Realme Narzo 80 ସିରିଜରେ ଲଞ୍ଚ ହୋଇଛି ଦୁଇଟି ପାୱାରଫୁଲ୍ 5G ସ୍ମାର୍ଟଫୋନ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ
Realme ଭାରତରେ Narzo 80 ସିରିଜରେ ଦୁଇଟି ପାୱାରଫୁଲ୍ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି Realme ଫୋନଗୁଡିକ ଗତବର୍ଷ ଉପସ୍ଥାପନ ହୋଇଥିବା Narzo 70 Pro ଏବଂ Narzo 70x ର ଅପଗ୍ରେଡ୍ ହେବ । ନୂଆ ଲଞ୍ଚ ହୋଇଥିବା ଦୁଇଟି ଫୋନ୍ Realme P3 ସିରିଜର ଫୋନ୍ ପରି ଦେଖାଯାଉଛି । ସେହିଭଳି ଏହାର ଫିଚର୍ସ ମଧ୍ୟ ପ୍ରାୟ ସମାନ ରହିଛି । Realme ର ଏହି ଦୁଇଟି ସ୍ମାର୍ଟଫୋନ୍ ୱାଟରପ୍ରୁଫ୍ ଏବଂ […] The post Realme Narzo 80 ସିରିଜରେ ଲଞ୍ଚ ହୋଇଛି ଦୁଇଟି ପାୱାରଫୁଲ୍ 5G ସ୍ମାର୍ଟଫୋନ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.

Realme ଭାରତରେ Narzo 80 ସିରିଜରେ ଦୁଇଟି ପାୱାରଫୁଲ୍ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି Realme ଫୋନଗୁଡିକ ଗତବର୍ଷ ଉପସ୍ଥାପନ ହୋଇଥିବା Narzo 70 Pro ଏବଂ Narzo 70x ର ଅପଗ୍ରେଡ୍ ହେବ । ନୂଆ ଲଞ୍ଚ ହୋଇଥିବା ଦୁଇଟି ଫୋନ୍ Realme P3 ସିରିଜର ଫୋନ୍ ପରି ଦେଖାଯାଉଛି । ସେହିଭଳି ଏହାର ଫିଚର୍ସ ମଧ୍ୟ ପ୍ରାୟ ସମାନ ରହିଛି । Realme ର ଏହି ଦୁଇଟି ସ୍ମାର୍ଟଫୋନ୍ ୱାଟରପ୍ରୁଫ୍ ଏବଂ ଦମଦାର ଫିଚର୍ସ ସହିତ ଆସିଛି ।
Realme Narzo 80 Series ର ପ୍ରାଇସ୍ :
Realme Narzo 80 Pro ର ଭାରତରେ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟ ଅଛି । ଯାହା ହେଉଛି- ୮GB RAM + ୧୨୮GB, ୮GB RAM + ୨୫୬GB ଏବଂ ୧୨ GB RAM + ୨୫୬GB ରେ ଆସିଥାଏ । ଏହାର ପ୍ରାରମ୍ଭିକ ମୂଲ୍ୟ ୧୯,୯୯୯ ଟଙ୍କା ରହିଛି । ସେହିଭଳି ଏହାର ଅନ୍ୟ ଦୁଇଟି ଭାରିଆଣ୍ଟର ପ୍ରାଇସ ଯଥାକ୍ରମେ ୨୧,୪୯୯ ଟଙ୍କା ଏବଂ ୨୩,୪୯୯ ଟଙ୍କା ଅଛି । ଏଥି ସହ ଏହାକୁ ନାଇଟ୍ରୋ ଅରେଞ୍ଜ, ରେସିଂ ଗ୍ରୀନ୍ ଏବଂ ସ୍ପିଡ୍ ସିଲଭର କଲର ଅପ୍ସନରେ ମଧ୍ୟ କିଣିପାରିବେ ।
ସେହିଭଳି Realme Narzo 80x ରେ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ରହିଛି । ଯାହା ହେଉଛି- ୬GB RAM + ୧୨୮GB ଏବଂ ୮ GB RAM + ୧୨୮GB ରେ ଲଞ୍ଚ କରାଯାଇଛି । ଏହାର ପ୍ରାରମ୍ଭିକ ମୂଳ୍ୟ ୧୩,୯୯୯ ଟଙ୍କା । ଏଥି ସହ ଏହାର ଟପ୍ ଭାରିଆଣ୍ଟ ୧୪,୯୯୯ ଟଙ୍କାରେ ରହିଛି । ଏହି ଫୋନଟି ଡିପ୍ ଓସେନ୍ ଏବଂ ସନଲିଟ୍ ଗୋଲ୍ଡ ରଙ୍ଗରେ କିଣାଯାଇପାରିବ । ଏହି ଦୁଇଟି ଫୋନ୍ ଇ-କମର୍ସ ୱେବସାଇଟ୍ ଆମାଜନରେ ସେଳ୍ ପାଇଁ ଉପଲବ୍ଧ ହେବ । ପ୍ରଥମ ସେଲରେ ଫୋନଟିକୁ କିଣିଲେ ୨,୦୦୦ ଟଙ୍କାର ଡିସକାଉଣ୍ଟ ମିଳିବ ।
Realme Narzo 80 Pro 5G :
