କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦୀ ସରକାର, ୫୦% ପେନ୍ସନ୍ ଦେବାକୁ ଯୋଜନା
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ନୂଆ କାର୍ଯ୍ୟକାଳରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ବଡ଼ ଉପହାର ମିଳିପାରେ । ସରକାର ରାଷ୍ଟ୍ରୀୟ ପେନ୍ସନ୍ ପ୍ରଣାଳୀ (ଏନପିଏସ) ଅଧିନରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପେନ୍ସନ୍ ଲାଭରେ ବଡ଼ ବୃଦ୍ଧି ନେଇ ଯୋଜନା ହେଇଛି । ଏହା ଅଧିନରେ କର୍ମଚାରୀଙ୍କୁ ପେନ୍ସନ୍ ରୂପେ ଶେଷ ମୂଳ ବେତନର ୫୦ ପ୍ରତିଶତ ଯାଏ ଗ୍ୟାରେଣ୍ଟି ମିଳିବ । ସରଳ ଭାଷାରେ କହିବାକୁ ଗଲେ ଅବସର ହେବା ପୂର୍ବରୁ କର୍ମଚାରୀଙ୍କୁ ଯେଉଁ ଶେଷ ବେସିକ୍ ଦରମା ମିଳିବ ତାର ୫୦ ପ୍ରତିଶତ ମାସିକ ପେନସନ ମିଳିବ ।ଉଲ୍ଲେଖଯୋଗ୍ୟ ଯେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ୨୦୨୩ ମାର୍ଚ୍ଚରେ ଅର୍ଥ ସଚିବ ଟିବି ସୋମନାଥନଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ ଗଠନ କରାଯାଇଥିଲା । ଓପିଏସକୁ ପୁଣି ଥରେ ଲାଗୁ ନକରି ସରକାରୀ କର୍ମଚାରୀ ପାଇଁ ଏନପିଏସ ଅଧିନରେ ପେନ୍ସନ୍ ଲାଭ ବଢାଇବା ଉପରେ ପରାମର୍ଶ ପାଇଁ ଏହି ପ୍ୟାନେଲକୁ ଗଠନ କରାଯାଇଥିଲା । ସରକାର ଏହି ନିଷ୍ପତ୍ତି ଏପରି ସମୟରେ ନେଉଛନ୍ତି ଯେତେବେଳେ ଅନେକ ରାଜ୍ୟ ଏନପିଏସକୁ ଛାଡ଼ି ଓପିଏସକୁ ପୁଣି ଥଲେ ଲାଗୁ କରିବା ପାଇଋଁ ବିଚାର କରୁଛନ୍ତି ।ଫାଇନାନସିଆଲ୍ ଏକ୍ସପ୍ରେସର ଖବର ଅନୁସାରେ ପ୍ୟାନେଲ ମେ' ମାସରେ ସରକାରଙ୍କୁ ନିଜ ରିପୋର୍ଟ ହସ୍ତାନ୍ତର କରିଥିଲେ । ଏହି ରିପୋର୍ଟରେ ବଡ଼ ମାତ୍ରାରେ ୨୦୨୩ରେ ଲାଗୁ ହୋଇଥିବା ଆନ୍ଧ୍ର ପ୍ରଦେଶ ଏନପିଏସ ମଡେଲର ପ୍
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ନୂଆ କାର୍ଯ୍ୟକାଳରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ବଡ଼ ଉପହାର ମିଳିପାରେ । ସରକାର ରାଷ୍ଟ୍ରୀୟ ପେନ୍ସନ୍ ପ୍ରଣାଳୀ (ଏନପିଏସ) ଅଧିନରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପେନ୍ସନ୍ ଲାଭରେ ବଡ଼ ବୃଦ୍ଧି ନେଇ ଯୋଜନା ହେଇଛି । ଏହା ଅଧିନରେ କର୍ମଚାରୀଙ୍କୁ ପେନ୍ସନ୍ ରୂପେ ଶେଷ ମୂଳ ବେତନର ୫୦ ପ୍ରତିଶତ ଯାଏ ଗ୍ୟାରେଣ୍ଟି ମିଳିବ । ସରଳ ଭାଷାରେ କହିବାକୁ ଗଲେ ଅବସର ହେବା ପୂର୍ବରୁ କର୍ମଚାରୀଙ୍କୁ ଯେଉଁ ଶେଷ ବେସିକ୍ ଦରମା ମିଳିବ ତାର ୫୦ ପ୍ରତିଶତ ମାସିକ ପେନସନ ମିଳିବ ।
