ୟୁରିଆ ସାର ଯୋଗାଣ ଦାବିରେ ଚାଷୀଙ୍କ ଆନ୍ଦୋଳନ
ଝରିଗାଁ,୯।୮(କିଶୋର ଚନ୍ଦ୍ର ମଣ୍ତଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରତ୍ୟେକ ଖରିପ ଋତୁରେ ୟୁରିଆ ସାରକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଚଳିତ ବର୍ଷ ମଧ୍ୟ ଏହା ଦେଖିବାକୁ ମିଳୁଛି l ଝରିଗାଁ ବ୍ଲକରେ ମୋଟ ୪୩ଟି ଲାଇସେନ୍ସ ପ୍ରାପ୍ତ ସାର ବିକ୍ରୟ କେନ୍ଦ୍ର ଖୋଲା ଯାଇଛି l କେବଳ ଲ୍ୟାମ୍ପସରେ ହିଁ ଚାଷୀଙ୍କୁ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟରେ ସାର ମିଳୁଥିବା ବେଳେ ଅନ୍ୟ ଲାଇସେନ୍ସ ପ୍ରାପ୍ତ ସାର ବିକ୍ରୟ କେନ୍ଦ୍ରରେ ବ୍ୟବସାୟୀମାନେ ଚଢ଼ା […] The post ୟୁରିଆ ସାର ଯୋଗାଣ ଦାବିରେ ଚାଷୀଙ୍କ ଆନ୍ଦୋଳନ appeared first on Dharitri Odia News.
ଝରିଗାଁ,୯।୮(କିଶୋର ଚନ୍ଦ୍ର ମଣ୍ତଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରତ୍ୟେକ ଖରିପ ଋତୁରେ ୟୁରିଆ ସାରକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଚଳିତ ବର୍ଷ ମଧ୍ୟ ଏହା ଦେଖିବାକୁ ମିଳୁଛି l ଝରିଗାଁ ବ୍ଲକରେ ମୋଟ ୪୩ଟି ଲାଇସେନ୍ସ ପ୍ରାପ୍ତ ସାର ବିକ୍ରୟ କେନ୍ଦ୍ର ଖୋଲା ଯାଇଛି l କେବଳ ଲ୍ୟାମ୍ପସରେ ହିଁ ଚାଷୀଙ୍କୁ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟରେ ସାର ମିଳୁଥିବା ବେଳେ ଅନ୍ୟ ଲାଇସେନ୍ସ ପ୍ରାପ୍ତ ସାର ବିକ୍ରୟ କେନ୍ଦ୍ରରେ ବ୍ୟବସାୟୀମାନେ ଚଢ଼ା ଦରରେ ବିକ୍ରି କରୁଥିବା ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ ଝରିଗାଁ ବ୍ଲକର ଚାଷୀମାନେ ରାସାୟନିକ ସାର ପାଇଁ ଲ୍ୟାମ୍ପସ ଉପରେ ଭରସା କରିଥାନ୍ତି l ଉକ୍ତ ଲ୍ୟାମ୍ପସରେ ଋଣ ନେଉଥିବା ଚାଷୀଙ୍କୁ ଜମି ପରିମାଣ ଆଧାରରେ ଆବଶ୍ୟକ ସାର ପ୍ରଦାନ କରାଯାଉଛି l ଏପରିକି ଯେଉଁମାନେ ଲ୍ୟାମ୍ପସରେ ଋ଼ଣ ନେଇ ନ ଥାନ୍ତି ସେମାନଙ୍କୁ ଚଳିତ ବର୍ଷ ଜଣେ ଚାଷୀଙ୍କୁ ୪ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଉଥିଲା l ଚଳିତ ମାସ ୫ ତାରିଖରେ ଜିଲାପାଳ କମଳଲୋଚନ ମିଶ୍ର ଜିଲାରେ ରହିଥିବା ୧୩ଟି ଲ୍ୟାମ୍ପସରେ ଋଣ ନେଇ ନ ଥିବା ଚାଷୀଙ୍କୁ ମାତ୍ର ୨ବସ୍ତା ସାର ବିକ୍ରି ପାଇଁ ଜିଲାପାଳଙ୍କ ପତ୍ର ସଂଖ୍ୟା ୩୫୧୭/୨୦୨୪ ରେ ଉଲ୍ଲେଖ କରାଯାଇଥିଲା।
ଏନ଼େଇ ଚାଷୀଙ୍କୁ ଦୁଇ ବସ୍ତା ସାର ନେବା ନେଇ ଲ୍ୟାମ୍ପସ କର୍ମଚାରୀ କହିଥିଲେ l ହେଲେ ଚାଷୀ ଚାରି ବସ୍ତା ୟୁରିଆ ସାର ଦରକାର ବୋଲି ଅଡି ବସିଥିଲେ l ଏହାପରେ ଉପସ୍ଥିତ ଚାଷୀମାନେ ପ୍ରଥମେ ଝରିଗାଁ ବସଷ୍ଟାଣ୍ଡ ନିକଟରେ ରାସ୍ତା ଅବରୋଧ କରିଥିଲେ l ଘଟଣାସ୍ଥଳରେ ପୋଲିସ ଏସ୍ଆଇ ଲକ୍ଷ୍ମୀନାରାୟଣ ଦୋରା ଏବଂ ଏଏସ୍ଆଇ କେଦାରନାଥ ରାଉତ ପହଞ୍ଚି ଲୋକକୁ ବହୁତ ବୁଝାସୁଝା କରିଥିଲେ। ଆନ୍ଦୋଳନକାରୀ ସେଠାରୁ ଉଠି ଝରିଗାଁ ଲ୍ୟାମ୍ପସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତାରୋକୋ କରିଥିଲେ l ଏହାପରେ ଲ୍ୟାମ୍ପସ ଅଧିକାରୀଙ୍କ ସହ ଆଲୋଚନା ପରେ ଗୋଦାମରେ ମହଜୁଦ ରହିଥିବା ୟୁରିଆ ସାର ପ୍ରତ୍ୟେକ ଚାଷୀଙ୍କୁ ୪ବସ୍ତା ଲେଖାଏଁ ପ୍ରଦାନ କରାଯିବ ବୋଲି କହିବା ପରେ ଆନ୍ଦୋଳନରୁ ଚାଷୀମାନେ ଓହରି ଥିଲେ।
The post ୟୁରିଆ ସାର ଯୋଗାଣ ଦାବିରେ ଚାଷୀଙ୍କ ଆନ୍ଦୋଳନ appeared first on Dharitri Odia News.