ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ, ଅକ୍ଟୋବରରେ ଆସିପାରେ ବଡ଼ ବିପର୍ଯ୍ୟୟ

ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ । ୪୫୦ ବର୍ଷ ପୂର୍ବରୁ କରିସାରିଛନ୍ତି ପୂର୍ବାନୁମାନ । ଆଉ ଏହା ଅକ୍ଟୋବରରେ ସତ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି। ଆଗରୁ ଅନେକ ସତ ପ୍ରମାଣିତ ହୋଇଛି । ନାଷ୍ଟ୍ରେଦମସ ରାଷ୍ଟ୍ରପତି ଜନ ଏଫ କେନେଡିଙ୍କ ହତ୍ୟା, କୋରନା ୧୯ ମହାମାରୀର ଆରମ୍ଭକୁ ସଠିକ ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ୨୦୨୪ ପାଇଁ କରିଥିବା ଏକ ବଡ ଭବିଷ୍ୟବାଣୀ ସତ ହୋଇଛି । ଯାହାପରେ ଅନ୍ୟସବୁ ଭବିଷ୍ୟବାଣୀ ସତ ହୋପାରେ ବୋଲି କୁହାଯାଉଛି। ୨୦୨୪ […] The post ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ, ଅକ୍ଟୋବରରେ ଆସିପାରେ ବଡ଼ ବିପର୍ଯ୍ୟୟ appeared first on Dharitri Odia News.

ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ, ଅକ୍ଟୋବରରେ ଆସିପାରେ ବଡ଼ ବିପର୍ଯ୍ୟୟ

ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ । ୪୫୦ ବର୍ଷ ପୂର୍ବରୁ କରିସାରିଛନ୍ତି ପୂର୍ବାନୁମାନ । ଆଉ ଏହା ଅକ୍ଟୋବରରେ ସତ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି। ଆଗରୁ ଅନେକ ସତ ପ୍ରମାଣିତ ହୋଇଛି । ନାଷ୍ଟ୍ରେଦମସ ରାଷ୍ଟ୍ରପତି ଜନ ଏଫ କେନେଡିଙ୍କ ହତ୍ୟା, କୋରନା ୧୯ ମହାମାରୀର ଆରମ୍ଭକୁ ସଠିକ ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ୨୦୨୪ ପାଇଁ କରିଥିବା ଏକ ବଡ ଭବିଷ୍ୟବାଣୀ ସତ ହୋଇଛି । ଯାହାପରେ ଅନ୍ୟସବୁ ଭବିଷ୍ୟବାଣୀ ସତ ହୋପାରେ ବୋଲି କୁହାଯାଉଛି।

୨୦୨୪ ପାଇଁ ନୋଷ୍ଟ୍ରେଦମସ ତାଙ୍କ ପୁସ୍ତକ ଲେସରେ ଲେଖିଥିଲେ ଯେ ପୃଥିବୀ ଆହୁରି ଶୁଷ୍କ ହୋଇଯିବ। ଯେତେବେଳେ ଏପରି ଘଟିବ, ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ତେବେ ଏହି ଭବିଷ୍ୟବାଣୀର ପ୍ରଭାବ ବର୍ତ୍ତମାନ ଭାରତ ଏବଂ ଚାଇନାରେ ଦେଖିବାକୁ ମିଳୁଛି । ଯେଉଁଠାରେ ଭୀଷଣ ଗରମ ପରେ ପ୍ରବଳ ବନ୍ୟା ହୋଇଛି । ଆଉ ଏହି କାରଣରୁ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ବର୍ଷା ଦିନରେ ପ୍ରବଳ ଗରମ ଅନୁଭୂତ ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏସିଆରେ ବିଷମ ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫସଲ ଏବଂ ଘର ନଷ୍ଟ ହୋଇଯାଉଛି । କେରଳର ୱାୟାନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୬୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କର ଏଯାଏଁ ପତ୍ତା ମିଳିନାହିଁ। ଏଥିସହ ସୁନାମୀ ଯୋଗୁଁ ଫିଲିପାଇନ୍ସରେ ୩୦ରୁ ଅଧିକ ଏବଂ ତାଇଓ୍ବାନରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଚାଇନାରେ ମଧ୍ୟ ତାଣ୍ଡବ ରଚିଛି ବନ୍ୟା ।

ଯଦି ଆମେ ଅକ୍ଟୋବର ୨୦୨୪ କଥା କହିବା ତେବେ ନାଷ୍ଟ୍ରେଦମସ ନିଜ ଭବିଷ୍ୟବାଣୀରେ ବିଶ୍ୱ ସଙ୍କଟ ବିଷୟରେ ଆହୁରି ବଡ଼ ବଡ଼ କଥା କହିଛନ୍ତି। ବିଶେଷକରି ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ସାମାଜିକ ଅସ୍ଥିରତା ବିଷୟରେ ଉଲ୍ଲେଖ କରିଛନ୍ତି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ପ୍ରକାର ସ୍ଥିତି ସୃଷ୍ଟି ହେଉଛି ତାହାକୁ ମଧ୍ୟ ଅସ୍ବୀକାର କରାଯାଇପାରିବନି । ଯୁଦ୍ଧ ବ୍ୟତୀତ ନାଷ୍ଟ୍ରେଦମସ ମଧ୍ୟ ରାଜନୈତିକ ଅସ୍ଥିରତାର ପୂର୍ବାନୁମାନ କରିଛନ୍ତି ।

The post ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ, ଅକ୍ଟୋବରରେ ଆସିପାରେ ବଡ଼ ବିପର୍ଯ୍ୟୟ appeared first on Dharitri Odia News.