସ୍ପର୍ଶରେ ଆସି ପରିଚିତ ହୋଇଥିଲେ ଓ ଏବେ ବି ସେ ସମସ୍ତଙ୍କୁ ମନେ ରଖିଥିବା ପ୍ରକାଶ କରିଛନ୍ତି।
The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା ମଣ୍ଡଳ ସଭାପତି, ପର୍ଯ୍ୟଟନର ଉନ୍ନତି ପାଇଁ କଲେ ନିବେଦନ appeared first on Dharitri Odia News.