ଅଙ୍ଗନବାଡି ସୁପରଭାଇଜର ପାଇଁ ଯୋଗ୍ୟତା ରହିବ ଗ୍ରାଜୁଏସନ, କ୍ୟାବିନେଟ ବୈଠକର ନିଷ୍ପତି
ଭୁବନେଶ୍ବର : ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ରହିବ ଗ୍ରାଜୁଏସନ । ଆଗରୁ ମାଟ୍ରିକ ଥିଲା । ଆଜି କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହା ସହ ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃ ଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯାଇଛି । ଅବକାରୀ ବିଭାଗର କନେଷ୍ଟବଲ ମାନଙ୍କୁ ଜିଲ୍ଲା କ୍ୟାଡର କରାଯାଇଛି । ଜଳସମ୍ପଦ ବିଭାଗର ୧୦୮ କୋଟିର ବୈତରଣୀ ଲେଫ୍ଟ ଏବଂ ରାଇଟ କେନାଲ ହେବ । […] The post ଅଙ୍ଗନବାଡି ସୁପରଭାଇଜର ପାଇଁ ଯୋଗ୍ୟତା ରହିବ ଗ୍ରାଜୁଏସନ, କ୍ୟାବିନେଟ ବୈଠକର ନିଷ୍ପତି appeared first on KNews Odisha.

ଭୁବନେଶ୍ବର : ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ରହିବ ଗ୍ରାଜୁଏସନ । ଆଗରୁ ମାଟ୍ରିକ ଥିଲା । ଆଜି କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହା ସହ ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃ ଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯାଇଛି ।
ଅବକାରୀ ବିଭାଗର କନେଷ୍ଟବଲ ମାନଙ୍କୁ ଜିଲ୍ଲା କ୍ୟାଡର କରାଯାଇଛି । ଜଳସମ୍ପଦ ବିଭାଗର ୧୦୮ କୋଟିର ବୈତରଣୀ ଲେଫ୍ଟ ଏବଂ ରାଇଟ କେନାଲ ହେବ । ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳ ସେଚିତ ହେବ । ସ୍ୱାସ୍ଥ୍ୟ ବିଭାଗର ୧୦୮ ସେବା ପାଇଁ ଆଗାମୀ ୫ ବର୍ଷ ପାଇଁ ୨୩୯୮ କୋଟି କ୍ୟାବିନେଟ ମଂଜୁର କରିଛି । ୮୬୬ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ରମ ଚାଲିବ। ଆଜିର କ୍ୟାବିନେଟରେ ୬ ଟି ପ୍ରସ୍ତାବ ଅନୁମୋଦିତ ହୋଇଛି ।
ମହିଳା ଏବଂ ଶିଶୁ କଲ୍ୟାଣ ସେବାକୁ ଆଗକୁ ବଢାଇବା ପାଇଁ ଓଡ଼ିଶା ଶିଶୁ ଏବଂ ମହିଳା କଲ୍ୟାଣ ସେବା ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ଯାହା ଦ୍ୱାରା ଜୁନିଅର ଗ୍ରେଡ୍ ପଦବୀ ପାଇଁ ଆବେଦନ କରୁଥିବା ଅଙ୍ଗନୱାଡି କର୍ମୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହାଇସ୍କୁଲ ପାସ୍ ପରିବର୍ତ୍ତେ ସ୍ନାତକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
Also read: ଅଙ୍ଗନବାଡି ସୁପରଭାଇଜରଙ୍କୁ ଗିରଫ କଲା ଭିଜିଲାନ୍ସ, ୫୦ ହଜାର ଟଙ୍କା ଲାଞ୍ଚନେଉଥିଲେ
The post ଅଙ୍ଗନବାଡି ସୁପରଭାଇଜର ପାଇଁ ଯୋଗ୍ୟତା ରହିବ ଗ୍ରାଜୁଏସନ, କ୍ୟାବିନେଟ ବୈଠକର ନିଷ୍ପତି appeared first on KNews Odisha.