ଖୁବ୍ ଶୀଘ୍ର ମହାନଦୀ ବିବାଦର ହେବ ସମାଧାନ !

ଭୁବନେଶ୍ଵର: ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ଭିତରେ ଥିବା ବିବାଦର ଖୁବ୍ ଶୀଘ୍ର ସମାଧାନ ହେବ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଆଜି ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ଆଗରୁ ଛତିଶଗଡ଼ ସହ ସମ୍ପର୍କ ନ ଥିଲା। ଏବେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହେଲାଣି । ଖୁବ୍ ଶୀଘ୍ର ଦୁଇରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ହୋଇ ସମସ୍ୟାର ସମାଧାନ କରାଯିବ । ବିଜେଡି କହିଛି, ସେତେବେଳେ ଛଡିଶଗଡ଼ରେ ଓ କେନ୍ଦ୍ରରେ ଡବଲ ଇଞ୍ଜିନ୍  ସରକାର ଥିଲା । କେନ୍ଦ୍ର ସରକାର ଚାହିଁଥିଲେ ସମାଧାନ ହୋଇପାରିଥାନ୍ତା କିନ୍ତୁ କଲେନି । ଏବେ ଟ୍ରିପଲ ଇଞ୍ଜିନ୍ ସରକାରରେ ସମାଧାନ କରନ୍ତୁ । ସେହିଭଳି ଆପୋଷ ଆଲୋଚନାକୁ ଯିବା ପୂର୍ବରୁ ଏହି ପ୍ରସଙ୍ଗକୁ ମୂଳ ଆଧାର ବୋଲି ବିଚାର କରି ଓଡ଼ିଶା ସରକାର ବିବେଚନା କରିବା ଉଚିତ ବୋଲି  କହିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ । ଖୁବ୍ ଶୀଘ୍ର ମହାନଦୀ ବିବାଦର ହେବ ସମାଧାନ । କେନ୍ଦ୍ରୀୟ ଜଳ କମିଶନରେ ସମାଧାନ ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିରେ କେନ୍ଦ୍ର ଜଳ କମିଶନ ବୈଷୟିକ ସହଯୋଗ ପ୍ରଦାନ କରିପାରିବ । ଏହା ଦ୍ବାରା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦ ସମାଧାନ ହୋଇପାର

ଖୁବ୍ ଶୀଘ୍ର ମହାନଦୀ ବିବାଦର ହେବ ସମାଧାନ !

ଭୁବନେଶ୍ଵର: ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ଭିତରେ ଥିବା ବିବାଦର ଖୁବ୍ ଶୀଘ୍ର ସମାଧାନ ହେବ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଆଜି ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ଆଗରୁ ଛତିଶଗଡ଼ ସହ ସମ୍ପର୍କ ନ ଥିଲା। ଏବେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହେଲାଣି । ଖୁବ୍ ଶୀଘ୍ର ଦୁଇରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ହୋଇ ସମସ୍ୟାର ସମାଧାନ କରାଯିବ । ବିଜେଡି କହିଛି, ସେତେବେଳେ ଛଡିଶଗଡ଼ରେ ଓ କେନ୍ଦ୍ରରେ ଡବଲ ଇଞ୍ଜିନ୍  ସରକାର ଥିଲା । କେନ୍ଦ୍ର ସରକାର ଚାହିଁଥିଲେ ସମାଧାନ ହୋଇପାରିଥାନ୍ତା କିନ୍ତୁ କଲେନି । ଏବେ ଟ୍ରିପଲ ଇଞ୍ଜିନ୍ ସରକାରରେ ସମାଧାନ କରନ୍ତୁ । ସେହିଭଳି ଆପୋଷ ଆଲୋଚନାକୁ ଯିବା ପୂର୍ବରୁ ଏହି ପ୍ରସଙ୍ଗକୁ ମୂଳ ଆଧାର ବୋଲି ବିଚାର କରି ଓଡ଼ିଶା ସରକାର ବିବେଚନା କରିବା ଉଚିତ ବୋଲି  କହିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ । 

ଖୁବ୍ ଶୀଘ୍ର ମହାନଦୀ ବିବାଦର ହେବ ସମାଧାନ । କେନ୍ଦ୍ରୀୟ ଜଳ କମିଶନରେ ସମାଧାନ ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିରେ କେନ୍ଦ୍ର ଜଳ କମିଶନ ବୈଷୟିକ ସହଯୋଗ ପ୍ରଦାନ କରିପାରିବ । ଏହା ଦ୍ବାରା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦ ସମାଧାନ ହୋଇପାରିବ ଏବଂ ଉଭୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି  ଦୁଇ ରାଜ୍ୟର ଉଚ୍ଚସ୍ତରୀୟ ପଦାଧିକାରୀ ମାନଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ଜାରି ରହିଥିବା କୁହାଯାଇଛି ।  

Also read:  IAS ସ୍ତରରେ ପୁଣି ଅଦଳବଦଳ, ରାଜେଶ ପ୍ରଭାକର ପାଟିଲ୍ ହେଲେ ସମବାୟ ସଚିବ; ୯ ସ୍ଥାନରେ ଉପଜିଲ୍ଲାପାଳ ନିଯୁକ୍ତ