Realme ର ଏହି ଫୋନ୍ ୬.୭୭ ଇଞ୍ଚ FHD+ AMOLED ଡିସପ୍ଲେ ସହିତ ଆସିଥାଏ । ଫୋନର ଡିସପ୍ଲେ ୧୨୦ Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଫୋନର ଡିସପ୍ଳେ ୮୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ । ଏହି ସ୍ମାର୍ଟଫୋନ୍ MediaTek Dimensity 7400 ପ୍ରୋସେସରରେ କାମ କରିଥାଏ । ଏଥି ସହ ଫୋନରେ ୧୨ GB LPDDR4X RAM ଏବଂ ୨୫୬ GB UFS 3.1 ଷ୍ଟୋରେଜର ସପୋର୍ଟ ମିଳିବ । ଏହି ଫୋନ୍ Android 15 ଉପରେ ବେସ୍ଡ Realme UI 6.0 ରେ କାମ କରିଥାଏ ।
Narzo 80 Pro ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିଥାଏ । ଏଥିରେ ୫୦MP ର ମେନ୍ OIS ଏବଂ ୨MP ର ସେକେଣ୍ଡାରି କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୧୬ MP ର କ୍ୟାମେରା ଦିଆଯାଇଛି । ଏହି ସ୍ମାର୍ଟଫୋନ୍ ୬,୦୫୦ mm2 ର ଭାବର ଚାମ୍ବର କୁଲିଂ ସିଷ୍ଟମ ସହିତ ଆସିଥାଏ, ଯାହା ୟୁଜର୍ସଙ୍କ ଗେମିଂ ଏକ୍ସେପେରିୟନ୍ସକୁ ଉନ୍ନତ କରିବ । ଏହି ଫୋନଟି ୮୦W SuperVOOC ଫାଷ୍ଟ ଚାର୍ଜିଂ ପାଇଁ ସପୋର୍ଟ ସହିତ ୬,୦୦୦ mAh ର ବ୍ୟାଟେରୀ ସହିତ ଆସିଥାଏ । ଏହି ଫୋନ୍ IP66, IP68 ଏବଂ IP69 ଡଷ୍ଟ ଏବଂ ୱାଟରପ୍ରୁଫ୍ ରେଟିଙ୍ଗ ସହିତ ଆସିଥାଏ ।
Realme Narzo 80x 5G :
Realme ର ଏହି ଫୋନରେ ୬.୭୨ ଇଞ୍ଚର FHD+ LCD ଡିସପ୍ଲେ ମିଳିବ । ଏହି ସ୍ମାର୍ଟଫୋନର ଡିସପ୍ଲେ ମଧ୍ୟ ୧୨୦Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଏହାର ଡିସପ୍ଲେରେ ୬୯୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାକଇଟନେସ୍ ମିଳିବ । ଏହି ଫୋନରେ MediaTek Dimensity 6400 ପ୍ରୋସେସର ଦିଆଯାଇଛି । ଏହା ସହିତ ୮GB LPDDR4X RAM ଏବଂ ୨୫୬GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ମିଳିବ । ଏହି ଫୋନ୍ ମଧ୍ୟ Android 15 ଉପରେ ବେସ୍ଡ Realme UI 6.0 ରେ କାମ କରେ ।
ଏଥି ସହ ଜାଣି ରଖନ୍ତୁ ଯେ Narzo 80x ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଅଛି । ଏଥିରେ ୫୦MP ର ମେନ୍ ଏବଂ ୨ MP ର ସେକେଣ୍ଡାରୀ କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୮ MP ର କ୍ୟାମେରା ଦିଆଯାଇଛି । ଏହି ଫୋନରେ ୬,୦୦୦mAh ର ବ୍ୟାଟେରୀ ସହିତ ୪୫W SuperVOOC ଫାଷ୍ଟ ଚାର୍ଜିଂର ସପୋର୍ଟ ମିଳିଥାଏ । ଏଥି ସହ ଏହି ଫୋନ୍ IP69 ଡଷ୍ଟ ଏବଂ ୱାରପ୍ରୁଫ୍ ରେଟିଂ ସହିତ ଆସିଥାଏ । ଯଦି ଆପଣ ଏକ ଭଲ ସ୍ମାର୍ଟଫୋନ୍ କିଣିବାକୁ ପ୍ଳାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ହୋଇପାରିବ ।
The post Realme Narzo 80 ସିରିଜରେ ଲଞ୍ଚ ହୋଇଛି ଦୁଇଟି ପାୱାରଫୁଲ୍ 5G ସ୍ମାର୍ଟଫୋନ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.