ଉଲ୍ଲେଖଯୋଗ୍ୟ ଯେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ୨୦୨୩ ମାର୍ଚ୍ଚରେ ଅର୍ଥ ସଚିବ ଟିବି ସୋମନାଥନଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ ଗଠନ କରାଯାଇଥିଲା । ଓପିଏସକୁ ପୁଣି ଥରେ ଲାଗୁ ନକରି ସରକାରୀ କର୍ମଚାରୀ ପାଇଁ ଏନପିଏସ ଅଧିନରେ ପେନ୍ସନ୍ ଲାଭ ବଢାଇବା ଉପରେ ପରାମର୍ଶ ପାଇଁ ଏହି ପ୍ୟାନେଲକୁ ଗଠନ କରାଯାଇଥିଲା । ସରକାର ଏହି ନିଷ୍ପତ୍ତି ଏପରି ସମୟରେ ନେଉଛନ୍ତି ଯେତେବେଳେ ଅନେକ ରାଜ୍ୟ ଏନପିଏସକୁ ଛାଡ଼ି ଓପିଏସକୁ ପୁଣି ଥଲେ ଲାଗୁ କରିବା ପାଇଋଁ ବିଚାର କରୁଛନ୍ତି ।
ଫାଇନାନସିଆଲ୍ ଏକ୍ସପ୍ରେସର ଖବର ଅନୁସାରେ ପ୍ୟାନେଲ ମେ' ମାସରେ ସରକାରଙ୍କୁ ନିଜ ରିପୋର୍ଟ ହସ୍ତାନ୍ତର କରିଥିଲେ । ଏହି ରିପୋର୍ଟରେ ବଡ଼ ମାତ୍ରାରେ ୨୦୨୩ରେ ଲାଗୁ ହୋଇଥିବା ଆନ୍ଧ୍ର ପ୍ରଦେଶ ଏନପିଏସ ମଡେଲର ପ୍ରଭାବ ରହିଛି । ଏହାକୁ ପୁରୁଣା ଏବଂ ନୂଆ ପେନ୍ସନ୍ ଯୋଜନାର ମିଳିତ ମଡେଲ କୁହାଯାଇପାରିବ । ଆନ୍ଧ୍ର ପ୍ରଦେଶ ଗ୍ୟାରଣ୍ଟିଡ୍ ପେନସନ ସିଷ୍ଟମ ଅଧିନିୟମ, ୨୦୨୩ ଅଧିନରେ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଶେଷ ଦରମାର ୫୦ ପ୍ରତିଶତ ମାସିକ ପେନ୍ସନ୍ ରୂପେ ଦିଆଯିବ । ଏଥିରେ ଡିଆର ମଧ୍ୟ ସାମିଲ ହେବ । ଏହା ବ୍ୟତୀତ ଅତିରିକ୍ତ ମୃତ କର୍ମଚାରୀଙ୍କ ସ୍ୱାମୀ କିମ୍ୱା ପତ୍ନୀଙ୍କୁ ଗ୍ୟାରେଣ୍ଟି ରାଶିର ୬୦ ପ୍ରତିଶତ ମାସିକ ପେନ୍ସନ୍ ଗ୍ୟାରେଣ୍ଟି ଦିଆଯାଇଛି ।
ନୂଆ ପ୍ରସ୍ତାବ ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଶେଷ ମୂଳ ଦରମାର ୫୦ ପ୍ରତିଶତ ଯାଏ ପେନ୍ସନ୍ ଗ୍ୟାରେଣ୍ଟି ମିଳିବ । ଏହି ପେନ୍ସନ୍ ରାଶିକୁ ପୂରଣ କରିବା ପାଇଁ ଆବଶ୍ୟକ ପେନ୍ସନ୍ ପାଣ୍ଠିରେ ନିଅଣ୍ଟକୁ କେନ୍ଦ୍ର ସରକାରଙ୍କ ବଜେଟରେ ପୂରଣ କରାଯିବ । ଏହାଦ୍ୱାରା ପ୍ରାୟ ୮.୭ ମିଲିୟନ କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଲାଭ ହୋଇପାରେ । ଏମାନେ ସେହି କର୍ମଚାରୀ, ଯେଉଁମାନେ ୨୦୦୪ରୁ ଏନପିଏସରେ ପଞ୍ଜିକୃତ ଅଛନ୍ତି ।