ମହାନଦୀ ବିବାଦର ସମାଧାନ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଆଗରୁ ଛତିଶଗଡ଼ ସହ ସମ୍ପର୍କ ନ ଥିଲା । ଏବେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହେଲାଣି । କେତେ ପାଣି କେତେବେଳେ ଛାଡିବେ, କେଉଁ ସମୟରେ କେତେ ପାଣିର ଆବଶ୍ୟକତା ଅଛି ଓ କର୍ଭ ରୁଲ ସମ୍ପର୍କରେ ଛତିଶଗଡ଼ ସହ ଆଲୋଚନା ହୋଇଛି । ଆଗରୁ ଏ ସମ୍ପର୍କିତ ଡାଟା ସେୟାରିଂ ହେଉ ନ ଥିଲା । ଏବେ ଏସବୁ ହେଲାଣି । ଆନ୍ତଃରାଜ୍ୟ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ ଜୋରଦାର ହେଉଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ସେପଟେ ଛତିଶଗଡ ଅର୍ଥ ମନ୍ତ୍ରୀ କହିଛନ୍ତି  ଆପୋଷ ଆଲୋଚନାରେ   ସହମତି ମାଧ୍ୟମରେ ସମ୍ଭବ ଅନୁସାରେ ମହାନଦୀ ବିବାଦର ସମାଧାନ କରାଯିବ । 

ବିଜେଡି କହିଛି, ପୂର୍ବରୁ କେନ୍ଦ୍ର ସରକାର ଯଦି ଚାହିଁଥାନ୍ତେ ମହାନଦୀ ବିବାଦର ସମାଧାନ କରି ପାରିଥାନ୍ତେ| ବିଜୁ ଜନତା ଦଳର ସରକାର ଥିବା ବେଳେ ବାରମ୍ଵାର ଅନୁରୋଧ କରାଯାଇଥିଲା । ସେତେବେଳେ ଛଡିଶଗଡ଼ରେ ଓ କେନ୍ଦ୍ରରେ ଡବଲ ଇଞ୍ଜିନ୍  ସରକାର ଥିଲା । କେନ୍ଦ୍ର ସରକାର ଚାହିଁଥିଲେ ସମାଧାନ ହୋଇପାରିଥାନ୍ତା । ସେତେବେଳେ କେନ୍ଦ୍ର ସରକାର   ପକ୍ଷପାତିତା ନୀତି ଗ୍ରହଣ କଲେ ।   ଓଡ଼ିଶାକୁ ଅବହେଳା କଲେ ଓ ଛତିଶଗଡ଼କୁ ଅହେତୁକ ଶ୍ରଦ୍ଧା ପ୍ରଦର୍ଶନ କଲେ । 


ସେହିପରି କଂଗ୍ରେସ ନେତା ତଥା ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ କହିଛନ୍ତି,  ମହାନଦୀ ଜଳ ବିବାଦର ଆପୋଷ ସମାଧାନ କେଉଁ ଆଧାରରେ ହେବ ଏବଂ ଏ ଦିଗରେ ସରକାରଙ୍କ କଣ ପଦକ୍ଷେପ ରହିଛି ତାହା ଓଡ଼ିଶାବାସୀ ଜାଣିବା ଉଚିତ୍ । ଅଣ ମୌସୁମୀ ସମୟରେ ଛତିଶଗଡ ଆଦୌ ପାଣି ଛାଡୁନାହିଁ l ଏଥିପାଇଁ ଟ୍ରିବୁନାଲ ଆଗରେ ଓଡ଼ିଶା ବାରମ୍ବାର ଦାବି ରଖି ଆସୁଛି l ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦିଗରେ ଟ୍ରିବୁନାଲ କୌଣସି ପଦକ୍ଷେପ ନେଇ ନାହଁ କିମ୍ବା ଅନ୍ତରୀଣ ରାୟ ମଧ୍ୟ ଦେଇ ନାହାନ୍ତି l ଆପୋଷ ଆଲୋଚନା କୁ ଯିବା ପୂର୍ବରୁ ଏହି ପ୍ରସଙ୍ଗକୁ ମୂଳ ଆଧାର ବୋଲି ବିଚାର କରି ଓଡ଼ିଶା ସରକାର ବିବେଚନା କରିବା ଉଚିତ ବୋଲି  କହିଛନ୍ତି ସୁଦର୍ଶନ ଦାସ।

ଗତ ଫେବ୍ରୁଆରୀ ମାସରେ ରାଜସ୍ଥାନରେ ହୋଇଥିବା ସର୍ବ ଭାରତୀୟ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀମାନଙ୍କର ସମ୍ମିଳନୀରେ ଏବଂ ମାର୍ଚ୍ଚରେ ଭୁବନେଶ୍ବରରେ  ହୋଇଥିବା ବିଶ୍ବ ଜଳଦିବସ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଏବଂ ମୁଖ୍ୟମନ୍ତ୍ରୀ   ମୋହନ ଚରଣ ମାଝୀଙ୍କ ମଧ୍ୟରେ ଏ ବିଷୟରେ ଆଲୋଚନା ହୋଇଥିଲା । ଉଭୟ ମୁଖ୍ୟମନ୍ତ୍ରୀ ଏହାର ଆପୋଷ ସମାଧାନ ଉପରେ ଗୁରୁତ୍ବାରୋପ କରିଥିଲେ।