ନିର୍ମାଣ ନସରୁଣୁ  ଉଠି ଯାଉଛି ପିଚୁ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିମ୍ନମାନର ରାସ୍ତା କାମ

ଉପାନ୍ତ ଅଞ୍ଚଳର ଲୋକଙ୍କ ଗମନାଗମନ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଉତ୍ତମ ଓ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଉଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ନିମ୍ନମାନର କାମ ପାଇଁ ଦିନ କେଇଟାରେ ରାସ୍ତା ଶୋଚନୀୟ ହୋଇପଡିଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବଡ଼ଗମଡା ଗାଁ ଠାରୁ ବରକାନି ଗାଁ ପର୍ଯ୍ୟନ୍ତ  ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ  ନିର୍ମିତ ହୋଇଛି ରାସ୍ତା । ରାସ୍ତା କାମ ପୂର୍ବରୁ […] The post ନିର୍ମାଣ ନସରୁଣୁ  ଉଠି ଯାଉଛି ପିଚୁ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିମ୍ନମାନର ରାସ୍ତା କାମ appeared first on KNews Odisha.

ନିର୍ମାଣ ନସରୁଣୁ  ଉଠି ଯାଉଛି ପିଚୁ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିମ୍ନମାନର ରାସ୍ତା କାମ

ଉପାନ୍ତ ଅଞ୍ଚଳର ଲୋକଙ୍କ ଗମନାଗମନ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଉତ୍ତମ ଓ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଉଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ନିମ୍ନମାନର କାମ ପାଇଁ ଦିନ କେଇଟାରେ ରାସ୍ତା ଶୋଚନୀୟ ହୋଇପଡିଛି ।

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବଡ଼ଗମଡା ଗାଁ ଠାରୁ ବରକାନି ଗାଁ ପର୍ଯ୍ୟନ୍ତ  ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ  ନିର୍ମିତ ହୋଇଛି ରାସ୍ତା । ରାସ୍ତା କାମ ପୂର୍ବରୁ ସରିଥିବା ବେଳେ ମାଲପଡ଼ା- ଜୁରାବନ୍ଧ ଗାଁର ରାସ୍ତାର ନାଳରେ ତିଆରି ହୋଇଛି ପୋଲ । ପୋଲର ଉଭୟ ପାର୍ଶ୍ବ ରାସ୍ତାରେ ଏବେ ପିଚୁ କାମ କରାଯାଇଛି । ଅତି ତରବରିଆ ଭାବେ ରାତାରାତି ପିଚୁ କାମ କରାଯାଇଥିବାରୁ କାମ ନ ସରୁଣୁ ରାସ୍ତାରୁ ପିଚୁ ଉଠିଯାଉଛି । ପୋଲର ଉଭୟ ପାର୍ଶ୍ବରେ ଆବଶ୍ୟକ ଅନୁଯାୟୀ ଗାର୍ଡୱାଲ ନିର୍ମାଣ କରାଯାଇ ନାହିଁ । ପଥର ପିଚିଂ ମଧ୍ୟ ଠିକ ଭାବେ କରାଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନିମ୍ନ ମାନର କାମ ଯୋଗୁଁ ଏହି ରାସ୍ତା ଶୋଚନୀୟ ହୋଇପଡିଛି । ରାସ୍ତା ପାର୍ଶ୍ବରେ ପଥର ପିଚିଂ ହୋଇନଥିବାରୁ ବଡ଼ ବଡ଼ ଗାତ ଦେଖାଦେଲାଣି । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରିବା ସହ ଏହି ନାଳରେ ପୋଲ ନିର୍ମାଣ ପାଇଁ ବର୍ଷ  ବର୍ଷ ଧରି ଦାବି ହୋଇଆସୁଥିଲା । ପୋଲ ନିର୍ମାଣ ହେଲେ ଲୋକଙ୍କୁ ଗମନାଗମନର ସୁବିଧା ହେବ ବୋଲି ଲୋକେ ଆଶା ବାନ୍ଧିଥିଲେ । ରାସ୍ତା ଅବସ୍ଥା ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି । ତରବରିଆ ଭାବରେ ନିର୍ମାଣ କରାଯିବା ଯୋଗୁଁ ଏଭଳି ସମସ୍ୟା ହେଉଥିବା ଅଭିଯୋଗ ହେଉଛି ।

ରାସ୍ତା କାମ ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ଦିଗରେ ପ୍ରଶାସନ ଉଚିତ ପଦକ୍ଷେପ ନନେଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।  ଶୀଘ୍ର ରାସ୍ତା ମରାମତି ସହ ଗାର୍ଡୱାଲ ନିର୍ମାଣ ଏବଂ ପଥର ପିଚିଂ କରିବା ପାଇଁ ଦାବି ହୋଇଛି । ସେପଟେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର । ନିର୍ମାଣ ନସରୁଣୁ ରାସ୍ତା ଉପରୁ ଉଠି ଯାଉଛି ପିଚୁ । ତେବେ ଏ ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

 

The post ନିର୍ମାଣ ନସରୁଣୁ  ଉଠି ଯାଉଛି ପିଚୁ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିମ୍ନମାନର ରାସ୍ତା କାମ appeared first on KNews Odisha.